ଏବେ ହରଭଜନ ସିଂ କରିଦେଲେ ଭବିଷ୍ୟବାଣୀ, IPL 2022 ରେ ଏହି 4ଟି ଦଳ ହିଁ ଯିବେ ପ୍ଲେଅଫ
କ୍ରିକେଟ୍ ଖବର : ଭାରତୀୟ ଟିମର ପୂର୍ବତନ ଅଫ ସ୍ପିନର ଖେଳାଳୀ ଓ ବର୍ତ୍ତମାନର କ୍ରିକେଟ କମେଣ୍ଟଟେଟର ହରଭଜନ ସିଂହ ଆଇପିଏଲକୁ ନେଇ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି । ହରଭଜନ ସିଂ ଆଇପିଏଲ ୨୦୨୨ ପାଇଁ ପ୍ଲେ ଅଫରେ ପହଞ୍ଚିବାକୁ ଥିବା ୪ଜଣ ଟିମଙ୍କ ବିଷୟରେ ଭବିଷ୍ୟବାଣୀ କରିଛନ୍ତି ।
ହରଭଜନଙ୍କ ତାଲିକାରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗସର ନାମ ସାମିଲ ନାହିଁ । ଏହାସହିତ ୨ ଥର ଚାମ୍ପିଅନ ହୋଇଥିବା କୋଲକାତା ନାଇଟ ରାଇଡର୍ସର ନାମ ମଧ୍ୟ ସାମିଲ ନାହିଁ । ଏଥର ଆଇପିଏଲରେ ମୋଟ ୧୦ଟି ଟିମ ରହିଛି ତେଣୁ ପ୍ଲେ ଅଫ ପାଇଁ ଚାଲେଞ୍ଜ ଓ ସଂଘର୍ଷ ପୂର୍ଣ୍ଣ ସ୍ଥିତି ରହିବ ।
ହରଭଜନ ସିଂହ ଆଇପିଏଲର ଟପ ୪ଟି ଟିମର ନାମ ଘୋଷଣା କରିଛନ୍ତି । ତାଙ୍କ ମୁତାବକ ଆଇପିଏଲ ଜଡ଼ିତ ୨ଟି ନୂଆ ଟିମ ଲକ୍ଷ୍ନୌ ଓ ଗୁଜୁରାଟ ଟିମ ଟପ ୪ରେ ସାମିଲ ହେବେ । ଏହାସହିତ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ରାଜସ୍ଥାନ ରୟାଲ୍ସ ବି ଚଳିତବର୍ଷର ପ୍ଲେ ଅଫ ଖେଳିପାରନ୍ତି। ଏହି ୪ଟି ଟିମ ଭଲ ପ୍ରଦର୍ଶନ କରୁଛନ୍ତି ଓ ଚାମ୍ପିଅନ ହେବା ପାଇଁ ପ୍ରାଣପଣେ ଚେଷ୍ଟା କରିଚାଲିଛନ୍ତି ବୋଲି ସେ କହିଛନ୍ତି।