IPL ଉପରେ ଏହି ପାକିସ୍ତାନୀ ଖେଳାଳି ଉଠାଇଲେ ପ୍ରଶ୍ନ, କହିଲେ- କିଛି ମ୍ୟାଚ IPL ର ଫିକ୍ସିଂଗ ହେଉଛି ଏବଂ...

  1. Home
  2. IPL Top News

IPL ଉପରେ ଏହି ପାକିସ୍ତାନୀ ଖେଳାଳି ଉଠାଇଲେ ପ୍ରଶ୍ନ, କହିଲେ- କିଛି ମ୍ୟାଚ IPL ର ଫିକ୍ସିଂଗ ହେଉଛି ଏବଂ...

danish on ipl


କ୍ରିକେଟ ଖବର: IPL 2022 ର 32 ତମ ମ୍ୟାଚ୍ ରେ ଦିଲ୍ଲୀ (DC) ପଞ୍ଜାବ କିଙ୍ଗ୍ସ (PBKS) କୁ ନଅ ୱିକେଟରେ ପରାସ୍ତ କରି ଦୁଇ ପଏଣ୍ଟ ହାସଲ କରିଛି। ଏହି ମ୍ୟାଚରେ ପଞ୍ଜାବର ବ୍ୟାଟିଂ ଖରାପ ହୋଇଥିଲା। ସମଗ୍ର ଦଳ ମାତ୍ର 115 ରନ୍ କରିପାରିଥିଲେ। ଆଉ ଟାର୍ଗେଟକୁ ପିଛା କରି ଦିଲ୍ଲୀ ଦଳ 10.3 ଓଭରରେ ମାତ୍ର 1 ୱିକେଟ୍ ହରାଇ 119 ରନ୍ ସଂଗ୍ରହ କରି ମ୍ୟାଚ ଜିତିନେଇଥିଲା। 

dc-vs-pbks

ତେବେ ପଞ୍ଜାବର ଏହି ପରାଜୟ ପରେ ପାକିସ୍ତାନର ପୂର୍ବତନ ଲେଗ ସ୍ପିନର ଦାନିଶ କାନେରିଆ ଏହି ମ୍ୟାଚ ଉପରେ ପ୍ରଶ୍ନ ଉଠାଇଛନ୍ତି।  କାନେରିଆ କହିଛନ୍ତି ଯେ ପଞ୍ଜାବର ବ୍ୟାଟ୍ସମ୍ୟାନମାନେ ଏହି ମ୍ୟାଚ୍‌ରେ କିଛି ଗଡ଼ବଡ଼ ହୋଇଛି। ଏହି ମ୍ୟାଚରେ କିଛି ଭୁଲ୍ ମନେହେଉଛି।

କାନେରିଆ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କଥାବାର୍ତ୍ତା କରି କହିଛନ୍ତି, 'ଏହି ମ୍ୟାଚରେ ପଞ୍ଜାଵ ଦଳ ଯେଉଁଭଳି ବ୍ୟଟିଂ କରୁଥିଲା ତାହା ଅତ୍ୟନ୍ତ ନିରାଶଜନକ ଥିଲା। ମୁଁ ପୁରା ମ୍ୟାଚ୍ ଦେଖିଲି ଆଉ ପଞ୍ଜାବର ବ୍ୟଟିଂ ମୋତେ ଖରାପ ଲାଗିଲା। ଶିଖର ଧାୱନ ଖେଳ ମନୋବଳରେ ନଥିଲେ, ବେୟାରଷ୍ଟୋ ଏବଂ ଲିଭିଙ୍ଗଷ୍ଟୋନ୍ ଆଉଟ୍ ହେବା ପରେ ମୁଁ ଭାବିଲି କିଛି ଭୁଲ୍ ଅଛି, କିଛି ଗଡ଼ବଡ଼ ଚାଲିଛି।

Danish-Kaneria-2

ଆଗରୁ ମଧ୍ୟ IPL  ରେ ମ୍ୟାଚ ଫିକ୍ସ ହୋଇଥିଲା ଏବଂ ଏହାକୁ ସିଧା ସିଧା ନ କହି କାନେରିଆ ବୁଲେଇ କି ପ୍ରଶ୍ନ କରିଛନ୍ତି, ତାଙ୍କର ଏହି ବିବୃତ୍ତି ପରେ ସୋସିଆଲ ମିଡିଆରେ ଉତ୍ତେଜନା ଦେଖାଦେଇଛି ଏବଂ ଭାରତୀୟ ପ୍ରଶଂସକମାନେ ତାଙ୍କୁ ବହୁତ ଟ୍ରୋଲ କରୁଛନ୍ତି।