ଦେଖନ୍ତୁ VIDEO: ମ୍ୟାଚ ପରେ ବି ଦେଖିବାକୁ ମିଳିଲା ହର୍ଷଲଙ୍କ ରାଗ, ରିୟାନ ପରାଗଙ୍କ ସହ ହାତ ମଧ୍ୟ ମିଶାଇଲେ ନାହିଁ

  1. Home
  2. IPL Top News

ଦେଖନ୍ତୁ VIDEO: ମ୍ୟାଚ ପରେ ବି ଦେଖିବାକୁ ମିଳିଲା ହର୍ଷଲଙ୍କ ରାଗ, ରିୟାନ ପରାଗଙ୍କ ସହ ହାତ ମଧ୍ୟ ମିଶାଇଲେ ନାହିଁ

riyana and harshal


କ୍ରିକେଟ ଖବର: ରାଜସ୍ଥାନ ରୟାଲସଙ୍କ ବର୍ତ୍ତମାନର ଆଇପିଏଲ ସିଜିନରେ ଜବରଦସ୍ତ ପ୍ରଦର୍ଶନ କରୁଥିବା ଟିମ୍। ତେବେ ମଙ୍ଗଳବାର ପୁଣେର ଏମସିଏ ଷ୍ଟାଡିୟମରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ହୋଇଥିବା ମୁକାବିଲାରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ୧୪୪ ରନ୍ କରିଥିବା ବେଳେ, ବାଙ୍ଗାଲୋର ଦଳ ୧୯.୩ ଓଭରରେ ୧୧୫ ରନ କରି ଅଲଆଉଟ୍ ହୋଇଥିଲେ। ଆଉ ୨୯ ରନରେ ବିଜୟ ହାସଲ କରିଥିଲା ରାଜସ୍ଥାନ ଦଳ।

ରାଜସ୍ଥାନ ଦଳର ବିଜୟର ହିରୋ ରହିଥିଲେ ରିୟାନ ପରାଗ। ତାଙ୍କର ଉତ୍ତମ ପ୍ରଦର୍ଶନ ବଳରେ ଟିମ ପଏଣ୍ଟସ ଟେବୁଲର ପ୍ରଥମ ସ୍ଥାନରେ ପହଂଚିପାରିଛି । ୮ଟି ମୁକାବିଲାରେ ଏହା ରାଜଧାନୀର ୬ଷ୍ଠ ବିଜୟ ଥିଲା। ରାଜସ୍ଥାନର ବିଜୟ ବ୍ୟତୀତ ଆହୂରି ଏକ କଥା ଏହି ମୁକାବିଲାରେ ଚର୍ଚ୍ଚାରେ ରହିଥିଲା । ଯାହା ଥିଲା ହର୍ଷଲ ପଟେଲ ଓ ରିୟାନ ପରାଗଙ୍କ ମଧ୍ୟରେ କଥାକଟାକଟି ।

Patel-Parag

ରାଜସ୍ଥାନରପାଳିର ଅନ୍ତ ପରେ ଉଭୟ ଖେଳାଳୀ ଉଭୟଙ୍କୁ କିଛି କହୁଥିବାର ଦେଖିବାକୁ ମିଳିଥିଲା । କଥାଟି ଅତି ଜଟିଳ ହେବାରୁ ଉଭୟ ଟିମର ଖେଳାଳୀମାନେ ସେମାନଙ୍କୁ ଅଲଗା କରିଥିଲେ । ତେବେ ମ୍ୟାଚ ଶେଷ ହେବା ପରେ ଉଭୟ ଟିମ ହାତ ମିଳାଉଥିବାବେଳେ କିନ୍ତୁ ଏମାନେ ୨ଜଣ ପୂର୍ବର ରାଗକୁ ନ ଭୂଲି ହାତ ମିଳାଇଲେ ନାହିଁ।

ଦେଖନ୍ତୁ ଭିଡିଓ :