ଧୋନି କାହିଁକି ହଠାତ୍ CSKର ଅଧିନାୟକତ୍ୱ ଛାଡିଲେ? ମୁହଁ ଖୋଲିଲେ ମୁଖ୍ୟକୋଚ୍, କହିଲେ ଧୋନି ବର୍ତ୍ତମାନ ...
କ୍ରିକେଟ୍ ଖବର : ଆଇପିଏଲ୍ 2022 ଆରମ୍ଭ ପୂର୍ବରୁ ଏମଏସ ଧୋନି CSK ର ଅଧିନାୟକ ପଦରୁ ଇସ୍ତଫା ଦେବା ନିଷ୍ପତ୍ତି, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଧୋନିଙ୍କ ପରେ ରବିନ୍ଦ୍ର ଜାଡେଜାଙ୍କୁ CSK ର ଅଧିନାୟକ ଦାୟିତ୍ୱ ଦିଆଯାଇଛି। କିନ୍ତୁ ଏମଏସ ଧୋନି ହଠାତ୍ ଅଧିନାୟକତ୍ୱ ଛାଡିବାର କାରଣ କ’ଣ ଥିଲା? ସିଏସକେ କୋଚ ଷ୍ଟିଫିଲ ଫ୍ଲେମିଙ୍ଗ ନିଜେ ଏହା ପ୍ରକାଶ କରିଛନ୍ତି।
ସିଏସକେ କୋଚ ଷ୍ଟଫିନ୍ ଫ୍ଲେମିଙ୍ଗ କହିଛନ୍ତି ଯେ ଏମଏସ ଧୋନିଙ୍କ ଅଧିନାୟକତ୍ୱ ଛାଡିବା ନିଷ୍ପତ୍ତି ହଠାତ୍ ନିଆଯାଇ ନାହିଁ, ଏହା ଗତ ସିଜିନରୁ ହିଁ ଚର୍ଚ୍ଚା ହେଉଛି। ସେ ଏହା ମଧ୍ୟ କହିଛନ୍ତି ଯେ ଅଧିନାୟକ ପଦ ଛାଡିବାକୁ ନିଷ୍ପତ୍ତି ନେବାକୁ ଧୋନିଙ୍କ ଉପରେ ଛଡାଯାଇଥିଲା। ସେ ଚାହିଁଥିଲେ ଚଳିତବର୍ଷ ବି ଅଧିନାୟକ ପଦରେ ରହିଥାନ୍ତେ। ଫ୍ଲେମିଂ ଆହୁରି ବି କହିଥିଲେ ଯେ ଧୋନି ଯଦି ଅଧିନାୟକ ପଦ ଛାଡ଼ନ୍ତି ତେବେ ରବିନ୍ଦ୍ର ଜାଡେଜାଙ୍କୁ ଦଳର ଅଧିନାୟକ କରାଯିବ ବୋଲି ନିଷ୍ପତ୍ତି ଗତ ବର୍ଷରୁ ନିଆଯାଇଛି। ଏହି ସିଜନର ପ୍ରଥମ ମ୍ୟାଚରେ CSK ର ପରାଜୟ ପରେ ସାମ୍ବାଦିକ ସମ୍ମିଳନୀରେ ପ୍ଲେମିଙ୍ଗ ଏହା କହିଛନ୍ତି।
ତେବେ, ଆଇପିଏଲର ପ୍ରଥମ ସିଜିନରୁ ହିଁ ଏମଏସ ଧୋନି CSK ର ଅଧିନାୟକ ରହିଆସିଛନ୍ତି। ତାଙ୍କ ଅଧିନାୟକତ୍ୱରେ CSK, 4 ଥର ଆଇପିଏଲ୍ ଟାଇଟଲ୍ ଜିତିବାରେ ସଫଳ ହୋଇଛି। ଧୋନି ଆଇପିଏଲର 213 ମ୍ୟାଚରେ ଅଧିନାୟକତ୍ୱ କରିଛନ୍ତି , କିନ୍ତୁ ଏହି ସିଜନର ଆରମ୍ଭ ପୂର୍ବରୁ ସେ ଅଧିନାୟକ ପଦ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ଏହି ସିଜନରେ, ଏମଏସ ଧୋନି ଅଧିନାୟକ ଭାବେ ନୁହଁ, ବରଂ ଜଣେ ବ୍ୟାଟ୍ସମ୍ୟାନ୍ ଭାବରେ ପଡ଼ିଆରେ ଖେଳୁଥିବା ଦେଖିବାକୁ ମିଳିବେ।
ସୂଚନାଯୋଗ୍ୟ ଯେ, ଆଇପିଏଲ୍ 2022 ର ପ୍ରଥମ ମ୍ୟାଚ୍ ରେ, ଏମଏସ ଧୋନି ଏକ ଦମଦାର ଅର୍ଦ୍ଧଶତକ ହାସଲ କରି ଏକ ନୂତନ ରେକର୍ଡ ସ୍ଥାପନ କରିଥିଲେ। ଏହି ସିଜନର ପ୍ରଥମ ମ୍ୟାଚ୍ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ CSK ଏବଂ KKR ମଧ୍ୟରେ ଖେଳାଯାଇଥିଲା। ଏମଏସ ଧୋନି ମାତ୍ର 38 ବଲରେ 50 ରନ୍ ସ୍କୋର କରିବାରେ ସର୍ବ ପୁରାତନ ଖେଳାଳି ହୋଇପାରିଛନ୍ତି। CSK ବର୍ତ୍ତମାନ 31 ମାର୍ଚ୍ଚରେ ଲକ୍ଷ୍ନୌସୁପର ଜଏଣ୍ଟସ୍ ବିପକ୍ଷରେ ଏହାର ପରବର୍ତ୍ତୀ ମ୍ୟାଚ୍ ଖେଳିବାକୁ ଯାଉଛି।