IPL 2022: CSK ବିପକ୍ଷ ମ୍ୟାଚରେ ଫିଟ ଦେଖାଯାଉଥିବା ପାଣ୍ଡ୍ୟା କାହିଁକି ଖେଳିଲେ ନାହିଁ ? ଜାଣନ୍ତୁ କଣ ରହିଛି କାରଣ

  1. Home
  2. IPL Top News

IPL 2022: CSK ବିପକ୍ଷ ମ୍ୟାଚରେ ଫିଟ ଦେଖାଯାଉଥିବା ପାଣ୍ଡ୍ୟା କାହିଁକି ଖେଳିଲେ ନାହିଁ ? ଜାଣନ୍ତୁ କଣ ରହିଛି କାରଣ


କ୍ରିକେଟ୍ ଖବର: ଗୁଜୁରାଟ ଟାଇଟାନ୍ସ ପାଇଁ ବ୍ୟାଟିଂ କରିବାରେ ହାର୍ଦ୍ଦିକ ପାଣ୍ଡ୍ୟା ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି।  ଏହା ବ୍ୟତୀତ ସେ ଅଧିନାୟକତ୍ୱରେ ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଏହି ସମୟରେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ବିପକ୍ଷ ମ୍ୟାଚରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବାଦ ଦିଆଯାଇଛି। ଏହାକୁ ଦଳ ପାଇଁ ଏକ ବଡ଼ ପ୍ରତିବନ୍ଧକ କୁହାଯାଇପାରେ। ତାଙ୍କ ସ୍ଥାନରେ ରସିଦ ଖାନଙ୍କୁ ଦଳର ଅଧିନାୟକ କରାଯାଇଛି।

rasid gt captain

ଚେନ୍ନାଇ ବିପକ୍ଷରେ ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଖେଳିଲେ ନାହିଁ ।  ତାଙ୍କ ସ୍ଥାନରେ ଦଳର ନୂତନ ଅଧିନାୟକ ଭାବରେ ପଡ଼ିଆକୁ ରସିଦ ଖାନ ଟସ୍‌ କରିଥିଲେ । ଟସ ସମୟରେ ରଶିଦ୍ କହିଛନ୍ତି ଯେ, ହାର୍ଦ୍ଦିକଙ୍କ ଜଙ୍ଘ ପାଖାପାଖି ସ୍ଥାନରେ କିଛି ଅସୁବିଧା ରହିଛି । ତେଣୁ ଆମେ କୌଣସି ରିସ୍କ ନେବାକୁ ଚାହୁଁନଥିଲୁ । ସେ ବିଶ୍ରାମ ନେବେ ଏବଂ ମୁଁ ଆଶା କରେ ପରବର୍ତ୍ତୀ ମ୍ୟାଚରେ ସେ ଫେରିବେ ।

ସୂଚନାଯୋଗ୍ୟ ଯେ ଗତ କିଛି ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଦଳର ବ୍ୟାଟିଂକୁ ଆଗେଇ ନେଇଛନ୍ତି ।  ସେ ଅର୍ଦ୍ଧଶତକ ହାସଲ କରିଛନ୍ତି।  ଏହା ବ୍ୟତୀତ ତାଙ୍କ ଅଧିନାୟକତ୍ୱ ମଧ୍ୟ ଦଳକୁ ବିଜୟରେ ପହଞ୍ଚାଇବାରେ ସଫଳ ହୋଇଛି । ସୂଚନା ଅନୁସାରେ ସେ ସମ୍ପୂର୍ଣ ଫିଟ ଅଛନ୍ତି ଆଉ ବିଶ୍ରାମ ନେବା ପରେ ପରବର୍ତୀ ମ୍ୟାଚ ରେ ଦଳକୁ ଫେରିବେ ।