IPL 2022: ବାରମ୍ବାର ପରାଜୟ ପରେ, ସିଜନ୍ ଅଧାରୁ ହିଁ ଚେନ୍ନାଇ ଜାଡେଜାଙ୍କ ଠାରୁ ଅଧିନାୟକତ୍ୱ ଛଡାଇ ନେଇଯିବ !
କ୍ରିକେଟ୍ ଖବର: ରବିନ୍ଦ୍ର ଜାଡ଼େଜା ଅଧିନାୟକତ୍ୱରେ ଚେନ୍ନାଇ ଟିମ୍ ଆଇପିଏଲ ୨୦୨୨ରେ କେବଳ ପରାଜୟର ସାମ୍ନା କରୁଛି । ପ୍ରତ୍ୟେକ ବିପକ୍ଷ ଟିମ୍ ସମ୍ମୁଖରେ ସିଏସକେର ସେନା ଏକପ୍ରକାର ବିଫଳ ହେଉଥିବା ଦେଖିବାକୁ ମିଳିଛି, ତାହା କେତେବେଳେ ବ୍ୟାଟିଂରେ ତ ଆଉ କେତେବେଳେ ବୋଲିଂରେ । ସିଏସକେ ପ୍ରତ୍ୟେକ କ୍ଷେତ୍ରରେ ବିଫଳ ହେଉଛି । ଯାହା ଫଳରେ ଏବେ ଜାଡ଼େଜାଙ୍କ ଅଧିନାୟକ ଉପରେ ପ୍ରଶ୍ନ ସୃଷ୍ଟି ହେବାରେ ଲାଗିଛି ।
ଅନ୍ୟପକ୍ଷରେ ଧୋନିଙ୍କ କମବ୍ୟାକ ପାଇଁ ପ୍ରଶଂସକମାନେ କହିଛନ୍ତି । ଯେତେବେଳେ ବି ଆଇପିଏଲର ସଫଳ ଟିମକୁ ନେଇ କଥା ଆସେ ତେବେ ତାଲିକାରେ ଚେନ୍ନାଇ ଟିମର ନାମ ସବୁବେଳେ ଟପ୍ରେ ଥାଏ । ଏହାସହିତ ୨୦୨୧ ର ଟାଇଟଲ ମଧ୍ୟ ଚେନ୍ନାଇ ଟିମ ନିଜ ନାମରେ କରିଥିଲା । ଏହି ସମୟରେ ଟିମର ଅଧିନାୟକ ଦାୟିତ୍ୱ ଧୋନିଙ୍କ ଉପରେ ରହିଥିଲା ।
ଚଳିତବର୍ଷ ଲିଗ୍ ଆରମ୍ଭ ହେବା ପୂର୍ବରୁ ହିଁ ଧୋନି କ୍ୟାପ୍ଟେନ ଦାୟିତ୍ୱ ଛାଡିଦେବାପରେ ଜାଡ଼େଜାଙ୍କୁ ଏହି ଦାୟିତ୍ୱ ମିଳିଥିଲା । କିନ୍ତୁ ଏହି ଦାୟିତ୍ୱ ତୁଲାଇବାରେ ଜାଡ଼େଜା ଅସଫଳ ହେଉଥିବା ଦେଖିବାକୁ ମିଳିଛି, ଟିମ୍ କେବଳ ପରାଜୟର ସାମ୍ନା କରୁଛି , ଯାହାକି ଟିମ ପାଇଁ ଚିନ୍ତାର କାରଣ ପାଲଟିଛି ।
ତେବେ ସୋସିଆଲ ମିଡିଆରେ ଫ୍ୟାନ୍ସମାନେ ଦାବି କରୁଛନ୍ତି ଯେ, ଧୋନିଙ୍କୁ ପୁଣି ଅଧିନାୟକ କରାଯିବା ଉଚିତ । ତେବେ ସିଜନ ଅଧାରୁ ଅଧିନାୟକ ବଦଳାଇବା ବି ସମ୍ଭବ କାରଣ ଆଗରୁ KKR ଦଳ ମଧ୍ୟ ଏମିତି କରି ସାରିଛି ।