ସେ କହିଲେ ସେ ଓପନିଂ କରିବେ ଆଉ ମୁ 4 ନମ୍ବର ରେ ବ୍ୟାଟିଂ କଲି, ମାତ୍ର ସେ ଭଲ ଖେଳି ପାରିଲେ ନାହିଁ - ମୟଙ୍କ ଅଗ୍ରୱାଲ୍

  1. Home
  2. IPL Top News

ସେ କହିଲେ ସେ ଓପନିଂ କରିବେ ଆଉ ମୁ 4 ନମ୍ବର ରେ ବ୍ୟାଟିଂ କଲି, ମାତ୍ର ସେ ଭଲ ଖେଳି ପାରିଲେ ନାହିଁ - ମୟଙ୍କ ଅଗ୍ରୱାଲ୍

mayank agrawal


କ୍ରିକେଟ୍ ଖବର : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)ର 15 ତମ ସିଜନର 48 ତମ ମ୍ୟାଚ୍ ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଗୁଜୁରାଟ ଟାଇଟାନ୍ସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ପଞ୍ଜାବ କିଙ୍ଗସ 8 ୱିକେଟରେ ବିଜୟୀ ହୋଇଛି।

ଏହି ମ୍ୟାଚରେ ଗୁଜରାଟର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ପଞ୍ଜାବ କିଙ୍ଗସ ଆରମ୍ଭରୁ ଗୁଜୁରାଟକୁ ନିୟନ୍ତ୍ରଣରେ ରଖିଥିଲା। ଆଉ 8 ୱିକେଟ୍ ହରାଇ ଗୁଜୁରାଟ ଦଳ 20 ଓଭରରେ ମାତ୍ର 143 ରନ୍ ସ୍କୋର କରିପାରିବାରେ ସକ୍ଷମ ହୋଇଥିଲା। ତେବେ 144 ରନର ପିଛା କରି ଦଳ 16 ଓଭରରେ ଦୁଇ ୱିକେଟ୍ ହରାଇ ଏହି ବିଜୟ ହାସଲ କରିଥିଲା। 

can-punjab-kings-add-jonny-bairstow-to-a-top-order-already-full-of-big-hitters

ପୋଷ୍ଟ ମ୍ୟାଚ୍ ଉପସ୍ଥାପନାରେ ମୟଙ୍କ ଅଗ୍ରୱାଲ କହିଛନ୍ତି, “ଆମେ ବିଜୟ ହାସଲ କରିବାକୁ ଚାହୁଁଛୁ, ବ୍ୟାକ୍-ଟୁ-ବ୍ୟାକ୍ ସମସ୍ତ ମ୍ୟାଚରେ ବିଜୟୀ ହେବାରେ ଚେଷ୍ଟା ଜାରି ରଖିଛୁ। ଆମେ ଜନିଙ୍କ (ଜନ୍ନି ବେୟାରଷ୍ଟୋ) ସର୍ବୋତ୍ତମ ଖେଳକୁ ଦେଖିବାକୁ ଚାହୁଁଚୁ। ସେ ପୂର୍ବ ମ୍ୟାଚ ଗୁଡିକରେ ଭଲ ଖେଳିଛନ୍ତି।

କିନ୍ତୁ ଆଜିର ମ୍ୟାଚରେ ସେ ଖେଳିପାରି ନାହାନ୍ତି। ପ୍ରଥମେ ଓପେନିଂ କରିବା ପାଇଁ ସେ ମୋତେ କହିଥିଲେ, କିନ୍ତୁ କିଛି ବି ସ୍କୋର କରି ପାରିଲେନି। କିନ୍ତୁ ଅନ୍ୟପଟେ ଶିଖର ଧାୱନ ଭଲ  ଖେଳିଛନ୍ତି। ଓପେନିଂ କରି ସେ ଦଳକୁ ବିଜୟୀ କରିଛନ୍ତି। ଆଉ ତାଙ୍କର ଭଲ ଖେଳ କାରଣରୁ ଆମେ ଶୀଘ୍ର ମ୍ୟାଚ ଜିତିଗଲୁ।