IPL 2022 ରେ ମିଳିଥିବା ସମସ୍ତ ଖେଳାଳିଙ୍କର ପୁରସ୍କାର ତାଲିକା, କେବଳ ବଟଲର ନେଇଗଲେ ଏତେ କୋଟି ଟଙ୍କା
କ୍ରିକେଟ ଖବର : ଆଇପିଏଲ୍ 2022 ର ସିଜନରେ ବିଜୟୀ ହୋଇଛି ଗୁଜୁରାଟ ଟାଇଟନ୍ସ। ଗୁଜୁରାଟ ଟାଇଟାନ୍ସ ଏହାର ପ୍ରଥମ ସିଜନରେ ଆଇପିଏଲ୍ ଟାଇଟଲ୍ ଜିତି ଇତିହାସ ସୃଷ୍ଟି କରିଛି। ଆଇପିଏଲ 15 ତମ ସିଜନର ଫାଇନାଲ ରବିବାର ସନ୍ଧ୍ୟାରେ ଖେଳାଯାଇଥିଲା। ଏହି ଫାଇନାଲ ମ୍ୟାଚରେ ହାର୍ଦିକଙ୍କ ଗୁଜୁରାଟ ଦଳ ରାଜସ୍ଥାନ ରୟାଲ୍ସକୁ 7 ୱିକେଟରେ ପରାସ୍ତ କରି ଟାଇଟଲ ନିଜ ନାମରେ କରିଛି। ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ଦଳ 20 ଓଭରରେ 9 ୱିକେଟ୍ ହରାଇ ମାତ୍ର 130 ରନ୍ ସ୍କୋର କରିଥିଲା।
ଏହାର ଜବାବରେ ଗୁଜୁରାଟ 18.1 ଓଭରରେ 3 ୱିକେଟ୍ ହରାଇ ମ୍ୟାଚ୍ ଜିତି IPL 2022 ର ଟାଇଟଲ କବଜା କରିଛି। ଗୁଜୁରାଟର ଖେଳାଳି ଶୁଭମାନ ଗିଲ ଛକା ମାରି ଦଳକୁ ବିଜୟୀ କରାଇଥିଲେ। GT ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏହି ମ୍ୟାଚର ହିରୋ ପ୍ରମାଣିତ ହୋଇଥିଲେ। ସେ ତିନୋଟି ୱିକେଟ୍ ନେବା ସହିତ 34 ରନ୍ ମଧ୍ୟ ସଂଗ୍ରହ କରିଛନ୍ତି।
ତେବେ ଆଜିର ଏହି ଆର୍ଟିକାଲରେ ଆମେ ଉଲେଖ୍ୟ କରିଛୁ ଯେ, ଚଳିତ ଆଇପିଏଲରେ କେଉଁ କେଉଁ ଖେଳାଳି ଓ ଦଳକୁ ସେମାନଙ୍କର ଭଲ ଖେଳ ପ୍ରଦର୍ଶନ ପାଇଁ ପୁରସ୍କାର ମିଳିଛି। ଅରେଞ୍ଜ କ୍ୟାପ୍ , ପର୍ପଲ କ୍ୟାପ୍ ଏବଂ ପୁରସ୍କାର ଗୁଡିକ ବିଷୟରେ ଆମେ ଏଠାରେ ଉଲେଖ୍ୟ କରିଛୁ।
1) ସୁପର ଷ୍ଟ୍ରାଇକର୍ ଅଫ୍ ଦି ମ୍ୟାଚ୍ :
ଫାଇନାଲ ମ୍ୟାଚରେ ଗୁଜୁରାଟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ମିଲରଙ୍କୁ ସୁପର ଷ୍ଟ୍ରାଇକର୍ ଅଫ୍ ଦି ମ୍ୟାଚ୍ ଆୱାର୍ଡରେ ପୁରସ୍କୃତ କରାଯାଇଛି।
2) ଗେମ ଚେଞ୍ଜର୍ ଅଫ୍ ଦି ମ୍ୟାଚ୍ :
GT ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏହି ମ୍ୟାଚର ହିରୋ ପ୍ରମାଣିତ ହୋଇଥିଲେ। ସେ ତିନୋଟି ୱିକେଟ୍ ନେବା ସହିତ 34 ରନ୍ ମଧ୍ୟ ସଂଗ୍ରହ କରିଛନ୍ତି। ତେଣୁ ତାଙ୍କୁ ଗେମ ଚେଞ୍ଜର୍ ଅଫ୍ ଦି ମ୍ୟାଚ୍ ଆୱାର୍ଡରେ ପୁରସ୍କୃତ କରାଯାଇଛି।
3) ସବୁଠାରୁ ଅଧିକ ଛକା :
ଗୁଜୁରାଟ ଦଳର ଯୁବ ଖେଳାଳି ଯଶାସୀ ଜୈସୱାଲଙ୍କୁ ଫାଇନାଲ୍ ମ୍ୟାଚରେ ସବୁଠୁ ଅଧିକା ଛକା ମାରିଥିବା ଖେଳାଳିର ଆୱାର୍ଡ ଦିଆଯାଇଛି। ସେ ଫାଇନାଲ୍ ମ୍ୟାଚରେ 2ଟି ଛକା ମାରିଛନ୍ତି।
4) ପାୱାର ପ୍ଲେୟର ଅଫ୍ ଦି ମ୍ୟାଚ୍ :
ରାଜସ୍ଥାନ ଦଳର ବୋଲର୍ ଟ୍ରେଣ୍ଡ ବୋଲ୍ଟଙ୍କୁ ପାୱାର ପ୍ଲେୟର ଅଫ୍ ଦି ମ୍ୟାଚ୍ ଆୱାର୍ଡରେ ପୁରସ୍କୃତ କରାଯାଇଛି।
5) ମୋଷ୍ଟ ଭେଲ୍ୟୁବୁଲ୍ ଏସେଟ୍ ଅଫ୍ ଦି ମ୍ୟାଚ୍ :
ଫାଇନାଲ ମ୍ୟାଚରେ ଗୁଜୁରାଟ ଅଧିନାୟକ ହାର୍ଦିକଙ୍କୁ ତାଙ୍କର ଭଲ ବୋଲିଂ ଆଉ ବ୍ୟାଟିଂ ପାଇଁ ମୋଷ୍ଟ ଭେଲ୍ୟୁବୁଲ୍ ଏସେଟ୍ ଅଫ୍ ଦି ମ୍ୟାଚ୍ ଆୱାର୍ଡରେ ପୁରସ୍କୃତ କରାଯାଇଛି।
6) ଦ୍ରୁତ ବୋଲିଂ :
GT ଦଳର ବୋଲର୍ ଲକି ଫର୍ଗୁସନଙ୍କୁ ଫାଇନାଲ୍ ମ୍ୟାଚରେ ଦ୍ରୁତ ବୋଲିଂର ଆୱାର୍ଡ ଦିଆଯାଇଛି। ସେ ଫାଇନାଲରେ ରାଜସ୍ଥାନ ବିପକ୍ଷରେ ଘଣ୍ଟାପ୍ରତି 157.3 ବେଗରେ ଏକ ବଲ୍ ବୋଲିଂ କରିଥିଲେ।
7) ସବୁଠୁ ଅଧିକା ଚୋୖକା :
ରାଜସ୍ଥାନ ଦଳର ଷ୍ଟାର ବିସ୍ଫୋରକ୍ ବ୍ୟାଟ୍ସମ୍ୟାନ ଜୋସ୍ ବଟଲର୍ ଫାଇନାଲରେ ଅଧିକା ଚୌକା ମାରିଥିବା ଖେଳାଳି ହୋଇଥିଲେ। ସେ 5ଟି ଚୌକା ଫାଇନାଲରେ ମାରିଛନ୍ତି। ତେଣୁ ତାଙ୍କୁ ସବୁଠୁ ଅଧିକା ଚୋୖକା ମାରିଥିବା ଆୱାର୍ଡରେ ପୁରସ୍କୃତ କରାଯାଇଛି।
8) ପ୍ଲେୟର ଅଫ୍ ଦି ମ୍ୟାଚ୍ :
ଗୁଜୁରାଟର ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କୁ ପ୍ଲେୟର ଅଫ୍ ଦି ମ୍ୟାଚ୍ ଆୱାର୍ଡରେ ପୁରସ୍କୃତ କରାଯାଇଛି।
9) ଆମାଜିଙ୍ଗ ପ୍ଲେୟର ଅଫ୍ ଦି ସିଜନ :
ଏହି ଆୱାର୍ଡ ହାଇଦ୍ରାବାଦର ଦ୍ରୁତ ବୋଲର୍ ଉମ୍ରାନ୍ ମଲିକଙ୍କୁ ଦିଆଯାଇଛି। ଏହି ଆୱାର୍ଡ ବାବଦକୁ ତାଙ୍କୁ 10 ଲକ୍ଷ ଟଙ୍କା ମିଳିଛି।
10) ଅଧିକ ଛକା ମାରିଥିବା ଖେଳାଳି :
ଜୋସ୍ ବଟଲରଙ୍କୁ ଏହି ଆୱାର୍ଡ ମିଳିଛି। ସେ ଏହି ସିଜନରେ ମୋଟ 45ଟି ଛକା ମାରିଛନ୍ତି। ବଟଲରଙ୍କୁ ମଧ୍ୟ 10 ଲକ୍ଷ ଟଙ୍କା ପୁରସ୍କାର ବାବଦକୁ ମିଳିଛି।
11) ସୁପର ଷ୍ଟ୍ରାଇକର୍ ଅଫ୍ ଦି ସିଜନ :
ଏହି ଆୱାର୍ଡ RCB ର ୱିକେଟ୍ କିପର୍ ବ୍ୟାଟ୍ସମ୍ୟାନ୍ ଦିନେଶ କାର୍ତ୍ତିକଙ୍କୁ ମିଳିଛି। କାର୍ତ୍ତିକଙ୍କୁ ଟାଟା ପଞ୍ଚ କାର୍ ପୁରସ୍କାର ଭାବରେ ଦିଆଯାଇଛି।
12) ଗେମ ଚେଞ୍ଜର୍ ଅଫ୍ ଦି ସିଜନ :
ରାଜସ୍ଥାନ ଦଳର ଷ୍ଟାର ବିସ୍ଫୋରକ୍ ବ୍ୟାଟ୍ସମ୍ୟାନ ଜୋସ୍ ବଟଲର୍ ଏହି ସିଜନରେ 4ଟି ଶତକ ଏବଂ 4ଟି ଅର୍ଦ୍ଧ ଶତକ ହାସଲ କରିଛନ୍ତି। ତେଣୁ ତାଙ୍କୁ ଗେମ ଚେଞ୍ଜର୍ ଅଫ୍ ଦି ସିଜନର ଆୱାର୍ଡ ଦିଆଯାଇଛି।
13) ସିଜନର ଦ୍ରୁତ ବୋଲିଂ :
GT ଦଳର ବୋଲର୍ ଲକି ଫର୍ଗୁସନଙ୍କୁ ସିଜନର୍ ଦ୍ରୁତ ବୋଲିଂର ଆୱାର୍ଡ ଦିଆଯାଇଛି। ସେ ଫାଇନାଲ ମ୍ୟାଚରେ ରାଜସ୍ଥାନ ବିପକ୍ଷରେ ଘଣ୍ଟାପ୍ରତି 157.3 ବେଗରେ ଏକ ବଲ୍ ବୋଲିଂ କରିଥିଲେ।
14) ପର୍ପଲ କ୍ୟାପ୍ :
ରାଜସ୍ଥାନ ଦଳର ବୋଲର୍ ୟୁଜବେନ୍ଦ୍ର ଚହଲ ପର୍ପଲ କ୍ୟାପ ଜିତିଛନ୍ତି। ସେ ସିଜନରେ ମୋଟ 27ଟି ୱିକେଟ୍ ନେଇଛନ୍ତି। ତାଙ୍କୁ ପୁରସ୍କାର ରାଶି ବାବଦକୁ 10 ଲକ୍ଷ ଟଙ୍କା ଦିଆଯାଇଛି।
15) ଅରେଞ୍ଜ କ୍ୟାପ୍ :
ରାଜସ୍ଥାନ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଜୋସ୍ ବଟଲର୍ ଏହି ସିଜନରେ 4ଟି ଶତକ ଏବଂ 4ଟି ଅର୍ଦ୍ଧ ଶତକ ହାସଲ କରିଛନ୍ତି। ଏହା ସହିତ ସେ 17 ଟି ମ୍ୟାଚ୍ ଖେଳି 863 ରନ ସଂଗ୍ରହ କରିଛନ୍ତି । ସେ ଅରେଞ୍ଜ କ୍ୟାପ୍ ବିଜେତା ହୋଇଛନ୍ତି। ବଟଲରଙ୍କୁ ପୁରସ୍କାର ରାଶି ବାବଦକୁ 10 ଲକ୍ଷ ଟଙ୍କା ଦିଆଯାଇଛି।
16) ମୋଷ୍ଟ ଭେଲ୍ୟୁବୁଲ୍ ପ୍ଲେୟର ଅଫ୍ ଦି ସିରିଜ୍ :
ଏହି ଆୱାର୍ଡ ମଧ୍ୟ ବଟଲରଙ୍କୁ ଦିଆଯାଇଛି। ଆଉ ସେ ଏହି ଆୱାର୍ଡ ବାବଦକୁ 10 ଲକ୍ଷ ଟଙ୍କା ପାଇଛନ୍ତି। 863 ରନ କରିବା କାରଣରୁ ସେ ଏହି ପୁରସ୍କାର ପାଇଛନ୍ତି।