ଦେଖନ୍ତୁ ଭିଡ଼ିଓ: ଅମ୍ପାୟାର ନଟ-ଆଉଟ୍ ଦେବା ପରେ ବି କ୍ରିଜ୍ ଛାଡିଦେଲେ ଡି-କକ୍, ଭାଇରଲ ହେଲା ଭିଡ଼ିଓ

  1. Home
  2. IPL Top News

ଦେଖନ୍ତୁ ଭିଡ଼ିଓ: ଅମ୍ପାୟାର ନଟ-ଆଉଟ୍ ଦେବା ପରେ ବି କ୍ରିଜ୍ ଛାଡିଦେଲେ ଡି-କକ୍, ଭାଇରଲ ହେଲା ଭିଡ଼ିଓ

de cock


କ୍ରିକେଟ୍ ଖବର: କ୍ରିକେଟକୁ ଏକ ଭଦ୍ରଶ୍ରେଣୀର ଖେଳ ମଧ୍ୟ କୁହାଯାଏ। ଅତୀତ ସମୟରେ ଏହାର ପ୍ରମାଣ ମଧ୍ୟ ରହିଛି। ଆଇପିଏଲ ୨୦୨୨ରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, ଯାହାକି କ୍ରିକେଟ, ଜେଣ୍ଟଲମ୍ୟାନ ଓ ସ୍ପୋର୍ଟସମ୍ୟାନ ଭଳି ୩ଟି ଶବ୍ଦକୁ ଏକାଠି କରିଛି।

ପଞ୍ଜାବ କିଙ୍ଗସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଲକ୍ଷ୍ନୌର ସଲାମୀ ବ୍ୟାଟସମ୍ୟାନ ଡି କକ ଅମ୍ପାୟାରଙ୍କ ସାଥ ମିଳିବା ସତ୍ତ୍ୱେ ଖେଳ ଭାବନାର ପରିଚୟ ଦେଇ ପ୍ୟାଭିଲିୟନ ଫେରିବାର ନିଷ୍ପତ୍ତି ନେଇଥିଲେ । ଯାହାର ଭିଡ଼ିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି ।

de cock out

ଶୁକ୍ରବାର ପଞ୍ଜାବ କିଙ୍ଗସ ବିପକ୍ଷରେ ନିଜ ଟିମ ପାଇଁ ଅସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ପାଳି ମଧ୍ୟ ଖେଳିଥିଲେ ସେ। ଡି କକ ଭଲ ଫର୍ମରେ ମଧ୍ୟ ନଜର ଆସିଥିଲେ । କିନ୍ତୁ ସନ୍ଦୀପ ଶର୍ମାଙ୍କ ଏକ ବଲ ତାଙ୍କ ବ୍ୟାଟରେ ବାଜି ୱିକେଟ କିପରଙ୍କ ହାତକୁ ଚାଲିଯାଇଥିଲା । ଏହାସହିତ ଅମ୍ପାୟାର ଏହାକୁ ନଟଆଉଟ୍ କହିବା ପରେ ବି ସେ କ୍ରିଜ୍ ଛାଡି ପ୍ୟାଭିଲିୟନ ପଳାଇଥିଲେ। ଏହି ଘଟଣା ଲକ୍ଷ୍ନୌ ପାଳିର ୧୩ ତମ ଓଭରର ଚତୁର୍ଥ ବଲରେ ଘଟିଥିଲା। 

ଦେଖନ୍ତୁ ଭିଡିଓ :