IPL 2022: ଲଗାତାର ୫ଟି ଲଜ୍ଜାଜନକ ପରାଜୟ ପରେ ଅଧିନାୟକ ପଦ ଛାଡ଼ିବେ ରୋହିତ ? କିଏ ନେବ ଦଳର ଅଧିନାୟକ ଦାୟିତ୍ୱ

  1. Home
  2. IPL Top News

IPL 2022: ଲଗାତାର ୫ଟି ଲଜ୍ଜାଜନକ ପରାଜୟ ପରେ ଅଧିନାୟକ ପଦ ଛାଡ଼ିବେ ରୋହିତ ? କିଏ ନେବ ଦଳର ଅଧିନାୟକ ଦାୟିତ୍ୱ


କ୍ରିକେଟ୍ ଖବର: ଆଇପିଏଲରେ ବିରାଟ କୋହଲି ଏବଂ ମହେନ୍ଦ୍ର ସିଂ ଧୋନିଙ୍କ ପରେ ରୋହିତ ଶର୍ମା ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ (MI) ର ଅଧିନାୟକତ୍ୱ ଛାଡିବାକୁ ଯୋଜନା କରୁଥିବା କ୍ରୀଡାମହଲରେ ଆଲୋଚନା ହେଉଛି।

rohit rharma created history in T20 cricket, became the second Indian batter in this matter

ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଛି ଯେ, ରୋହିତ ଶର୍ମା ଯଦି ମୁମ୍ବାଇର ଅଧିନାୟକ ପଦ ଛାଡିବେ ତେବେ ତାଙ୍କ ସ୍ଥାନରେ କିରୋନ ପୋଲାର୍ଡଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ (MI) ର ନୂତନ ଅଧିନାୟକ କରାଯିବ।

pollard

ଆଇପିଏଲ୍ 2022 ରେ ରୋହିତ ଶର୍ମାଙ୍କ ବ୍ୟାଟ୍ ଚୁପ୍ ରହିଛି।  ଏପର୍ଯ୍ୟନ୍ତ 5 ଟି ମ୍ୟାଚରେ 108 ରନ୍ ସ୍କୋର କରିଛନ୍ତି ସେ |  ତାଙ୍କର ହାରାହାରି ମାତ୍ର 21.6 ରହିଛି|  ଭାରତୀୟ ଦଳର ତିନୋଟି ଫର୍ମାଟ ବ୍ୟତୀତ ସେ ମୁମ୍ବାଇ ଇଣ୍ଡିଆନ୍ସ (MI) ର ଅଧିନାୟକ ପଦରେ ଅଛନ୍ତି |  ସେ ଏପର୍ଯ୍ୟନ୍ତ ତାଙ୍କ ଖେଳ ଅନୁଯାୟୀ ପ୍ରଦର୍ଶନ କରିବାକୁ ସକ୍ଷମ ହୋଇନାହାନ୍ତି।