ଦେଖନ୍ତୁ ଭାଇରାଲ୍ ଭିଡିଓ: KKR vs SRH- ନୀତୀଶ ରାଣାଙ୍କ ତୋଫାନି ଛକା ରେ ହାଇଦ୍ରାବାଦ ଟିମର ଭାଙ୍ଗିଲା ଫ୍ରିଜ

  1. Home
  2. IPL Top News

ଦେଖନ୍ତୁ ଭାଇରାଲ୍ ଭିଡିଓ: KKR vs SRH- ନୀତୀଶ ରାଣାଙ୍କ ତୋଫାନି ଛକା ରେ ହାଇଦ୍ରାବାଦ ଟିମର ଭାଙ୍ଗିଲା ଫ୍ରିଜ


କ୍ରିକେଟ୍ ଖବର: କେନ୍ ୱିଲିୟମସନଙ୍କ ନେତୃତ୍ୱାଧୀନ ସନରାଇଜର୍ସ ହାଇଦ୍ରାବାଦ ଶୁକ୍ରବାର ଦିନ ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସକୁ 7 ୱିକେଟରେ ପରାସ୍ତ କରି ଟୁର୍ନାମେଣ୍ଟର କ୍ରମାଗତ ତୃତୀୟ ବିଜୟ ହାସଲ କରିଛି। ଏହି ମ୍ୟାଚ୍ ସମୟରେ ଏକ ମଜାଦାର ଘଟଣା ଦେଖିବାକୁ ମିଳିଥିଲା, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

srh-vs-kkr

ବାସ୍ତବରେ, କେକେଆରର ଇନିଂସ ସମୟରେ ବ୍ୟାଟ୍ସମ୍ୟାନ୍ ନୀତୀଶ ରାଣାଙ୍କ ବ୍ୟାଟରୁ ଗୋଟିଏ ଛକା ସିଧା ଯାଇ ହାଇଦ୍ରାବାଦ ଟିମ୍ ପାଖରେ ପଡିଥିଲା।  ହାଇଦ୍ରାବାଦ ଟିମ୍ ପାଖରେ ଥିବା ଏକ ଫ୍ରିଜରେ ଏହି ଛକାଟି ଯାଇ ବାଜିଥିଲା। ଏହି ସମୟରେ ବଲ୍ ଫ୍ରିଜ୍କୁ ଏତେ ବେଗରେ ବାଜିଥିଲା ଯେ ଫ୍ରିଜ୍ ର ଗ୍ଲାସ୍ ଭାଙ୍ଗି ଯାଇଥିଲା। ଆଉ ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ତ୍ରିବ ବେଗରେ ଭାଇରାଲ ହେଉଛି।

ହାଇଦ୍ରାବାଦର ଅଧିନାୟକ କେନ୍ ୱିଲିୟମସନ ମଧ୍ୟ ନୀତୀଶ ରାଣାଙ୍କ ଏହି ଜବରଦସ୍ତ ସଟ୍ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ଏହି ସମୟରେ ତାଙ୍କର ପ୍ରତିକ୍ରିୟା ମଧ୍ୟ ଭାଇରାଲ ହେବାରେ ଲାଗିଛି।  ନୀତୀଶଙ୍କ ଏହି ଛକା ଦେଖି କେନଙ୍କ ମୁହଁରେ ହସ ଆସିଲା।

ଦେଖନ୍ତୁ ଭାଇରାଲ ଭିଡ଼ିଓ :