IPL 2022: ଜାଣନ୍ତୁ ୧୦ଟି ଦଳର ଅଧିନାୟକଙ୍କ ବିଷୟରେ କିଛି ରୋଚକ କଥା, ଏହି ୩ ଜଣ ଖେଳାଳି ପ୍ରଥମ ଥର ହୋଇଛନ୍ତି ଅଧିନାୟକ
କ୍ରିକେଟ୍ ଖବର : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ୧୫ ତମ ସିଜନ୍ ଗତକାଲିଠୁ ଆରମ୍ଭ ହୋଇଛି। ପୂର୍ବରୁ ଥିବା ଆଠଟି ଦଳ ବ୍ୟତୀତ ଦୁଇଟି ନୂତନ ଫ୍ରାଞ୍ଚାଇଜ୍- ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (LSG) ଏବଂ ଗୁଜୁରାଟ ଟାଇଟାନ୍ସ (GT) ମଧ୍ୟ ଆଇପିଏଲ୍ ଟ୍ରଫି ପାଇଁ ଚଳିତବର୍ଷ ପ୍ରତିଦ୍ୱନ୍ଦ୍ୱିତା କରିବେ। କେତେକ ଦଳ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ନିଜ ଅଧିନାୟକ ସ୍ଥାୟୀ ରଖିଥିବା ବେଳେ, ଅନ୍ୟ କେତେକ ଦଳ ନୂଆ ଅଧିନାୟକଙ୍କୁ ନେଇ ଟୁର୍ଣ୍ଣାମେଣ୍ଟରେ ପ୍ରବେଶ କରିଛନ୍ତି। ତେବେ ଗତକାଲିଠାରୁ ଆରମ୍ଭ ହୋଇଥିବା ୧୫ ତମ ଆଇପିଏଲ୍ ସିଜନରେ ଏହି ୩ ଖେଳାଳି ପ୍ରଥମ ଥର ପାଇଁ ଅଧିନାୟକତ୍ୱ କ୍ୟାରିୟର ଆରମ୍ଭ କରିବେ।
୧) ମୟଙ୍କ ଅଗ୍ରୱାଲ୍ ( ପଞ୍ଜାବ କିଙ୍ଗସ) :
ଆଇପିଏଲର ୧୫ ତମ ସିଜନରେ ଅଧିନାୟକତ୍ୱ କ୍ୟାରିୟର ଆରମ୍ଭ କରୁଥିବା ତିନି ଖେଳାଳିଙ୍କ ମଧ୍ୟରୁ ମୟଙ୍କ ଅଗ୍ରୱାଲ ଅନ୍ୟତମ। କେ.ଏଲ୍ ରାହୁଲ ପଞ୍ଜାବ କିଙ୍ଗସରୁ ବାହାରିବା ପରେ ତାଙ୍କ ସ୍ଥାନ ନେବାକୁ ମୟଙ୍କ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଆଇପିଏଲ୍ ୨୦୨୨ ରେ ପଞ୍ଜାବ କିଙ୍ଗ୍ସ (PBKS) ର ସେ ନେତୃତ୍ୱ ନେବେ।
୨) ଲୋକେଶ ରାହୁଲ ( ଲକ୍ଷ୍ନୌ ସୁପରଜାଏଣ୍ଟସ୍ ) :
ଗତ କିଛି ଆଇପିଏଲ୍ ସିଜନରେ ପଞ୍ଜାବ ଦଳରେ ଅଧିନାୟକ କରିବା ପରେ କେ.ଏଲ୍ ରାହୁଲ ଏହି ସିଜିନର ଆଇପିଏଲ୍ ରେ ଏକ ନୂତନ ଦଳର ଅଧୀନାୟକ ଦାୟିତ୍ୱ ନେବେ। ଗତ ମାସରେ ଆଇପିଏଲ ମେଗା ନିଲାମ ପୂର୍ବରୁ ରାହୁଲଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (LSG) ଦଳରେ ସାମିଲ କରାଯାଇଥିଲା। ଆଉ ବର୍ତ୍ତମାନ ଏହି ସିଜନରେ ସେ ଲକ୍ଷ୍ନୌ ଦଳର ଅଧିନାୟକ ଦାୟିତ୍ୱ ନେବେ।
୩) ରୋହିତ ଶର୍ମା ( ମୁମ୍ବାଇ ଇଣ୍ଡିଆନ୍ସ ) :
ଏହି ସିଜନ ସହିତ ରୋହିତ ଶର୍ମା କ୍ରମାଗତ ଦଶମ ସିଜନ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ (MI) ର ଅଧିନାୟକ ହେବେ। ସେ ଗତ ୧୦ଟି ସିଜନରେ ଅଧିନାୟକ ହୋଇ ମୁମ୍ବାଇକୁ ପାଞ୍ଚଥର ଆଇପିଏଲ୍ ଟାଇଟଲ୍ ଜିତାଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ 2019 ଏବଂ 2020 ରେ ବ୍ୟାକ୍ ଟୁ ବ୍ୟାକ୍ ଟାଇଟଲ୍ ଜିତିଥିଲା।
୪) ରବିନ୍ଦ୍ର ଜାଡେଜା ( ଚେନ୍ନାଇ ସୁପରକିଙ୍ଗସ ) :
ଆଇପିଏଲ୍ ୨୦୨୨ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ଧୋନି CSKର ଅଧିନାୟକତ୍ୱ ଛାଡିବାକୁ ଘୋଷଣା କରିଥିଲେ। ଆଉ ଧୋନିଙ୍କ ସ୍ଥାନରେ ଜାଡେଜା ଦଳର ନେତୃତ୍ୱ ନେଲେ। ତେବେ ଜାଡେଜାଙ୍କ ନେତୃତ୍ୱରେ ଚେନ୍ନାଇ ନିଜର ପ୍ରଥମ ମ୍ୟାଚ କୋଲକାତା ବିପକ୍ଷରେ ଖେଳିଥିବା ବେଳେ , ୬ ୱିକେଟରେ ଦଳ ପରାଜୟର ସମ୍ମୁଖୀନ ହୋଇଛି।
୫) ହାର୍ଦ୍ଦିକ ପାଣ୍ଡ୍ୟା ( ଗୁଜୁରାଟ ଟାଇଟନ୍ସ ) :
ହାର୍ଦ୍ଦିକ ପାଣ୍ଡ୍ୟା ହେଉଛନ୍ତି ଅନ୍ୟ ଜଣେ ଖେଳାଳି ଯିଏ ଏହି ସିଜନ ଆଇପିଏଲରେ ଅଧିନାୟକତ୍ୱ କ୍ୟାରିୟର ଆରମ୍ଭ କରିବେ। ଗତ ମାସରେ ନିଲାମ ପୂର୍ବରୁ ଗୁଜୁରାଟ ଟାଇଟାନ୍ସ ଦ୍ୱାରା ହାର୍ଦ୍ଦିକଙ୍କୁ ରିଟେନ କରାଯାଇଥିଲା।
୬) ଫାଫ୍ ଡୁ ପ୍ଲେସିସ୍ (ବାଙ୍ଗାଲୋର) :
ବଡ ଦଳଗୁଡିକ ସହିତ ଖେଳି ଫାଫ୍ ଡୁ ପ୍ଲେସିସଙ୍କର ଅନେକ ଅଭିଜ୍ଞତା ଅଛି, କିନ୍ତୁ ସେ କୌଣସି ଆଇପିଏଲ୍ ଦଳର ଅଧିନାୟକ ହେବାର ସୁଯୋଗ ପାଇ ନାହାଁନ୍ତି। ତେବେ ବିରାଟ କୋହଲି ପୂର୍ବ ସିଜିନରେ ଆରସିବିର ଅଧିନାୟକ ପଦରୁ ଇସ୍ତଫା ଦେବା ପରେ, ଆରସିବି ନିଲାମରେ ଡୁ ପ୍ଲେସିସଙ୍କୁ କିଣିଥିଲା ଏବଂ ଏହି ସିଜନ ପାଇଁ ଦଳର ଅଧିନାୟକ ଭାବରେ ତାଙ୍କ ନାମ ଘୋଷଣା କରିଥିଲା।
୭) କେନ୍ ୱିଲିୟମ୍ସନ୍ ( ହାଇଦ୍ରାବାଦ ) :
ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକତ୍ୱ ଭାର ଗ୍ରହଣ କରିଛନ୍ତି କେନ୍ ୱିଲିୟମ୍ସନ୍। ନ୍ୟୁଜିଲାଣ୍ଡର ଏହି ବିସ୍ଫୋରକ ଖେଳାଳି ଚଳିତବର୍ଷର ଆଇପିଏଲ୍ ସିଜନ ପାଇଁ ୧୪ କୋଟି ଟଙ୍କାରେ ରିଟେନ ହୋଇଛନ୍ତି। ୱିଲିୟମ୍ସନଙ୍କ ନିକଟରେ ଜାତୀୟ ଦଳରେ ଅଧିନାୟକ କରିବାର ଅଭିଜ୍ଞତା ମଧ୍ୟ ରହିଛି। ଏପରିକି ଗତ ସିଜନରେ ମଧ୍ୟ ସେ ହାଇଦ୍ରାବାଦ ଦଳର ଅଧିନାୟକ ଥିଲେ।
୮) ଶ୍ରେୟସ୍ ଆୟର୍ ( କୋଲକାତା ) :
ଶ୍ରେୟସ୍ ଆୟର୍ ଆଇପିଏଲ୍ ର ୧୫ ତମ ସିଜନରେ KKR ର ନେତୃତ୍ୱ ନେଇଛନ୍ତି। ଆଉ ଦଳକୁ ପ୍ରଥମ ମ୍ୟାଚ ଜିତାଇଛନ୍ତି। ଚେନ୍ନାଇ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ତାଙ୍କ ଦଳ ୬ ୱିକେଟରେ ବିଜୟ ହାସଲ କରିଛି। ତେବେ ପୂର୍ବରୁ ସେ ଦିଲ୍ଲୀ ଦଳର ଅଧିନାୟକ ଥିଲେ।
୯) ରିଷଭ୍ ପନ୍ତ ( ଦିଲ୍ଲୀ କ୍ୟାପିଟାଲ୍ସ ) :
ଗତ ବର୍ଷ ରିଷଭ ପନ୍ତ ନିଜର ଅଧିନାୟକ କ୍ୟାରିୟର ଆରମ୍ଭ କରିଛନ୍ତି। ତେବେ ଆଇପିଏଲ ୨୦୨୨ ରେ ସେ ଦିଲ୍ଲୀ ପାଇଁ ପୁର୍ଣ୍ଣ ରୂପରେ ଅଧିନାୟକତ୍ୱ କରିବେ। କାରଣ ଗତ ବର୍ଷ ଶ୍ରେୟସ୍ ଆୟର୍ ପ୍ରଥମାଦ୍ଧରେ ଦିଲ୍ଲୀ ପାଇଁ ଅଧିନାୟକ କରିଥିବା ବେଳେ , ଦ୍ଵିତୀୟ ରାଉଣ୍ଡରେ ରିଷଭ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକତ୍ୱ ଭାର ସମ୍ଭାଳିଥିଲେ।
୧୦) ସଞ୍ଜୁ ସାମସନ ( ରାଜସ୍ଥାନ ) :
ଗତବର୍ଷ ପଏଣ୍ଟ ଟେବୁଲର ତଳୁ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା ରାଜସ୍ଥାନ ଦଳ। ତେଣୁ ଚଳିତବର୍ଷ ଦଳକୁ ଭଲ ପ୍ରଦର୍ଶନ କରିବାକୁ ପଡିବ। ତେଣୁ ରାଜସ୍ଥାନ ରର୍ୟାଲସର କ୍ୟାପଟେନ ସଞ୍ଜୁ ସାମସନ୍ ଆଶା କରିବେ ଯେ ସେ ଏହି ସିଜନରେ ଫ୍ରାଞ୍ଚାଇଜ୍ ପାଇଁ ଆହୁରି ଭଲ କାମ କରିବେ। ତେବେ 2008 ରେ ଉଦ୍ଘାଟନୀ ସିଜନ ପରେ, ଏହି ଦଳ କେବେବି ଆଇପିଏଲ୍ ଟାଇଟଲ୍ ଜିତିବାରେ ସକ୍ଷମ ହୋଇନାହିଁ।