IPL 2022: CSK କୁ ଲାଗିଲା ବଡ ଝଟକା, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ ନିଜ ଦେଶକୁ ଫେରିଲେ ଏହି ଖେଳାଳି

  1. Home
  2. IPL Top News

IPL 2022: CSK କୁ ଲାଗିଲା ବଡ ଝଟକା, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ ନିଜ ଦେଶକୁ ଫେରିଲେ ଏହି ଖେଳାଳି

csk


କ୍ରିକେଟ୍ ଖବର : ଚଳିତ IPL ସିଜନର ଆଜି 33 ତମ ମ୍ୟାଚ ଖେଳାଯିବ। ଆଉ ଏହି ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ଆଉ ମୁମ୍ବାଇ। ତେବେ ଏହି ମ୍ୟାଚ ପୂର୍ବରୁ ଚେନ୍ନାଇକୁ ଲାଗିଛି ଏକ ଶକ୍ତ ଝଟକା। ଦଳର ଜଣେ ଷ୍ଟାର୍ ଖେଳାଳି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ ନିଜ ଦେଶକୁ ଫେରିଯାଇଛନ୍ତି। 

ଏକ ସପ୍ତାହ ପାଇଁ ନ୍ୟୁଜିଲ୍ୟାଣ୍ଡ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ଓପନିଂ ବ୍ୟାଟ୍ସମ୍ୟାନ୍ ଡିଭନ୍ କନୱେ ଉପଲବ୍ଧ ହେବେ ନାହିଁ।  କନୱେ ତାଙ୍କ ବିବାହ ସମାରୋହ ପାଇଁ ଦକ୍ଷିଣ ଆଫ୍ରିକା ଯାଇଛନ୍ତି। ସୂଚନାଯୋଗ୍ୟ ଯେ, ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ପାଇଁ କନୱେ କେବଳ ଗୋଟିଏ ମ୍ୟାଚ୍ ଖେଳିଛନ୍ତି। 

conway

ତେବେ ESPNcricinfoର ରିପୋର୍ଟ ଅନୁଯାୟୀ, ରବିବାର (ଏପ୍ରିଲ୍ 24) ସୁଦ୍ଧା କନୱେ ଚେନ୍ନାଇ ଦଳରେ ପୁଣି ଯୋଗ ଦେବେ। ଏହା ପରେ, କୋଭିଡ୍ -19 ପ୍ରୋଟୋକଲ୍ ହେତୁ ତାଙ୍କୁ ଆସନ୍ତା ତିନି ଦିନ ପାଇଁ ଅଲଗା ରହିବାକୁ ପଡିବ। ଯେଉଁଥିପାଇଁ ସେ ଚେନ୍ନାଇର ପରବର୍ତ୍ତୀ ଦୁଇଟି ମ୍ୟାଚରେ ଉପଲବ୍ଧ ହେବେ ନାହିଁ। 

ଚେନ୍ନାଇ ଆଜି ଆଇପିଏଲ୍ ଇତିହାସରେ ପାଞ୍ଚ ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ। ପରବର୍ତ୍ତୀ ମ୍ୟାଚ୍ ଏପ୍ରିଲ୍ 25 (ଶୁକ୍ରବାର) ରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଖେଳିବ ଦଳ। ଏହା ପରେ, 6 ଦିନର ବିରତି ପରେ ଦଳ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମେ 1 (ରବିବାର)ରେ ଖେଳିବ।