IPL 2022 : ମେଗା ନିଲାମ ପରେ ଏହି ସବୁ ଖେଳାଳିଙ୍କୁ ନେଇ ଅଧିକ ଘାତକ ହେଲା ଚେନ୍ନାଇ ଦଳ, ଦେଖନ୍ତୁ ସମ୍ପୂର୍ଣ ଲିଷ୍ଟ

  1. Home
  2. IPL Top News

IPL 2022 : ମେଗା ନିଲାମ ପରେ ଏହି ସବୁ ଖେଳାଳିଙ୍କୁ ନେଇ ଅଧିକ ଘାତକ ହେଲା ଚେନ୍ନାଇ ଦଳ, ଦେଖନ୍ତୁ ସମ୍ପୂର୍ଣ ଲିଷ୍ଟ


କ୍ରିକେଟ୍ ଖବର : ସରିଛି ଚଳିତ ବର୍ଷର ଆଇପିଏଲ୍ ପାଇଁ ମେଗା ନିଲାମ। ସମସ୍ତ ଦଳ ପ୍ରାଞ୍ଚାଇଜ୍ ନିଜ ନିଜ ଦଳର ଖେଳାଳିଙ୍କୁ ଏହି ମେଗା ନିଲାମରେ କିଣିଛନ୍ତି। ଏହି ସମୟରେ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟର କିଙ୍ଗ୍ ଭାବରେ ଜଣାଶୁଣା ଦଳ ଚେନ୍ନାଇ ସୁପର କିଙ୍ଗ୍ ମଧ୍ୟ ଆଇପିଏଲ୍ ୨୦୨୨ ପାଇଁ ଖେଳାଳି ଚୟନ କରିସାରିଛି। ତେବେ ଏହି ମେଗା ନିଲାମ ପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍ସ ତାର ୪ ଜଣ ମୁଖ୍ୟ ଖେଳାଳିଙ୍କୁ ରିଟେନ କରିଥିଲା। ତେବେ ସୁଚନା ଥାଉ ଯେ, ଗୋଟିଏ ଦଳରେ ଚଳିତ ବର୍ଷ ସର୍ବାଧିକ ୨୫ ଜଣ ଖେଳାଳି ରହିବେ ବୋଲି ବିସିସିଆଇ ପ୍ରକାଶ କରିଥିଲା।

CSK IPL team

ଏଭଳି ପରିସ୍ଥିତିରେ, ସିଏସକେ ନିଲାମରେ ମୋଟ ୨୧ ଜଣ ଖେଳାଳିଙ୍କୁ କିଣିଛି। ତେବେ ଏହି ଖେଳାଳୀମାନଙ୍କ ମଧ୍ୟରୁ କେତେକ ପୂର୍ବରୁ ମଧ୍ୟ ଏହି ଦଳ ପାଇଁ ଖେଳି ସାରିଛନ୍ତି। ଏହି ମେଗା ନିଲାମରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା ଯେତେବେଳେ ଚେନ୍ନାଇ ଦୀପକ ଚହରଙ୍କୁ କିଣିବା ପାଇଁ ଯେକୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ ଥିଲା। ଶେଷରେ ଦୀପକ ଚହରଙ୍କୁ ଚେନ୍ନାଇ ୧୪ କୋଟି ଟଙ୍କା ଖର୍ଚ୍ଚ କରି କିଣିଲା। ତେବେ ମେଗା ନିଲାମ ସରିବା ପରେ  ଏହି ବ୍ୟୟବହୁଳ ଟୁର୍ଣ୍ଣାମେଣ୍ଟର ଆୟୋଜନର ତାରିଖ ଘୋଷଣାକୁ ଅପେକ୍ଷା।

CSK IPL team

ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ୍ ଇତିହାସର ଦ୍ୱିତୀୟ ସଫଳ ଦଳ। ଏପର୍ଯ୍ୟନ୍ତ ଏହି ଦଳ ୪ ଥର ଏହି ଟୁର୍ଣ୍ଣାମେଣ୍ଟର ଟାଇଟଲ୍ ଜିତିଛି। ଏମିତିକି ଗତଥର ଚେନ୍ନାଇ ସୁପର କିଙ୍ଗ୍ସ ଏକ ଜବରଦସ୍ତ କମବ୍ୟାକ କରି ଟାଇଟଲ ନିଜ ନାମରେ କବଜା କରିଥିଲା। ଗତ ଥର ବ୍ୟାଟିଂ କ୍ରମରେ ଫାଫ୍ ଡୁ ପ୍ଲେସିସ୍ ଏକ ଚମତ୍କାର ଭୂମିକା ଗ୍ରହଣ କରିଥିଲେ। କିନ୍ତୁ, ଏଥର କେଉଁ ବ୍ୟାଟ୍ସମ୍ୟାନ୍ ଗାଇକୱାଡଙ୍କ ସହିତ ମିଶି ମ୍ୟାଚ ଆରମ୍ଭ କରିବେ ତାହା ଦେଖିବାକୁ ବାକି ରହିଛି। ସମସ୍ତଙ୍କ ଆଖି ଏହା ଉପରେ ରହିବ।

ଏଥି ସହିତ, CSK ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ରବିନ୍ ଉଥାପ୍ପାଙ୍କ ସହ ମଧ୍ୟକ୍ରମରେ ରାଇନାଙ୍କ ବିକଳ୍ପ ଭାବରେ ଯିବାକୁ ପସନ୍ଦ କରିଛି। ରବିନ୍ ଉଥାପ୍ପା ଗତ ବର୍ଷ ଫର୍ମରେ ରହିଥିଲେ। ଏଭଳି ପରିସ୍ଥିତିରେ, ନିଲାମରେ ଚେନ୍ନାଇ ସେନା ପ୍ରସ୍ତୁତ କରିଥିବା ଦଳକୁ ଦେଖିଲେ ଲାଗୁଚି ଏଥର ମଧ୍ୟ ଟାଇଟଲ୍ ଟ୍ରଫି ଜିତିବାକୁ ଏହି ଦଳ ଏକ ଦୃଢ଼ ଦାବିଦାର ହୋଇଛି।

ନିଲାମ ପରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳ :

ରିଟେନ୍ ଖେଳାଳି : ଏମଏସ ଧୋନି, ରବିନ୍ଦ୍ର ଜାଡେଜା, ମୋଇନ ଅଲି, ରୁତୁରାଜ ଗାଇକୱାଡ।

ନିଲାମରେ କିଣାଯାଇଥିବା ଖେଳାଳିମାନେ: ଶୁଭ୍ରାଂଶୁ ସେନାପତି, ଡିଭନ୍ କନୱେ, ରବିନ୍ ଉଥାପ୍ପା, ହରି ନିଶାନ୍ତ, ଦୀପକ ଚହର, ଆଦାମ ମିଲନେ, ମହିଷ ତୀଶନା, ସିମରଜିତ ସିଂ, ମୁକେଶ ଚୌଧୁରୀ, ତୁଷାର ଦେଶପାଣ୍ଡେ, କେ.ଏମ ଆସିଫ, ପ୍ରଶାନ୍ତ ସୋଲାଙ୍କି, ଏନ ଜଗଦୀଶନ୍, ମିଚେଲ୍ ସାଣ୍ଟନର୍, ଶିଭାନ୍ ଦୁବେ, ଡୁୱେନ୍ ବ୍ରାଭୋ, ଡୱେନ ପ୍ରିଟୋରିୟସ୍, ଭାଗତ ଭର୍ମା, କ୍ରିସ୍ ଜୋର୍ଡାନ। 

ଚେନ୍ନାଇ ଦଳର ୨୫ ଜଣ ଖେଳାଳି :

CSK IPL team

ମହେନ୍ଦ୍ର ସିଂ ଧୋନି ( ଅଧିନାୟକ ଓ ୱିକେଟ୍ କିପର୍ ) , ରୁତୁରାଜ ଗାଇକୱାଡ, ରବିନ୍ଦ୍ର ଜାଡେଜା, ମୋଇନ ଅଲି, ଶୁଭ୍ରାଂଶୁ ସେନାପତି, ଡିଭନ୍ କନୱେ, ରବିନ୍ ଉଥାପ୍ପା, ହରି ନିଶାନ୍ତ, ଦୀପକ ଚହର, ଆଦାମ ମିଲନେ, ମହିଷ ତୀଶନା, ସିମରଜିତ ସିଂ, ମୁକେଶ ଚୌଧୁରୀ, ତୁଷାର ଦେଶପାଣ୍ଡେ, କେ.ଏମ ଆସିଫ, ପ୍ରଶାନ୍ତ ସୋଲାଙ୍କି, ଏନ ଜଗଦୀଶନ୍, ମିଚେଲ୍ ସାଣ୍ଟନର୍, ଶିଭାନ୍ ଦୁବେ, ଡୁୱେନ୍ ବ୍ରାଭୋ, ଡୱେନ ପ୍ରିଟୋରିୟସ୍, ଭାଗତ ଭର୍ମା, କ୍ରିସ୍ ଜୋର୍ଡାନ ।