ଦେଖନ୍ତୁ ଭିଡ଼ିଓ: ମିଚଲ ମାର୍ଶଙ୍କ ଦ୍ୱିତୀୟ ବଲରେ ଧୋନି ମାରିଲେ ଫ୍ଲାଟ୍ ଛକା, 8 ଟି ବଲ୍ ରେ କଲେ 21 ରନ

  1. Home
  2. IPL Top News

ଦେଖନ୍ତୁ ଭିଡ଼ିଓ: ମିଚଲ ମାର୍ଶଙ୍କ ଦ୍ୱିତୀୟ ବଲରେ ଧୋନି ମାରିଲେ ଫ୍ଲାଟ୍ ଛକା, 8 ଟି ବଲ୍ ରେ କଲେ 21 ରନ

dhoni six


କ୍ରିକେଟ ଖବର : ଦିଲ୍ଲୀ କ୍ୟାପିଟାଲ ଓ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ଆଇପିଏଲ 2022ର 55 ତମ ମ୍ୟାଚ ଡି ୱାଇ ପାଟିଲ ଷ୍ଟାଡ଼ିୟମରେ ଖେଳାଯାଇଥିଲା। ଦିଲ୍ଲୀ କ୍ୟାପିଟାଲ କ୍ୟାପ୍ଟେନ ରିଷଭ ପନ୍ତ ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିବା ଚେନ୍ନାଇ ଟିମ ନିର୍ଦ୍ଧାରିତ 20 ଓଭରରେ 6 ଉଇକେଟ ହରାଇ 208 ରନ୍ ସଂଗ୍ରହ କରିଥିଲା।

ଚେନ୍ନାଇ ପକ୍ଷରୁ ଅଧିକାଂଶ ବ୍ୟାଟସମ୍ୟାନ ଧୂଆଁଧାର ବ୍ୟାଟିଂ କରିଥିଲେ । ଓପନର ବ୍ୟାଟସମ୍ୟାନ ରୁତୁରାଜ ଗାୟକୱାଡ଼ 33 ବଲରେ 4ଟି ଚୌକା ଓ ଗୋଟିଏ ଛକା ସହାୟତାରେ 48 ରନ୍ ସଂଗ୍ରହ କରିଥିଲେ ।

csk

ସେହିପରି ଦ୍ୱିତୀୟ ଓପନର ବ୍ୟାଟସମ୍ୟାନ ଡେଭୋନ କାନୱେ 49 ବଲରେ 7ଟି ଚୌକା ଓ 5ଟି ଛକା ସହାୟତାରେ 87 ରନ୍ ସଂଗ୍ରହ କରିଥିଲେ । ଯଦି ଶେଷ ଓଭର କଥା ଦେଖିବା ତେବେ ମହେନ୍ଦ୍ର ସିଂ ଧୋନି ମାତ୍ର 8ଟି ବଲର ସାମ୍ନାକରି ଗୋଟିଏ ଚୌକା ଓ ଦୁଇଟି ଛକା ସହାୟତାରେ 21 ରନ୍ ସଂଗ୍ରହ କରିଥିଲେ । ଯେଉଁଥିପାଇଁ ଚେନ୍ନାଇ ସୁପରକିଙ୍ଗସ ଟିମ 20 ଓଭରରେ 208 ରନ୍ କରିବାରେ ସଫଳ ହୋଇଥିଲା ।

ତେବେ ଏହି ମ୍ୟାଚରେ ଧୋନି ମିଚେଲ୍ ମାର୍ଶଙ୍କର ବଲରେ ଏକ ଲମ୍ବା ଛକା ମାରିଥିଲେ। ଯାହାର ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି।

ଦେଖନ୍ତୁ ଭିଡିଓ :