KKR ପାଇଁ ଆଇପିଏଲ୍ ଟାଇଟଲ୍ ଜିତାଇଥିବା ଏହି ଖେଳାଳିଙ୍କୁ ସମସ୍ତେ ଭୁଲିଗଲେ, ଜାଣନ୍ତୁ କିଏ ସେ ଖେଳାଳି ?
କ୍ରିକେଟ୍ ଖବର : ଆଇପିଏଲ୍ ଟୁର୍ଣ୍ଣାମେଣ୍ଟର କୋଲକାତା ନାଇଟରାଇଡ଼ର୍ସ ଦଳର ଜଣେ ଖେଳାଳିଙ୍କୁ ଆଜି କେହି ବି ମନେ ରଖିନାହାନ୍ତି , ଯିଏକି ୨୦୧୩ ମସିହାରେ ନିଜର ବିସ୍ଫୋରକ ବ୍ୟାଟିଂ ସହିତ ନିଜ ଦଳକୁ ଫାଇନାଲରେ ଚାମ୍ପିୟାନ କରାଇଥିଲେ। କିନ୍ତୁ ବର୍ତ୍ତମାନ ଏହି ଖେଳାଳିଙ୍କୁ କେହି ବି ପଚାରୁନାହାନ୍ତି। ଦୀର୍ଘ ୮ ବର୍ଷ ପୂର୍ବରୁ ଯିଏ ଦଳକୁ ଟାଇଟଲ ଟ୍ରଫି ଜିତାଇଥିଲେ , ତାଙ୍କୁ ଆଜି ଦଳ ପଚାରୁନାହିଁ। କେଉଁଆଡେ ଅଦୃଶ୍ୟ ହୋଇଯାଇଛନ୍ତି କୋଲକାତାର ଏହି ବିସ୍ଫୋରକ ଖେଳାଳି। ଆଉ ଆଜି ତାଙ୍କୁ କେହି ବି ମନେ ରଖି ନାହାନ୍ତି।
ଆମେ କହୁଚୁ କେକେଆରର ଷ୍ଟାର ଖେଳାଳି ମନବିନ୍ଦ୍ର ବିସଲାଙ୍କ ବିଷୟରେ। ୨୦୧୩ ମସିହା ଫାଇନାଲରେ କେକେଆରକୁ ଟ୍ରଫି ଜିତାଇବାରେ ମନବିନ୍ଦ୍ର ବିସଲା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ଫାଇନାଲରେ ଧୋନିଙ୍କ ନେତୃତ୍ୱଧୀନ ଚେନ୍ନାଇ ବିପକ୍ଷରେ ୪୮ ଟି ବଲରେ ୮୯ ରନର ଇନିଂସ ଖେଳିଥିଲେ।
ଆଉ ଫାଇନାଲରେ ତାଙ୍କର ଏହି ବିସ୍ଫୋରକ ଇନିଂସ ଯୋଗୁଁ କେକେଆର୍ ଚାମ୍ପିଅନ୍ ହୋଇପାରିଥିଲେ।
୨୦୦୨ ରେ ରଣଜୀ ଟ୍ରଫିରେ ବିସଲା ତାଙ୍କ କ୍ରିକେଟ୍ କ୍ୟାରିଅର୍ ଆରମ୍ଭ କରିଥିଲେ। ୨୦୦୯ ରେ, ସେ ଆଇପିଏଲ୍ ବିଜେତା ଦଳ ଡେକାନ୍ ଚାର୍ଜର୍ସର ଅଂଶ ହୋଇଥିଲେ କିନ୍ତୁ ସେହି ସମୟ ମଧ୍ୟରେ ତାଙ୍କୁ ଖେଳିବାର ସୁଯୋଗ ମିଳିନଥିଲା। କିନ୍ତୁ ୨୦୧୦ ମସିହାରେ, ବିସଲା ପଞ୍ଜାବରେ ଯୋଗ ଦେଇଥିଲେ ଏବଂ ଏଠାରେ ବିସଲା ତାଙ୍କର ଆଇପିଏଲ୍ କ୍ୟାରିଅର୍ ଆରମ୍ଭ କରିଥିଲେ। ପରବର୍ତ୍ତୀ ବର୍ଷ ଅର୍ଥାତ୍ ୨୦୧୧ ମସିହାରେ, କେକେଆର୍ ଦଳ ବିସଲାଙ୍କୁ ତାଙ୍କ ସହିତ ଯୋଡିଥିଲା। ସେ ୫ଟି ମ୍ୟାଚ ପାଇଁ ବ୍ରାଡ ହାଡିନଙ୍କ ଅନୁପସ୍ଥିତିରେ ୱିକେଟର ଭାବରେ କେକେଆର ପାଇଁ ଖେଳିଥିଲେ।
ଆଇପିଏଲ୍ ୨୦୧୨ ରେ, ସେ ଗୋଟିଏ ଅର୍ଦ୍ଧଶତକ ସାହାଯ୍ୟରେ ୭ଟି ମ୍ୟାଚରେ ୨୧୩ ରନ୍ ସଂଗ୍ରହ କରିଥିଲେ। ଫାଇନାଲରେ ସେ CSK ବିପକ୍ଷରେ ଚମତ୍କାର ବ୍ୟାଟିଂ କରି ୪୮ଟି ବଲରେ ୮୯ ରନ୍ ସଂଗ୍ରହ କରିଥିଲେ। ଏହା ପରେ, ସେ ୨୦୧୫ ରେ RCB ଦଳରେ ଯୋଗ ଦେଇଥିଲେ। ଆଉ ପରେ ସେ ଆଉ ଆଇପିଏଲରେ ଯୋଡି ହୋଇ ପାରିଲେ ନାହିଁ। ବର୍ତ୍ତମାନର ସମୟରେ ବିସଲା କୌଣସି ଆଇପିଏଲ ଦଳ ପାଇଁ ଖେଳୁନାହାନ୍ତି। ବହୁତ ଶୀଘ୍ର ତାଙ୍କ କ୍ରିକେଟ୍ କ୍ୟାରିୟର ସମାପ୍ତ ହୋଇଗଲା। ବର୍ତ୍ତମାନ ସେ ଗୋଆ କ୍ରିକେଟ୍ ଦଳ ପାଇଁ ଖେଳୁଛନ୍ତି।