GT vs CSK: କ୍ରିସ୍ ଜୋର୍ଡାନଙ୍କ ପାଇଁ ହାରିଲା ଚେନ୍ନାଇ ତେବେ ଫ୍ୟାନ୍ସ ଧୋନିଙ୍କ ଉପରେ ରାଗିଲେ, ସୋସିଆଲ ମିଡ଼ିଆ ରେ କଲେ ଟ୍ରୋଲ

  1. Home
  2. IPL Top News

GT vs CSK: କ୍ରିସ୍ ଜୋର୍ଡାନଙ୍କ ପାଇଁ ହାରିଲା ଚେନ୍ନାଇ ତେବେ ଫ୍ୟାନ୍ସ ଧୋନିଙ୍କ ଉପରେ ରାଗିଲେ, ସୋସିଆଲ ମିଡ଼ିଆ ରେ କଲେ ଟ୍ରୋଲ


କ୍ରିକେଟ ଖବର : ଗତକାଲି ପୁଣେର ଏମସିଏ ଷ୍ଟାଡିୟମରେ ଆଇପିଏଲ୍ 2022 ର 29 ତମ ମ୍ୟାଚ୍ ଖେଳାଯାଇଥିଲା। ଯେଉଁଠାରେ ଗୁଜୁରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସର ଦଳ ମୁହାଁମୁହିଁ ହୋଇଥିଲେ। ଯେଉଁଠାରେ ଗୁଜୁରାଟ ଦଳର ଅଧିନାୟକ ରସିଦ ଖାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଯାହା ପରେ CSK 20 ଓଭରରେ 169 ରନ୍ ସ୍କୋର କରିଥିଲା। 

ଟାର୍ଗେଟକୁ ପିଛା କରି ଗୁଜୁରାଟ ଟାଇଟାନ୍ସ ଦଳ 3 ୱିକେଟରେ ମ୍ୟାଚ ଜିତିନେଇଥିଲା। ତେବେ ମ୍ୟାଚ ହାରିବା ପରେ ମହେନ୍ଦ୍ର ସିଂ ଧୋନି ଏବଂ କ୍ରିସ ଜୋର୍ଡାନ ପ୍ରଶଂସକଙ୍କ ଦ୍ୱାରା ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହୋଇଛନ୍ତି।

dhoni troll tweet 1

ଆଉ ଏହି ପରାଜୟର ଦାୟୀ ଏହି ଦୁଇ ଖେଳାଳି ବୋଲି ପ୍ରସଂଶକମାନେ କହୁଛନ୍ତି। ପ୍ରଶଂସକମାନେ ସୋସିଆଲ ମିଡିଆରେ ମହେନ୍ଦ୍ର ସିଂ ଧୋନି ଏବଂ କ୍ରିସ୍ ଜୋର୍ଡାନଙ୍କୁ କଡ଼ା ସମାଲୋଚନା କରୁଛନ୍ତି।

dhoni troll tweet 2

ପ୍ରଥମେ ବ୍ୟାଟିଂ କରିବାକୁ ଆସି ଓପନର ରିତୁରାଜ ଗାଇକୱାଡ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ 73 ରନର ଏକ ଚମତ୍କାର ଇନିଂସ ଖେଳିଥିଲେ।  ଅମ୍ବାତି ରାୟୁଡୁ ମଧ୍ୟ 46 ରନର ଚମତ୍କାର ଇନିଂସ ଖେଳିଥିଲେ।  ଯେଉଁଥିପାଇଁ ଚେନ୍ନାଇ ସୁପର କିଙ୍ଗ୍ସ ଦଳ 20 ଓଭରରେ 169 ରନ୍ ସଂଗ୍ରହ କରିଥିଲା।

dhoni troll tweet 3

ତେବେ ଗୁଜୁରାଟ ଟାଇଟାନ୍ସର ଡେଭିଡ ମିଲର ଟାର୍ଗେଟକୁ ଗୋଡାଇ ନିଜର ବ୍ୟକ୍ତିଗତ 96 ରନ୍ ସଂଗ୍ରହ କରିଥିଲେ। 

csk vs gt

ଏହି କାରଣରୁ ତାଙ୍କ ଦଳ ମ୍ୟାଚକୁ 3 ୱିକେଟରେ ଜିତିଥିଲା। ଫୋଟ ମାଧ୍ୟମରେ ଦେଖନ୍ତୁ କେମିତି ଅନେକ ୟୁଜର ଏହି ଦୁଇ ଖେଳାଳିଙ୍କୁ ଟ୍ରୋଲ୍ କରୁଛନ୍ତି।