ଦେଖନ୍ତୁ ଭିଡ଼ିଓ: କୋହଲି ଏବଂ ଧୋନିଙ୍କ ମଜା କରୁଥିବା ଭିଡ଼ିଓ ସୋସିଆଲ ମିଡିଆରେ ହେଲା ଭାଇରଲ, ଦେଖନ୍ତୁ କେମିତି ହସ ମଜାକ୍ କରୁଛନ୍ତି

  1. Home
  2. IPL Top News

ଦେଖନ୍ତୁ ଭିଡ଼ିଓ: କୋହଲି ଏବଂ ଧୋନିଙ୍କ ମଜା କରୁଥିବା ଭିଡ଼ିଓ ସୋସିଆଲ ମିଡିଆରେ ହେଲା ଭାଇରଲ, ଦେଖନ୍ତୁ କେମିତି ହସ ମଜାକ୍ କରୁଛନ୍ତି


କ୍ରିକେଟ୍ ଖବର: ଗତକାଲି ଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଆଇପିଏଲ୍ ୨୦୨୨ର ଏକ ମ୍ୟାଚ୍ । ଆଉ ମ୍ୟାଚ ପୂର୍ବରୁ ଅଭ୍ୟାସ ସମୟରେ ଦୁଇ ଦଳର ଖେଳାଳି ବେଶ ହସ ମଜା କରିଥିଲେ। ଉଭୟ ଦଳର ଖେଳାଳି ମିଳିତ ହୋଇ ଅଭ୍ୟାସ କରିଥିଲେ। ତେବେ ପୂର୍ବତନ ଆରସିବି ଅଧିନାୟକ ବିରାଟ କୋହଲି ଏବଂ ବର୍ତ୍ତମାନର ଅଧିନାୟକ ଫାଫ୍ ଡୁ ପ୍ଲେସିସଙ୍କ ସମେତ ଉଭୟ ଦଳର ସମସ୍ତ ଖେଳାଳିଙ୍କୁ ମଜାଳିଆ ମନୋଭାବରେ ଦେଖିବାକୁ ମିଳିଥିଲା।

ms dhoni and kohli

ବିରାଟ କୋହଲି ଆଉ ଏମଏସ ଧୋନି ଯେତେବେଳେ ଏକାଠି ହେଲେ , ସେହି ସମୟରେ ଦୁହିଁଙ୍କ ମୁହଁରେ ଆନନ୍ଦ ହିଁ ଆନନ୍ଦ ଥିଲା। ଅଭ୍ୟାସ ସମୟରେ ବିରାଟ କୋହଲିଙ୍କୁ ଦେଖିବା ପରେ ଧୋନି ଛୋଟ ପିଲାଙ୍କ ପରି ହସିବାକୁ ଲାଗିଲେ। ଉଭୟ ବିରାଟ ଏବଂ ଧୋନି ଏକାଠି ବହୁତ ମଜା କରିଥିଲେ  ବିରାଟ କୋହଲି ଅନେକ ଥର ଧୋନିଙ୍କୁ ପ୍ରଶଂସା କରୁଥିବା ଶୁଣିବାକୁ ମିଳିଛି।  ଏପରି ପରିସ୍ଥିତିରେ ଧୋନିଙ୍କୁ ପାଖରେ ପାଇ ସେ ବହୁତ ଖୁସି ମନେ ହେଉଥିଲେ।

ଦେଖନ୍ତୁ ଭାଇରାଲ ଭିଡ଼ିଓ :