ହାର୍ଦିକଙ୍କ ଇଚ୍ଛା ବିରୁଦ୍ଧରେ ଏମିତି କରିଦେଲେ ମହମ୍ମଦ ଶାମି, ପାଣ୍ଡ୍ୟାଙ୍କୁ କହିଲେ ଶାନ୍ତି ରେ ରହ ଏବେ ତ ପୁରା ମ୍ୟାଚ ପଡିଛି
କ୍ରିକେଟ୍ ଖବର : ମାର୍ଚ୍ଚ ୨୮ ରେ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟରେ ଖେଳାଯାଇଥିବା ଚତୁର୍ଥ ମ୍ୟାଚ୍ ରେ ପ୍ରଶଂସକମାନେ ମହମ୍ମଦ ଶାମିଙ୍କ ବୋଲିଂ ଜଳବା ଦେଖିବାକୁ ପାଇଥିଲେ | ଲକ୍ଷ୍ନୌ ସୁପରଜିଆଣ୍ଟସ୍ ବିପକ୍ଷରେ ପାୱାରପ୍ଲେରେ ତିନିଟି ୱିକେଟ୍ ନେଇ ଶାମି ତାଙ୍କ ଦଳର ବିଜୟ ଧାରାକୁ ମଜବୁତ କରିଥିଲେ। ଗୁଜୁରାଟର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ନିଜେ ପାୱାରପ୍ଲେରେ ମହମ୍ମଦ ଶାମିଙ୍କୁ ତିନି ଓଭର ବୋଲିଂ କରିବାକୁ ଦେଇଥିଲେ। ଶାମି ପ୍ରତ୍ୟେକ ଓଭରରେ ଗୋଟିଏ ୱିକେଟ୍ ନେଇଥିବାରୁ ପାଣ୍ଡ୍ୟାଙ୍କ ନିଷ୍ପତ୍ତି ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇଥିଲା।
ଶାମି ଯେପରି ବୋଲିଂ କରୁଥିଲେ, ବିପକ୍ଷ ଦଳର ବ୍ୟଟ୍ସମ୍ୟାନଙ୍କୁ ଶାମିଙ୍କ ବଲକୁ ଖେଳିବା ପାଇଁ ପ୍ରାୟ ଅସମ୍ଭବ ଥିଲା, ଏପରି ପରିସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟା ଭାବିଥିଲେ ଯେ ତାଙ୍କୁ ଚତୁର୍ଥ ଓଭର ମଧ୍ୟ ପକାଇବା ପାଇଁ ଦେଇଦେବେ, କିନ୍ତୁ ଯେତେବେଳେ ସେ ଚତୁର୍ଥ ଓଭର ପକାଇବା ପାଇଁ ଶାମିଙ୍କୁ କହିଲେ , ସେତେବେଳେ ଶାମି ସିଧା ସିଧା ମନା କରିଦେଲେ। ପରବର୍ତ୍ତୀ ଓଭର ବୋଲିଂ କରିବା ପାଇଁ ଖୋଲାଖୋଲି ଭାବେ ଅସ୍ୱୀକାର କଲେ ଶାମି।
ମ୍ୟାଚ୍ ପରେ ଶାମି ପ୍ରକାଶ କରିଛନ୍ତି ଏବଂ କହିଛନ୍ତି, 'ହାର୍ଦ୍ଦିକ ପାଣ୍ଡ୍ୟା ମୋତେ ଚତୁର୍ଥ ଓଭର ବୋଲିଂ କରିବାକୁ କହିଥିଲେ। କିନ୍ତୁ ମୁଁ ତାଙ୍କୁ ମନା କରିଥିଲି। ଆଉ ଶାନ୍ତ ରହିବାକୁ କହିଥିଲି। କାରଣ ଆହୁରି ଓଭର ଆଉ ବୋଲର୍ ଵାକି ଥିଲେ। ପୂରା ମ୍ୟାଚ୍ ଶେଷ ହୋଇ ନ ଥିଲା। ସୂଚନାଯୋଗ୍ୟ ଯେ, ଲଗାତାର ୩ ଓଭର ବୋଲିଂ କରି ଶାମି ବହୁତ ଥକି ଯାଇଥିଲେ।
ସେପଟେ ଅଧିନାୟକ ପାଣ୍ଡ୍ୟା ଚାହୁଁଥିଲେ ଯେ ଶାମି ତାଙ୍କର ଗୋଟିଏ ଓଭରକୁ ସାରି ଦିଅନ୍ତୁ। କିନ୍ତୁ ସେମିତି ହେଲା ନାହିଁ। ଶାମି ନିଜର ଗୋଟିଏ ଓଭର ଶେଷ ପର୍ଯ୍ୟନ୍ତ ରଖିବାକୁ ଇଚ୍ଛା କରିଥିଲେ। ତେବେ ଏହି ମ୍ୟାଚରେ ନିଜର ଚମତ୍କାର ବୋଲିଂ ପାଇଁ ମହମ୍ମଦ ଶାମିଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ଘୋଷଣା କରାଯାଇଥିଲା।