IPL 2022: ପୁଣେରେ ଦିଲ୍ଲୀ-ପଞ୍ଜାବ ମ୍ୟାଚ ହେଲା ବାତିଲ ! ଏବେ ବ୍ରାବୋର୍ନ୍ନ ଷ୍ଟାଡ଼ିୟମରେ ଖେଳାଯିବ ମ୍ୟାଚ, ପଢନ୍ତୁ ରିପୋର୍ଟ

  1. Home
  2. IPL Top News

IPL 2022: ପୁଣେରେ ଦିଲ୍ଲୀ-ପଞ୍ଜାବ ମ୍ୟାଚ ହେଲା ବାତିଲ ! ଏବେ ବ୍ରାବୋର୍ନ୍ନ ଷ୍ଟାଡ଼ିୟମରେ ଖେଳାଯିବ ମ୍ୟାଚ, ପଢନ୍ତୁ ରିପୋର୍ଟ

dc vs punjab


କ୍ରିକେଟ୍ ଖବର: ଗତବର୍ଷର ସିଜନ ପରେ ବର୍ତ୍ତମାନ ଚଳିତବର୍ଷ ବି ଆଇପିଏଲରେ କରୋନା ଗ୍ରହଣ ଲାଗିଛି। ଲଗାତାର ଖେଳାଳିଙ୍କଠାରେ କରୋନା ସଂକ୍ରମଣ ଦେଖାଯିବା ଯୋଗୁଁ ବୁଧବାର ଦିଲ୍ଲୀ- ପଞ୍ଜାବ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚକୁ ପୁଣେର ଏମସିଏ ଷ୍ଟାଡ଼ିୟମରୁ ମୁମ୍ବାଇର ବ୍ରାବୋର୍ନ୍ନ (Brabourne) ଷ୍ଟାଡ଼ିୟମକୁ ସ୍ଥାନାନ୍ତରିତ କରିଦିଆଯାଇଛି । ମଙ୍ଗଳବାର ଏନେଇ ବିସିସିଆଇ ପକ୍ଷରୁ ଏକ ପ୍ରେସ ବିବୃତ୍ତିରେ ସୂଚନା ଦିଆଯାଇଛି।

dc

ବିବୃତ୍ତିରେ କୁହାଯାଇଛି ଯେ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (BCCI) ମଙ୍ଗଳବାର ଦିନ ମ୍ୟାଚ୍ ନମ୍ବର 32 - ଦିଲ୍ଲୀ ବନାମ ପଞ୍ଜାବ କିଙ୍ଗ୍ସର ଏମସିଏ ଷ୍ଟାଡିୟମ, ପୁଣେରୁ ବ୍ରାବୋର୍ନ - ସିସିଇ ପାଇଁ ସ୍ଥାନ ପରିବର୍ତ୍ତନ ପାଇଁ ଘୋଷଣା କରିଛି। ଦିଲ୍ଲୀ ଦଳରେ ପାଞ୍ଚ ଜଣ COVID-19 ମାମଲା ବାହାରିବା ହେତୁ ସ୍ଥାନ ପରିବର୍ତ୍ତନ କରିବାର ଚିନ୍ତା କରାଯାଇଛି।