IPL 2022: ଧୋନିଙ୍କୁ ପଛରେ ପକାଇ ଏହି ବଡ଼ ରେକର୍ଡ କଲେ ଡେଭିଡ ୱାର୍ଣ୍ଣର, ଜାଣନ୍ତୁ ଏହି ରେକର୍ଡ ବିଷୟରେ

  1. Home
  2. IPL Top News

IPL 2022: ଧୋନିଙ୍କୁ ପଛରେ ପକାଇ ଏହି ବଡ଼ ରେକର୍ଡ କଲେ ଡେଭିଡ ୱାର୍ଣ୍ଣର, ଜାଣନ୍ତୁ ଏହି ରେକର୍ଡ ବିଷୟରେ


କ୍ରିକେଟ୍ ଖବର: ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ 2022 ର 50 ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଓପନର୍ ଡେଭିଡ୍ ୱାର୍ଣ୍ଣର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ 58 ବଲରୁ 92 ରନର ଏକ ଜବରଦସ୍ତ ଇନିଂସ ଖେଳି ମ୍ୟାଚ ଜିତାଇଥିଲେ। ୱାର୍ଣ୍ଣର ତାଙ୍କ ଇନିଂସରେ 12ଟି ଚୌକା ଓ ତିନିଟି ଛକା ମାରିଛନ୍ତି।  ଏହି ଇନିଂସ ସହିତ ସେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଏମଏସ ଧୋନିଙ୍କ ଇଣ୍ଡିଆନ ପ୍ରିମିୟର ଲିଗ୍ ଇତିହାସରେ "ପ୍ଲେୟାର ଅଫ୍ ଦି ମ୍ୟାଚ"ର ରେକର୍ଡକୁ ଭାଙ୍ଗିଛନ୍ତି।

david-warner-dc

ଦିଲ୍ଲୀ ଓପନର୍ ୱାର୍ଣ୍ଣର ଆଇପିଏଲ୍ ଇତିହାସରେ 18 ଥର "ପ୍ଲେୟାର ଅଫ୍ ଦି ମ୍ୟାଚ୍"ର ରେକର୍ଡ ସୃଷ୍ଟି କଲେ। ଆଉ ଏହି ରେକର୍ଡରେ ସେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଏମଏସ ଧୋନିଙ୍କୁ ପଛରେ ପକାଇ ଦେଇଛନ୍ତି। ଆଇପିଏଲରେ ସର୍ବାଧିକ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇବା କ୍ଷେତ୍ରରେ ୱାର୍ଣ୍ଣର ବର୍ତ୍ତମାନ ତିନି ନମ୍ବରରେ ପହଞ୍ଚିଛି।  ସେ ଏହି ତାଲିକାରେ ରୋହିତ ଶର୍ମା ଏବଂ ମହେନ୍ଦ୍ର ସିଂ ଧୋନିଙ୍କୁ ପଛରେ ପକାଇ ଦେଇଛନ୍ତି।

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଇତିହାସରେ ଏବି ଡି ଭିଲିୟର୍ସ ସର୍ବାଧିକ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତିବାର ରେକର୍ଡ ରଖିଛନ୍ତି। ସେ 184 ଟି ଆଇପିଏଲ୍ ମ୍ୟାଚ୍ ରେ 25 ଥର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଆୱାର୍ଡ ଜିତିଛନ୍ତି। 

ସେହିପରି 222ଟି ମ୍ୟାଚ ଖେଳି ରୋହିତ ଶର୍ମା 18 ଥର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତିଥିବାବେଳେ, ମହେନ୍ଦ୍ର ସିଂ ଧୋନି 230 ମ୍ୟାଚ୍ ରେ 17 ଥର ମ୍ୟାନ୍ ଅଫ୍ ଦି ମ୍ୟାଚର ପୁରସ୍କାର ହାତେଇଛନ୍ତି। ଏହି ତାଲିକାରେ କ୍ରିସ୍ ଗେଲ୍ ଦ୍ୱିତୀୟ ସ୍ଥାନରେ ଅଛନ୍ତି, ଯିଏ 142 ଆଇପିଏଲ୍ ମ୍ୟାଚ୍ ରେ 22 ଥର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତିଛନ୍ତି।