ଦେଖନ୍ତୁ VIDEO: ପୁଣି ଫିଲ୍ଡିଂର ଜଲୱା ଦେଖାଇଲେ କୋହଲି, ଚିତା ବାଘ ଭଳି ଡାଇଭ ମାରି ଧରିଲେ କ୍ୟାଚ

  1. Home
  2. IPL Top News

ଦେଖନ୍ତୁ VIDEO: ପୁଣି ଫିଲ୍ଡିଂର ଜଲୱା ଦେଖାଇଲେ କୋହଲି, ଚିତା ବାଘ ଭଳି ଡାଇଭ ମାରି ଧରିଲେ କ୍ୟାଚ

kohli catch dive


କ୍ରିକେଟ ଖବର : ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ରାଜସ୍ଥାନ ରୟାଲର୍ସ ମଧ୍ୟରେ ମଙ୍ଗଳବାର ଖେଳାଯାଇଥିବା ମୁକାବିଲାରେ ବିରାଟ କୋହଲି ପୁଣି ଚର୍ଚ୍ଚାକୁ ଆସିଛନ୍ତି। ପୁଣିଥରେ ସେ ନିଜର ଭଲ ଫିଟନେଶର ପ୍ରମାଣ ଦେଇଛନ୍ତି। ନିଜର ବ୍ୟାଟିଂ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା କିଙ୍ଗ୍ କୋହଲିଙ୍କର ଫିଲ୍ଡିଂ ଷ୍ଟାଇଲ୍ ବି ଜବରଦସ୍ତ। 

ଗତକାଲିର ମ୍ୟାଚରେ ବିରାଟଙ୍କର ଏକ ଶାନଦାର ଫିଲ୍ଡି ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ ବିରାଟ କୋହଲି ଶଟ ମିଡ଼ ୱିକେଟରେ ଫିଲ୍ଡିଂ କରି ଟ୍ରେଣ୍ଟ ବୋଲଟଙ୍କର ଏକ ଅଜବ କ୍ୟାଚ ଧରିଥିଲେ ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

kohli dive

ବିରାଟ କୋହଲି ନିଜର ବ୍ୟାଟିଂ ବ୍ୟତୀତ ଫିଟନେଶ ଓ ଫିଲ୍ଡିଂ ପାଇଁ ମଧ୍ୟ ସାରା ଦୁନିଆରେ ପରିଚିତ।ବିତିଯାଇଥିବା ସମୟ ବିରାଟଙ୍କ ପାଇଁ ଏତେ ଭଲ ନଥିଲା। କିନ୍ତୁ ଏହି ଖେଳାଳି ସମୟ ସମୟରେ ନିଜ ଫିଲ୍ଡିଂର ଦମରେ ଟିମ ପାଇଁ ଶାନଦାର ଯୋଗଦାନ କରିଛନ୍ତି। କିନ୍ତୁ ବିରାଟଙ୍କର ଏହି କ୍ୟାଚ ଦଳକୁ ଜିତାଇବାରେ କୌଣସି ସାହାଯ୍ୟ କଲା ନାହିଁ । ଶେଷରେ ଆରସିବି ଦଳ ରାଜସ୍ଥାନ ଠାରୁ 29 ରନରେ ହାରିଲା। 

ଦେଖନ୍ତୁ କିଙ୍ଗ୍ କୋହଲି ଧରିଥିବା ଅଜବ କ୍ୟାଚ : 

 

 

​​​