ଦିନେ IPL ଖେଳିନପାରିବାରୁ କ୍ରିକେଟ୍ ଦେଖିବା ବନ୍ଦ କରିଥିଲେ, ଆଉ ଆଜି ୨୧ ଗୁଣା ଅଧିକ ମୂଲ୍ୟରେ ବିକ୍ରି ହୋଇଛନ୍ତି ଏହି ଖେଳାଳି...

  1. Home
  2. IPL Top News

ଦିନେ IPL ଖେଳିନପାରିବାରୁ କ୍ରିକେଟ୍ ଦେଖିବା ବନ୍ଦ କରିଥିଲେ, ଆଉ ଆଜି ୨୧ ଗୁଣା ଅଧିକ ମୂଲ୍ୟରେ ବିକ୍ରି ହୋଇଛନ୍ତି ଏହି ଖେଳାଳି...


କ୍ରିକେଟ୍ ଖବର : ସରିଛି ଚଳିତ ବର୍ଷର ଆଇପିଏଲ୍ ପାଇଁ ମେଗା ନିଲାମ। ୫୯୦ ଜଣ ଖେଳାଳିଙ୍କୁ ନେଇ ବାଙ୍ଗାଲୋରରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା ଏହି ମେଗା ନିଲାମ। ଏହି ମେଗା ନିଲାମରେ କୋଟି କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି ଅନେକ ଖେଳାଳି। ଏମିତିକି ଅବିଶ୍ୱାସନୀୟ ଭାବରେ ବି ଅନେକ ଖେଳାଳି କୋଟି କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ଯେଉଁମାନେ କି କେବେ କଳ୍ପନା କରିନଥିବେ। ତେବେ ଏହାରି ମଧ୍ୟରେ ଜଣେ ଖେଳାଳିଙ୍କ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଯାହାଙ୍କ ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଆଇପିଏଲ୍ ଖେଳିବା ପାଇଁ ସେ ଏତେ ପାଗଳ ଯେ, ଦିନେ ଆଇପିଏଲରେ ସ୍ଥାନ ନ ମିଳିବାରୁ କ୍ରିକେଟ୍ ଖେଳ ଦେଖିବା ଛାଡି ଦେଇଥିଲେ। ଆଉ ଚଳିତ ବର୍ଷର ଆଇପିଏଲରେ ସେ ନିଜ ବେସ୍ ପ୍ରାଇସରୁ ୨୧ ଗୁଣ ଅଧିକ ମୂଲ୍ୟରେ ବିକ୍ରି ହୋଇଛନ୍ତି। 

ହଁ, ସେ ଖେଳାଳି ହେଉଛନ୍ତି ରାହୁଲ ତ୍ରିପାଠୀ। ରାହୁଲଙ୍କୁ ଚଳିତ ସିଜନ ପାଇଁ ସନରାଇଜର୍ସ ହାଇଦ୍ରାବାଦ ୮.୫ କୋଟି ଟଙ୍କାରେ କିଣିଛି।

Rahul tripathi

ଯେତେବେଳେ କି ରାହୁଲ ଚଳିତ ସିଜନ ପାଇଁ ନିଜର ବେସ୍ ପ୍ରାଇସ ୪୦ ଲକ୍ଷ ରଖିଥିଲେ। ଅର୍ଥାତ ଚଳିତ ଆଇପିଏଲ୍ ପାଇଁ ସେ ନିଜର ବେସ୍ ପ୍ରାଇସଠାରୁ ୨୧ ଗୁଣା ଅଧିକ ମୂଲ୍ୟରେ ବିକ୍ରି ହୋଇଛନ୍ତି। ତେବେ ସେ ଗତ ସିଜନରେ କୋଲକାତା ନାଇଟରାଇଡର୍ସ ଦଳର ଖେଳାଳି ଥିଲେ। ଗତ ସିଜନରେ କେକେଆର ତାଙ୍କୁ ୬୦ ଲକ୍ଷ ଟଙ୍କାରେ ନିଜ ଦଳରେ ସାମିଲ କରିଥିଲା। 

ତେବେ ରାହୁଲଙ୍କର ଆଇପିଏଲ୍ ଖେଳିବାର କାହାଣୀ ବହୁତ ରୋମାଞ୍ଚକର। ରାହୁଲ ଆଇପିଏଲ୍ ନ ଖେଳିବା ପୂର୍ବରୁ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରୁଥିଲେ। ଘରୋଇ କ୍ରିକେଟରେ ଭଲ ଖେଳୁଥିଲେ ସୁଦ୍ଧା ରାହୁଲଙ୍କର ଚୟନ ଆଇପିଏଲ୍ ଖେଳିବା ପାଇଁ ହେଉନଥିଲା। ଏହି କାରଣରୁ ସେ ଅନେକ ଚିନ୍ତାରେ ରହୁଥିଲେ। କିନ୍ତୁ ସେ ଚିନ୍ତାରେ ଭାଙ୍ଗିନପଡି ଏକ ଶପଥ କଲେ ।

Rahul

ଆଉ ଶପଥ ଥିଲା ଏହା ଯେ, " ଯେଉଁ ପର୍ଯ୍ୟନ୍ତ ସେ ଆଇପିଏଲରେ ଖେଳିବାର ସୁଯୋଗ ପାଇନାହାନ୍ତି , ସେ ପର୍ଯ୍ୟନ୍ତ ଷ୍ଟାଡିୟମକୁ କ୍ରିକେଟ୍ ଦେଖିବାକୁ ଯିବେ ନାହିଁ। " ୨୦୧୩ ମସିହାରେ ସେ ଏହି ଶପଥ କରିଥିଲେ। ଆଉ ନିଜର ନିଷ୍ଠାପର ତଥା କ୍ରିକେଟ୍ ଖେଳ ପାଇଁ ପାଗଳ ଥିବା ଏହି ଯୁବ ପ୍ରତିଭା ଜଣକ ୨୦୧୭ ମସିହାରେ ଆଇପିଏଲ୍ ଖେଳିବାର ସୁଯୋଗ ପାଇଲେ। ଦୀର୍ଘ ୪ ବର୍ଷର ଅପେକ୍ଷା ପରେ ସେ ଆଇପିଏଲରେ ଏଣ୍ଟ୍ରି ମାରିଲେ। 

ଦୀର୍ଘ ୪ ବର୍ଷର କଷ୍ଟସାଧ୍ୟ ପରିଶ୍ରମରେ ଫଳ ତାଙ୍କୁ ରାଇଜିଂ ପୁଣେ ସୁପରଜିଆଣ୍ଟ୍ ୨୦୧୭ ମସିହାରେ ୧୦ ଲକ୍ଷ ଟଙ୍କାରେ ରାହୁଲଙ୍କୁ ଦଳରେ ସାମିଲ କରିଥିଲା।

Rahul tripathy

ମାତ୍ର ୫ ବର୍ଷ ମଧ୍ୟରେ ସେ ବିସ୍ଫୋରକ ଖେଳ ଖେଳି ନିଜର ୧୦ ଲକ୍ଷ ଟଙ୍କାର ମୂଲ୍ୟକୁ ୧୦ କୋଟି ପର୍ଯ୍ୟନ୍ତ ପହଞ୍ଚାଇ ସାରିଲେଣି। ଆଉ ଏହି ଖେଳାଳିଙ୍କୁ ନେବା ପାଇଁ ମଧ୍ୟ ୧୦ ଟି ଯାକ ପ୍ରାଞ୍ଚାଇଜଙ୍କୁ ଚଳିତ ବର୍ଷ ବହୁତ କସରତ କରିବାକୁ ପଡିଛି। ଶେଷରେ ସନରାଇଜର୍ସ ହାଇଦ୍ରାବାଦ ଏହି କସରତରେ ବାଜି ମାରି ନେଇଥିଲା। ହାଇଦ୍ରାବାଦ ରାହୁଲଙ୍କୁ  ୮.୫ କୋଟି ଟଙ୍କାରେ ଚଳିତ ବର୍ଷର ଆଇପିଏଲ୍ ସିଜନ ପାଇଁ କିଣିଛି। ତେବେ ଗତବର୍ଷର ଆଇପିଏଲରେ ରାହୁଲ କେକେଆର ପାଇଁ ଦୁଇଟି ଅର୍ଦ୍ଧଶତକ ସହିତ ୩୯୭ ରନ କରିଥିଲେ।