IPL 2022 : RCB କୁ ଲାଗିଲା ବଡ଼ ଝଟକା, ଏହି କାରଣରୁ ହର୍ଷଲ ପଟେଲ IPL ଅଧାରୁ ଛାଡି ଘରକୁ ଗଲେ
କ୍ରିକେଟ୍ ଖବର : ମାର୍ଚ୍ଚ ୨୬ ତାରିଖରୁ ଦେଶରେ ଚାଲିଛି ଆଇପିଏଲର ୧୫ ତମ ସିଜନ। ୧୦ ଟି ଦଳକୁ ନେଇ ଚାଲିଛି ଏହି ବ୍ୟୟବହୁଳ ଟୁର୍ଣ୍ଣାମେଣ୍ଟ। ସମସ୍ତ ୧୦ଟି ଦଳ ପଡ଼ିଆରେ ନିଜର ଖେଳ ପ୍ରଦର୍ଶନ ଜାରି ରଖିଛନ୍ତି। କିନ୍ତୁ ଏହାରି ମଧ୍ୟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମକୁ ଲାଗିଛି ଏକ ବଡ଼ ଝଟକା। ଦଳର ଫାଷ୍ଟ ବୋଲର୍ ହର୍ଷଲ ପଟେଲ ଚଳିତ ବର୍ଷର ଆଇପିଏଲ୍ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି। ତାଙ୍କ ଭଉଣୀଙ୍କର ଅକାଳ ବିୟୋଗ ହେବା କାରଣରୁ ସେ ଆଇପିଏଲର ଚଳିତ ସିଜନରୁ ଓହରି ଯାଇଛନ୍ତି।
ଆରସିବି ଦଳର ଖେଳାଳି ହର୍ଷଲଙ୍କ ଭଉଣୀ କିଛି ଦିନ ହେବ ଅସୁସ୍ଥ ଥିଲେ, ତେବେ ମୁମ୍ବାଇ ବିପକ୍ଷ ମ୍ୟାଚ ପରେ ସେ ସୂଚନା ପାଇଥିଲେ ଯେ, ତାଙ୍କ ଭଉଣୀ ଆଉ ଏହି ଦୁନିଆରେ ନାହାନ୍ତି। ତାଙ୍କ ଭଉଣୀର ମୃତ୍ୟୁ ଖବର ପାଇବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଏହି ଦ୍ରୁତ ବୋଲର ହର୍ଷଲ ପଟେଲ ଆଇପିଏଲର ବାୟୋ-ବବୁଲରୁ ବାହାରି ଘର ମୁହାଁ ହୋଇଛନ୍ତି।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗତ ଶନିବାର ରାତିରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ ପରେ ପଟେଲ ପରିବାରରେ ଘଟିଥିବା ଏହି ଦୁଃଖଦ ଘଟଣା ବିଷୟରେ ଜାଣିଥିଲେ। ଏହା ପରେ ସେ ପୁଣେରୁ ମୁମ୍ବାଇକୁ ଚାଲିଗଲେ ଏବଂ ଏହା ପରେ ନିଜ ଘରକୁ ଚାଲିଗଲେ। ତେବେ ଚଳିତ ସିଜନରେ ଆରସିବି 4 ଟି ମ୍ୟାଚ ଖେଳିଛି, ସେଥିରୁ ହର୍ଷଲ ପଟେଲ 6 ଟି ୱିକେଟ୍ ନେଇଛନ୍ତି।