CSK vs MI: ଚେନ୍ନାଇର ବିଜୟ ସହିତ ମ୍ୟାଚରେ ସୃଷ୍ଟି ହୋଇଛି ଏହି ସବୁ ବଡ଼ ରେକର୍ଡ ଏବଂ ଧୋନି ରଚିଲେ ଇତିହାସ

  1. Home
  2. IPL Top News

CSK vs MI: ଚେନ୍ନାଇର ବିଜୟ ସହିତ ମ୍ୟାଚରେ ସୃଷ୍ଟି ହୋଇଛି ଏହି ସବୁ ବଡ଼ ରେକର୍ଡ ଏବଂ ଧୋନି ରଚିଲେ ଇତିହାସ

dhoni record


କ୍ରିକେଟ ଖବର: ଆଇପିଏଲ ୨୦୨୨ର ୩୩ତମ ମ୍ୟାଚ ନବି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡ଼ିୟମରେ ଗୁରୁବାର ଚେନ୍ନାଇ ସୁପରକିଙ୍ଗସ ଓ ମୁମ୍ବାଇ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ଚେନ୍ନାଇ ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ଏହାପରେ ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୭ଉଇକେଟ ହରାଇ ୧୫୫ ରନ ସଂଗ୍ରହ କରିଥିଲା ।

ଏହାପରେ ଦ୍ୱିତୀୟ ପାଳିରେ ବ୍ୟାଟିଂ ପାଇଁ ଆସିଥିବା ଚେନ୍ନାଇ ସୁପରକିଙ୍ଗସ ଟିମ ଏହିଲକ୍ଷ୍ୟକୁ ୨୦ ଓଭରରେ ୭ ଉଇକେଟ ହରାଇ ହାସଲ କରିଥିଲା ଓ ୩ ଉଇକେଟରେ ରୋମାଞ୍ଚକର ବିଜୟ ହାସଲ କରିଥିଲା । ଚେନ୍ନାଇ ଏହି ମ୍ୟାଚ ଜିତି ଏକପ୍ରକାର ଇତିହାସ ରଚିଛି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ ।

ମ୍ୟାଚରେ ଅନେକ ରେକର୍ଡ ହୋଇଛି:

ପ୍ରଥମତଃ ଏହି ସିଜିନରେ ୪ର୍ଥ ଥର ପାଇଁ ମହେନ୍ଦ୍ର ସିଂ ଧୋନୀ ନଟଆଉଟ ରହିଥିଲେ । ସେହିପରି କିରେନ ପୋଲାଡ଼ ନିଜର ପ୍ରଥମ ଚୌକା ସହିତ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ 250 ଚୌକା ପୂରଣ କରିଥିଲେ । ରବିନ୍ଦ୍ର ଜାଡ଼େଜା ଟି୨୦ କ୍ରିକେଟରେ ୨୦୦ ପାଳି ପୂରଣ କରିଛନ୍ତି । ଜୟଦେବ ଉନାଦକଟ ଟି୨୦ କ୍ରିକେଟରେ ୨୦୦ଉଇକେଟ ଅକ୍ତିଆର କରିବାର ଯୋଗ୍ୟତା ହାସଲ କରିଛନ୍ତି । 

mi vs csk

ଏହି ମ୍ୟାଚ ଖେଳିବା ପରେ ଜସପ୍ରିତ ବୁମରା ୨୦୦ତମ ଟି୨୦ମ୍ୟାଚ ଖେଳିଛନ୍ତି। ଆଉ ଆଇପିଏଲ ଇତିହାସରେ ୭ଟି ମ୍ୟାଚ ହାରିଥିବା ପ୍ରଥମ ଟିମ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ। ଆଇପିଏଲରେ 14 ଥର ପାଇଁ ରୋହିତ ଶୂନ ରନରେ ଆଉଟ୍ ହୋଇଛନ୍ତି। ଏହା ପୂର୍ବରୁ ରାହାନେ, ପାର୍ଥିବ, ରାୟୁଡୁ, ହରଭଜନ ଏବଂ ପୀୟୁଷ ଚାୱଲା ଏହି ତାଲିକାରେ ରହିଥିଲେ।