ଦେଖନ୍ତୁ ଭିଡ଼ିଓ: ଅଜବ ଭାବେ ଆଉଟ ହେଲେ ଇଶାନ୍ କିଶାନ୍, IPL ଇତିହାସରେ କେହି ଏମିତି ହୋଇନଥିଲେ ଆଉଟ

  1. Home
  2. IPL Top News

ଦେଖନ୍ତୁ ଭିଡ଼ିଓ: ଅଜବ ଭାବେ ଆଉଟ ହେଲେ ଇଶାନ୍ କିଶାନ୍, IPL ଇତିହାସରେ କେହି ଏମିତି ହୋଇନଥିଲେ ଆଉଟ

IPL 2022 LSG vs MI ishan out


କ୍ରିକେଟ୍ ଖବର୍ : ଆଇପିଏଲ ୨୦୨୨ରେ ଇଶାନ କିଶନ ଲଗାତାର ନିରାଶଜନକ ଖେଳ ପ୍ରଦର୍ଶନ କରିଚାଲିଛନ୍ତି ଏବଂ ଏହି କ୍ରମ ବର୍ତ୍ତମାନ ଅଟକିବାର ମଧ୍ୟ ନାଁ ନେଉନାହିଁ। ଲକ୍ଷ୍ନୌ ସୁପରଜାଏଣ୍ଟ ବିପକ୍ଷରେ ଇଶାନ୍ କିଶାନ୍ ଭଲ ବ୍ୟାଟିଂ କରିବା ପାଇଁ ସଂଘର୍ଷ କରିଥିଲେ ହେଲେ ଆଉଟ ହୋଇଯାଇଥିଲେ । ଇଶାନ ଟିମର ରନରେଟ ବହୁତ ଧିମା କରିଥିଲେ। ଆଉ ସେ ଯେଭଳି ଭାବରେ ଆଉଟ ହୋଇଛନ୍ତି ପୁଣିଥରେ ସେ ଚର୍ଚ୍ଚାକୁ ଆସିଛନ୍ତି ।

ଯେତେବେଳେ ରବି ବିନଶୋଇଙ୍କ ଓଭରରେ କିଶାନ ଆଉଟ ହେଲେ ସେତେବେଳେ ସେ ୨୦ଟି ବଲରେ ମାତ୍ର ୮ ରନ୍ ହିଁ ସଂଗ୍ରହ କରିପାରିଥିଲେ । ତାଙ୍କର ଷ୍ଟ୍ରାଇକ ରେଟ ଟେଷ୍ଟ ମ୍ୟାଚ ଭଳି ଥିଲା ।

kishan out

ଏହା ମୁମ୍ବାଇ ପାଳିର ୭ମ ଓଭର ଥିଲା ଓ ଏହି ଓଭରର ପ୍ରଥମ ବଲରେ ବିନଶୋଇ ଅଫଷ୍ଟମ୍ପର ବହୁତ ବାହାରେ ବଲ୍ ପକାଇଥିଲେ ହେଲେ କିଶାନ ଏହି ବଲରେ ବ୍ୟାଟକୁ ଏମିତି ଘୁମାଇଥିଲେ ଯେ ବଲଟି ୱିକେଟକିପର ଡି କର୍କଙ୍କ ଜୋତାରେ ବାଜିଥିଲା ଓ ପରେ ବଲଟି ଜେସନ ହୋଲ୍ଡରଙ୍କ ହାତକୁ ଚାଲିଯାଇଥିଲା । ଏଭଳି ଦୁର୍ଭାଗ୍ୟବସତଃ ଆଉଟ ହେବା ପରେ କିଶନ ମୁହଁ ତଳକୁ କରିଦେଇ ପାଭିଲିୟନ ପଳାଇଥିଲେ।

ଦେଖନ୍ତୁ ଭିଡିଓ :