IPL 2023 : ଧୋନିଙ୍କ ଅତି ବିଶ୍ୱସ୍ତ ଖେଳାଳିଙ୍କୁ ଚେନ୍ନାଇ ଦଳ କଲା ବାହାର, ମୋଟ 8 ଜଣ ଖେଳାଳିଙ୍କୁ କଲା ରିଲିଜ୍

  1. Home
  2. IPL Top News

IPL 2023 : ଧୋନିଙ୍କ ଅତି ବିଶ୍ୱସ୍ତ ଖେଳାଳିଙ୍କୁ ଚେନ୍ନାଇ ଦଳ କଲା ବାହାର, ମୋଟ 8 ଜଣ ଖେଳାଳିଙ୍କୁ କଲା ରିଲିଜ୍

sck release player


କ୍ରିକେଟ ଖବର : 2023 ଆଇପିଏଲର ମିନି ଅକ୍ସନ ପୂର୍ବରୁ ଗତକାଲି ସବୁ ଦଳ ସେମାନଙ୍କ ରିଲିଜ୍ ଓ ରିଟେନ ଖେଳାଳିଙ୍କ ନାଁ ଘୋଷଣା କରିଛନ୍ତି । ମିନି ଅକ୍ସନ ପୂର୍ବରୁ ଅନେକ ବଡ଼ବଡ଼ ଖେଳାଳିଙ୍କୁ ସେମାନଙ୍କ ପ୍ରାଂଚାଇଜ୍ ମାନେ ରିଲିଜ୍ କରି ଦେଇଛନ୍ତି । ସେହିପରି ଅନେକ ହେଭିୱେଟ ଏବେ ବି ଦଳଗୁଡ଼ିକ ସହ ରହିଛନ୍ତି । ଖେଳାଳି ରିଲିଜ୍ ଓ ରିଟେନ ପାଇଁ ମଙ୍ଗଳବାର ଶେଷ ତାରିଖ ରହିଥିଲା। 

rp singh feels one more loss will put csk out of the top 4 in IPL 2022

ସନ୍ଧ୍ୟା 5 ଟା ସୁଦ୍ଧା ଆଇପିଏଲରେ ଭାଗ ନେଉଥିବା ସମସ୍ତ 10 ଦଳ ନିଜ ନିଜର ତାଲିକା ସାର୍ବଜନୀନ କରିଛନ୍ତି । ଆସନ୍ତା ଡିସେମ୍ବର 23 ତାରିଖରେ କୋଚିରେ ଆଇପିଏଲ 2023 ପାଇଁ ଅକ୍ସନ ହେବ । ଏହି ସମୟରେ ସବୁ ଦଳକୁ ଅତିରିକ୍ତ 5 କୋଟି ଟଙ୍କା ଖର୍ଚ୍ଚ କରିବାକୁ ସୁଯୋଗ ମିଳିବ । ସେହି ହିସାବରେ ଗତକାଲି ଦଳଗୁଡ଼ିକ ଏକାଧିକ ଖେଳାଳିଙ୍କୁ ରିଲିଜ୍ କରି ନିଜ ପର୍ସକୁ ଆହୁରି ବୃଦ୍ଧି କରିଛନ୍ତି। 

ଚେନ୍ନାଇ ସୁପର କିଙ୍ଗସ୍ (CSK) ଆଇପିଏଲ୍ 2023 ସିଜନ୍ ପୂର୍ବରୁ 8 ଖେଳାଳିଙ୍କୁ ରିଲିଜ କରିଛି। ଏଥିରେ ଦଳର ଷ୍ଟାର ଅଲରାଉଣ୍ଡର ଡୁୱେନ ବ୍ରାଭୋଙ୍କ ସହ ରବିନ୍ ଉଥାପ୍ପା ମଧ୍ୟ ରହିଛନ୍ତି। ଚେନ୍ନାଇ ପାଖରେ ଆଇପିଏଲ୍ 2023 ନିଲାମ ପୂର୍ବରୁ ଖେଳାଳିଙ୍କୁ ଟେଣ୍ଡର କରିବାକୁ 20.45 କୋଟି ଟଙ୍କା ରହିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଓଡ଼ିଶାର ଷ୍ଟାର୍ ଖେଳାଳି ଶୁଭ୍ରାଂଶୁ ସେନାପତିଙ୍କୁ ପୁଣିଥରେ ଚେନ୍ନାଇ ନିଜ ପାଖରେ ରଖିଛି । ଗତ ସଂସ୍କରଣରେ ସେ ଗୋଟିଏ ହେଲେ ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇ ନଥିଲେ । ତଥାପି ଚେନ୍ନାଇ ମ୍ୟାନେଜମେଂଟ ତାଙ୍କ ଉପରେ ଭରସା ପୂର୍ବଭଳି ରଖି ରିଟେନ କରିଛି। 

ରିଲିଜ ଖେଳାଳି:

Bravo

ଡୁୱେନ ବ୍ରାଭୋ, ରବିନ ଉଥାପ୍ପା(ଅବସର), କ୍ରିସ ଜୋର୍ଡାନ, ଆଡାମ ମିଲନେ, ଏନ ଜଗଦୀଶସନ, ସି ହରି ନିଶାନ୍ତ, କେ ଭଗତ ବର୍ମା, କେଏମ ଆସିଫ ।

ରିଟେନ ଖେଳାଳି:

ମହେନ୍ଦ୍ର ସିଂହ ଧୋନି(ଅଧିନାୟକ), ରବୀନ୍ଦ୍ର ଜାଡେଜା, ଡେଭନ କନୱେ, ମୋଇନ ଅଲୀ, ଋତୁରାଜ ଗାଏକ୍ୱାଡ, ଶିବମ ଦୁବେ, ଅମ୍ବାତି ରାୟୁଡୁ, ଡ୍ୱେନ ପ୍ରିଟୋରିୟସ, ମହୀଶ ତିକଶାନା, ପ୍ରଶାନ୍ତ ସୋଲାଙ୍କି, ଦୀପକ ଚହର, ମୁକେଶ ଚୌଧୁରୀ, ସିମରଜିତ ସିଂହ, ତୁଷାର ଦେଶପାଣ୍ଡେ, ରାଜବର୍ଦ୍ଧନ ହଙ୍ଗାରଗେକର, ମିଚେଲ ସାଂଟନର, ମଥିସା ପତିରାଣା ଓ ଶୁଭ୍ରାଂଶୁ ସେନାପତି।