IPL 2023 : CSK ର ଅଧିନାୟକ ହେବ କିଏ ? ସ୍ପଷ୍ଟ କଲେ CEO କାଶୀ ବିଶ୍ୱନାଥନ୍, ଜାଣନ୍ତୁ କଣ କହିଲେ ସେ..

  1. Home
  2. IPL Top News

IPL 2023 : CSK ର ଅଧିନାୟକ ହେବ କିଏ ? ସ୍ପଷ୍ଟ କଲେ CEO କାଶୀ ବିଶ୍ୱନାଥନ୍, ଜାଣନ୍ତୁ କଣ କହିଲେ ସେ..

csk jadeja said


କ୍ରିକେଟ ଖବର : ଆଇପିଏଲ 2022 ରେ ଚେନ୍ନାଇ ସୁପରକିଙ୍ଗସ ବହୁତ ଖରାପ ଖେଳିଥିଲା। ଖରାପ ଖେଳ ପାଇଁ ଦଳ ବହୁତ ସମାଲୋଚନା ହୋଇଥିଲା। ତେବେ ବର୍ତ୍ତମାନ ଦଳ ନୂଆ ଯୋଜନା ନେଇ 2023 ଆଇପିଏଲରେ ଲମ୍ଫ ମାରିବ। 2022 ବର୍ଷର ପ୍ରଥମ 8 ଟି ମ୍ୟାଚରେ ଜାଡେଜା ଦଳର ମଙ୍ଗ ଧରିଥିଲେ। ଯେଉଁଥିରେ ଦଳ ମାତ୍ର 2 ଟି ମ୍ୟାଚ ହିଁ ଜିତିଥିଲା। ଏହା ପରେ ଖେଳର ଚାପରେ ଜାଡେଜା ପୁଣି ଥରେ ଧୋନିଙ୍କୁ ଅଧିନାୟକ ଦାୟିତ୍ୱ ଫେରସ୍ତ କରିଥିଲେ। 

csk got a setback, this star players ruled out of ipl 2022

ତେବେ ଏହି ସବୁ ମଧ୍ୟରେ ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସଛି। ଫ୍ରାଂଚାଇଜ୍ ୨୦୨୩ ବର୍ଷ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛି। ଚେନ୍ନାଇ ସୁପର କିଙ୍ଗସ୍ ର ସିଇଓ କାଶୀ ବିଶ୍ୱନାଥନ୍ ୨୦୨୩ ବର୍ଷ ପାଇଁ ଅଧିନାୟକ କିଏ ହେବେ ତାହା ବିଷୟରେ ପ୍ରକାଶ କରିଛନ୍ତି। ୨୦୨୩ ବର୍ଷ ପାଇଁ, ଦଳର ଅଧିନାୟକ ଦାୟିତ୍ୱ ମହେନ୍ଦ୍ର ସିଂ ଧୋନି ନେବେ ବୋଲି ସିଏକେ ର ସିଇଓ କାଶୀ ବିଶ୍ୱନାଥନ୍ ନିଜେ ଗତକାଲି ପ୍ରକାଶ କରିଛନ୍ତି।

୨୦୨୧ ମସିହାର ଆଇପିଏଲରେ ଦଳର ଅଧିନାୟକ ଥିଲେ ମହେନ୍ଦ୍ର ସିଂ ଧୋନି। ସେହି ବର୍ଷ ଦଳ ମଧ୍ୟ ୨୦୨୧ ରେ ଆଇପିଏଲ୍ ଟାଇଟଲ୍ ଟ୍ରଫି ଜିତିଥିଲା। ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଚାରିଥର ଆଇପିଏଲ ଟାଇଟଲ ଜିତିଛି।