IPL NEWS: KKR ଦଳକୁ ଦୁଇ ବର୍ଷ ପାଇଁ ବ୍ୟାନ୍ କରିବା ଉଚିତ ! ଦିଲ୍ଲୀ ବିପକ୍ଷ ବିଜୟ ପରେ ଫ୍ୟାନ୍ସ ହେଲେ କ୍ରୋଧିତ
କ୍ରିକେଟ୍ ଖବର : ଆଇପିଏଲ୍ ୨୦୨୨ ର ଦ୍ୱିତୀୟ ମ୍ୟାଚ୍ ରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ୪ ୱିକେଟ୍ ରେ ପରାସ୍ତ କରିଛି। ବ୍ୟାଟ୍ସମ୍ୟାନଙ୍କ ବ୍ୟତୀତ କୁଲଦୀପ ଯାଦବ ମଧ୍ୟ ଦିଲ୍ଲୀର ଏହି ବିଜୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଦିଲ୍ଲୀ ପାଇଁ ଡେବ୍ୟୁରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ କୁଲଦୀପ ଯାଦବ ଏକ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ମୁମ୍ବାଇ ବିପକ୍ଷ ଚାରି ଓଭରରେ ମାତ୍ର ୧୮ ରନ୍ ବ୍ୟୟ କରି ତିନୋଟି ୱିକେଟ୍ ନେଇଥିଲେ।
କୁଲଦୀପ ଗତ କିଛି ବର୍ଷ ଧରି ଆଇପିଏଲରେ କେକେଆରର ଏକ ଅଂଶ ଥିଲେ ଏବଂ ଅଧିକାଂଶ ସମୟରେ ସେ ଦମଦାର ଖେଳ ଖେଳୁଥିବାର ଦେଖା ଯାଇଛି। ଏଭଳି ପରିସ୍ଥିତିରେ ସବୁଠାରୁ ବଡ ପ୍ରଶ୍ନ ବର୍ତ୍ତମାନ ଉଠୁଛି କଣ ଦିଲ୍ଲୀ ଦଳ ବି ତାଙ୍କୁ ସୁଯୋଗ ଦେବ ନା ପୁଣି ଥରେ ସେ ବାହାରେ ବସିଥିବାର ଦେଖିବାକୁ ମିଳିବେ।
ତେବେ ଏହି ପ୍ରଶ୍ନ ଉପରେ ପ୍ରଦା ଉଠାଇଛନ୍ତି ରିଷଭ ପନ୍ତ। ରିଷଭ ପନ୍ତ ଅନ୍ୟ ଅଧିନାୟକଙ୍କ ପରି ମନୋଭାବ ନ ଦେଖାଇ କୁଲଦୀପ ଯାଦବଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଥିଲେ ଏବଂ ଏହି ବୋଲର ରିଷଭଙ୍କର ସେହି ବିଶ୍ୱାସକୁ ଭାଙ୍ଗିବାକୁ ଦେଇ ନଥିଲେ। ଆଉ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ।
ଯାଦବଙ୍କ ଭଲ ପ୍ରଦର୍ଶନ ଦେଖି ଟ୍ୱିଟରରେ ପ୍ରଶଂସକମାନେ ବହୁତ ଖୁସି ହୋଇଥିଲେ ଏବଂ ଦିଲ୍ଲୀର ବିଜୟ ପରେ କେକେଆର୍ ଉପରେ ଖୁବ୍ ବର୍ଷିଛନ୍ତି ସୋସିଆଲ ମିଡ଼ିଆ ୟୁଜର। ଜଣେ ପ୍ରଶଂସକ ଏପରିକି ଦୁଇ ବର୍ଷ ପାଇଁ କେକେଆର୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ପରାମର୍ଶ ଦେଇଛନ୍ତି। ପ୍ରଶଂସକମାନେ କେକେଆର୍ ଟ୍ରୋଲ୍ କରୁଥିବା ଦେଖିବାକୁ ମିଳିଛି। ଟୁଇଟରରେ ମଧ୍ୟ କେକେଆରକୁ ନେଇ ଟ୍ରେଣ୍ଡ ଆରମ୍ଭ ହୋଇଛି। ଜଣେ ପ୍ରସଂଶକ ଲେଖିଛନ୍ତି ଯେ, କୂଳଦୀପଙ୍କର ୩ ବର୍ଷ କ୍ରିକେଟ୍ କ୍ୟାରିୟର ବର୍ବାଦ କରିଥିବାରୁ କେକେଆରକୁ ଦୁଇବର୍ଷ ବାସନ୍ଦ କରାଯାଉ। ଅନ୍ୟଜଣେ ଲେଖିଛନ୍ତି ଯେ, ଧୋନି, ରାହାଣେ ଆଉ କୂଳଦୀପ ଆଇପିଏଲ୍ ୨୦୨୨ରେ କମାଲ୍ କରୁଛନ୍ତି।