IPL 2022: ଭାରତୀୟ ଦଳର ପୂର୍ବତନ କୋଚ୍ ରବି ଶାସ୍ତ୍ରୀଙ୍କ କଲେ ଭବିଷ୍ୟବାଣୀ, କହିଲେ ଏହି ୪ଟି ଟିମ୍ କରିବେ ପ୍ଲେ ଅଫ୍ ପ୍ରବେଶ

  1. Home
  2. IPL Top News

IPL 2022: ଭାରତୀୟ ଦଳର ପୂର୍ବତନ କୋଚ୍ ରବି ଶାସ୍ତ୍ରୀଙ୍କ କଲେ ଭବିଷ୍ୟବାଣୀ, କହିଲେ ଏହି ୪ଟି ଟିମ୍ କରିବେ ପ୍ଲେ ଅଫ୍ ପ୍ରବେଶ


କ୍ରିକେଟ୍ ଖବର : ବିଶ୍ୱ କ୍ରିକେଟର ସବୁଠାରୁ ପ୍ରିୟ ଟି-୨୦ କ୍ରିକେଟ୍ ଲିଗ୍ ଇଣ୍ଡିଆନ୍ ପ୍ରିମିୟର ଲିଗର ୧୫ ତମ ସିଜନ୍ ଆରମ୍ଭ ହୋଇଛି। ଏହି ସିଜିନର ପ୍ରଥମ ମ୍ୟାଚ୍ ଶନିବାର ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗସ୍ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯାଇଥିଲା, ଯେଉଁଠାରେ କେକେଆର୍ ଏକ ବିଜୟ ହାସଲ କରିଥିଲା। ଆଇପିଏଲର ଏହି ୧୫ ତମ ସିଜନ ଆରମ୍ଭ ହୋଇଥିବାବେଳେ, ଅନ୍ୟପକ୍ଷରେ ୧୦ଟି ଦଳ ଆଇପିଏଲ ଟାଇଟଲ ଟ୍ରଫି ପାଇଁ ଏହି ୧୫ ତମ ସିଜନରେ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି। ତେବେ ଏହି ୧୦ ଟି ଦଳକୁ ନେଇ ବର୍ତ୍ତମାନ ଭବିଷ୍ୟତବାଣୀ ଆରମ୍ଭ ହୋଇସାରିଛି। କେଉଁ କେଉଁ ଦଳ ପ୍ଲେ ଅଫରେ ପ୍ରବେଶ କରିବେ ତାକୁ ନେଇ ଆଲୋଚନା ଆରମ୍ଭ ହୋଇସାରିଛି। 

ravi shastri

ପୂର୍ବତନ କ୍ରିକେଟର ତଥା କ୍ରିକେଟ୍ ବିଶେଷଜ୍ଞମାନେ ଏହି ଆଇପିଏଲ୍ ସିଜନ ବିଷୟରେ ବିଭିନ୍ନ ଭବିଷ୍ୟବାଣୀ କରିବା ଆରମ୍ଭ କରିଛନ୍ତି। ଯେଉଁଥିରେ କେତେ ଜଣ ଆଇପିଏଲ୍ ୧୫ର ବିଜେତା କିଏ ହେବ ତାହା ବିଷୟରେ ଆଲୋଚନା କରୁଥିବା ବେଳେ, ଅନ୍ୟ କେତେ ଜଣ ପ୍ଲେ ଅଫ୍ ରେ ପ୍ରବେଶ କରିବାକୁ ଥିବା ଦଳ ବିଷୟରେ ଆଲୋଚନା କରୁଛନ୍ତି।

ଏହି ସମୟରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ପ୍ରଶିକ୍ଷକ ବା ମୁଖ୍ୟକୋଚ୍ ତଥା ଆଇପିଏଲରେ ହିନ୍ଦୀରେ କମେଣ୍ଟ୍ରି କରୁଥିବା ରବି ଶାସ୍ତ୍ରୀ ମଧ୍ୟ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି।  ରବି ଶାସ୍ତ୍ରୀ ପ୍ଲେ ଅଫ୍ ରେ ଖେଳିବାକୁ ଥିବା ୪ ଟି ଦଳ ବିଷୟରେ ଆଲୋଚନା କରିଛନ୍ତି। ଆଉ ସେ ନିଜେ କହିଛନ୍ତି ଯେ ଏହି ୪ ଟି ଦଳ ନିଶ୍ଚିତ ଭାବରେ ଚଳିତବର୍ଷ ପ୍ଲେ ଅଫରେ ପହଞ୍ଚିବେ। 

Delhi Capitals team will be stronger in 2022 season, this dangerous CSK bowler joined DC

ରବି ଶାସ୍ତ୍ରୀଙ୍କ କହିବା ଅନୁଯାୟୀ ଚେନ୍ନାଇ ସୁପର କିଙ୍ଗ୍ସ, ମୁମ୍ବାଇ ଇଣ୍ଡିଆନ୍ସ ବ୍ୟତୀତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଲକ୍ଷ୍ନୌ ସୁପରଜିଆଣ୍ଟସ୍ ଚଳିତ ବର୍ଷର ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିବେ। ଭାରତର ପୂର୍ବତନ ପ୍ରଶିକ୍ଷକ କହିଛନ୍ତି ଯେ ଉଭୟ ଚେନ୍ନାଇ ଆଉ ମୁମ୍ବାଇ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ସଫଳ ଦଳ ଅଟନ୍ତି। ଉଭୟ ଦଳ ଏହି ଲିଗରେ ଅନେକ ରେକର୍ଡ ସୃଷ୍ଟି କରି ପ୍ରମାଣ କରିଛନ୍ତି ଯେ ସେମାନେ ଆଇପିଏଲରେ ସବୁଠୁ ସଫଳ ଦଳ। ଏଥର ମଧ୍ୟ ଉଭୟ ଦଳ ଭଲ ପ୍ରଦର୍ଶନ କରିବେ ଏବଂ ଶ୍ରେଷ୍ଠ ୪ରେ ରହିବେ ବୋଲି ରବି ଆଶା କରିଛନ୍ତି। 

ଏହା ପରେ ସେ ପରବର୍ତ୍ତୀ ଦୁଇଟି ଦଳ ବିଷୟରେ କହିଛନ୍ତି, ମୁଁ ସେହି ଦୁଇଟି ଦଳ ବାଛିବି ଯାହା ଏପର୍ଯ୍ୟନ୍ତ କୌଣସି ଟାଇଟଲ୍ ଜିତି ନାହିଁ। ଲକ୍ଷ୍ନୌ ଏକ ଭଲ ଦଳ ଅଟେ। ଲକ୍ଷ୍ନୌ ଦଳରେ ଅଭିଜ୍ଞ ଖେଳାଳି ଏବଂ ଯୁବକ ଖେଳାଳି ମିଶ୍ରଣ ହୋଇ ଅଛନ୍ତି। ସେହିପରି ଏଥର ଫାଫ୍ ଡୁ ପ୍ଲେସିସ୍ ପରି ଜଣେ ଅଭିଜ୍ଞ ଖେଳାଳି ଆରସିବି ଦଳ ସହିତ ଜଡିତ। ଆରସିବି ଦଳରେ ମଧ୍ୟ ଭଲ ଏବଂ ବଡ଼ ଖେଳାଳି ଅଛନ୍ତି। ତେଣୁ ଏହି ଦୁଇ ମଧ୍ୟ ପ୍ଲେ ଅଫରେ ରହିବେ ବୋଲି ମୋର ବିଶ୍ୱାସ।