IPL 2022: ରଜତ ପାଟିଦାର ମାରିଲେ ଛକା ଏବଂ ବୃଦ୍ଧଙ୍କ ମୁଣ୍ଡରେ ବାଜିଲା ବଲ୍, ଏହା ଦେଖି ଦୁଃଖୀ ହେଲେ କୋହଲି
କ୍ରିକେଟ ଖବର : ରଜତ୍ ପାଟିଦାରଙ୍କ ବିଶାଳ ଛକା ଜଣେ ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ଯନ୍ତ୍ରଣାଦାୟକ ପ୍ରମାଣିତ ହୋଇଛି । ବାମହାତୀ ସ୍ପିନର ହରପ୍ରିତଙ୍କ ବଲକୁ ସାମ୍ନା କରିବାକୁ ଯାଇ ଆରସିବିର ବ୍ୟାଟସମ୍ୟାନ ରଜତ ପାଟିଦାର ଏକ ଶାନଦାର ଛକା ମାରିଥିଲେ । ତେବେ ରଜତଙ୍କ ଛକା ଗ୍ୟାଲେରିରେ ବସିଥିବା ଜଣେ ବୃଦ୍ଧଙ୍କ ମୁଣ୍ଡରେ ବାଜିଥିଲେ । ସେ ଗୁରୁତର ଭାବେ ଆହତ ହୋଇଥିଲେ । ଏହାକୁ ଦେଖି କୋହଲି ବେଶ୍ ବିଚଳିତ ହୋଇଯାଇଥିଲେ।
ଅନ୍ୟପକ୍ଷରେ ବଲ ବୃଦ୍ଧଙ୍କ ମୁଣ୍ଡରେ ବାଜିବା ପରେ ବୃଦ୍ଧ ଜଣକ ଗୁରୁତର ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା । ତେଣୁ ବୃଦ୍ଧଙ୍କ ପାଖରେ ବସିଥିବା ଜଣେ ମହିଳା ଉଠି ବୃଦ୍ଧଙ୍କ ମୁଣ୍ଡକୁ ଆଉଁସିଥିଲେ। ତେବେ ଛକା ବାଜିବାର ଖୁସିରେ କୋହଲି ଚ୍ୟାସ୍ କରୁଥିବା ବେଳେ, ବୃଦ୍ଧଙ୍କୁ ବଲ୍ ବାଜିବା କୋହଲିଙ୍କୁ ଚିନ୍ତାରେ ପକାଇଥିଲା। ତେବେ ବୃଦ୍ଧ ଜଣକ ସାମାନ୍ୟ ଆହତ ହୋଇଥିବା ଖବର ରହିଛି।
ଯଦି ଆମେ ମ୍ୟାଚ ବିଷୟରେ କଥା ହେବା ତେବେ, ଏହି ମ୍ୟାଚରେ ପଞ୍ଜାଵ କିଙ୍ଗସ 54 ରନରେ ବିଜୟ ହାସଲ କରିଛି। ବାଙ୍ଗାଲୋର 210 ରନର ଟାର୍ଗେଟକୁ ଫଲୋ କରି ମାତ୍ର 155 ରନ କରିବାକୁ ସମର୍ଥ ହୋଇଥିଲା। ଦଳ 9 ୱିକେଟ୍ ହରାଇ ମଧ୍ୟ 210 ରନର ଟାର୍ଗେଟକୁ ହାସଲ କରିପାରିନଥିଲା।