ଦେଖନ୍ତୁ ଭିଡ଼ିଓ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ୟାଚରେ ଫସିଲେ ଲିୟାମ, ନଟ-ଆଉଟ ହେବା ସତ୍ୱେ ଯିବାକୁ ପଡିଲା ଡ୍ରେସିଂ ରୁମ୍
କ୍ରିକେଟ୍ ଖବର : ପଞ୍ଜାବ କିଙ୍ଗସର ବ୍ୟାଟସମ୍ୟାନ ଲିୟାମ ଲିୱିଙ୍ଗଷ୍ଟୋନକୁ ଗୁଜୁରାଟ ବିପକ୍ଷରେ ଖେଳିଥିବା ମ୍ୟାଚରେ ଏଭଳି ଭାବରେ ଜୀବନଦାନ ମିଳିଛି ଯାହାର କଳ୍ପନା ପ୍ରାୟତଃ ସେ କରିନଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ବାଉଣ୍ଡ୍ରି ଲାଇନ ପାର୍ ହୋଇ ଏକ ଶାନଦାର କ୍ୟାଚ ଧରିବା ପରେ ସେଲିବ୍ରେଟ କରିଥିଲେ । କିନ୍ତୁ ପରେ ଲିୟାଂଙ୍ଗଷ୍ଟୋନଙ୍କୁ ନଟଆଉଟର ସିମ୍ବଲ ମିଳିଥିଲା ।
ଗୁଜୁରାଟର କ୍ୟାପ୍ଟେନ ହାର୍ଦ୍ଦିକ , ଲିୱିଙ୍ଗଷ୍ଟନର ବ୍ୟାଟିଂ ଶଟର ବଲକୁ ଧରିବା ପାଇଁ ଡେଇଁଥିଲେ । ଗୋଟିଏ ସମୟରେ ଏଭଳି ଲାଗିଥିଲା ଯେ, ହାର୍ଦ୍ଦିକ ଆଇପିଏଲ ୨୦୨୨ର ସବୁଠାରୁ ଶାନଦାର କ୍ୟାଚ ଧରିଥିଲେ । କିନ୍ତୁ ତାହା ହେଲା ନାହିଁ।
କିନ୍ତୁ ଅନଫିଲ୍ଡ ଅମ୍ପାୟାର ଏହି କ୍ଷଣକୁ ପୁଣିଥରେ ରିପ୍ଲେ କରି ଦେଖିବା ପାଇଁ ଥାର୍ଡ ଅମ୍ପେୟାରକୁ ସଂକେତ ଦେଇଥିଲେ । ଏହାପରେ ଥାର୍ଡଅମ୍ପେୟାର ହାର୍ଦ୍ଦିକଙ୍କ ଏହି କ୍ୟାଚକୁ ପୁର୍ନବାର ଦେଖିଥିଲେ ଏବଂ ନଟ ଆଉଟର ସିମ୍ବଲ ଦେଇଥିଲେ।
ଦେଖନ୍ତୁ ଭିଡ଼ିଓ:
— Peep (@Peep00470121) April 8, 2022