IPL 2022: ଧୋନୀ କ୍ୟାପ୍ଟେନ ହେବା କ୍ଷଣି IPL ରେ ଚେନ୍ନାଇ ଦଳ କଲା ଏହି ସବୁ ନୂଆ ରେକର୍ଡ

  1. Home
  2. IPL Top News

IPL 2022: ଧୋନୀ କ୍ୟାପ୍ଟେନ ହେବା କ୍ଷଣି IPL ରେ ଚେନ୍ନାଇ ଦଳ କଲା ଏହି ସବୁ ନୂଆ ରେକର୍ଡ

dhoni and mukesh


କ୍ରିକେଟ ଖବର : ଚେନ୍ନାଇ କିଙ୍ଗସକୁ ତାର ଷ୍ଟାର ଅଧିନାୟକ ଏମ ଏସ ଧୋନୀ ପୁଣିଥରେ ମିଳିସାରିଛନ୍ତି। ଚଳିତ ବର୍ଷର ଆରମ୍ଭରୁ ଧୋନି କେବଳ ଜଣେ ସାଧାରଣ ଖେଳାଳି ଭାବରେ ଦଳରେ ସାମିଲ ଥିଲେ। ସିଜନ ଆରମ୍ଭରୁ ସେ ଚେନ୍ନାଇ ଦଳ ଅଧିନାୟକ ପଦ ଜାଡେଜାଙ୍କୁ ଦେଇଥିଲେ। କିନ୍ତୁ ପୁଣି ଥରେ ଶନିବାର ଦିନ ରବିନ୍ଦ୍ର ଜାଡ଼େଜା ଅଧିନାୟକତ୍ୱ ପଦ ଛାଡି ଧୋନିଙ୍କୁ ଚେନ୍ନାଇର ଅଧିନାୟକ ଦାୟିତ୍ୱ ଦେଇଛନ୍ତି। 

ଏହାପରେ ଆଇପିଏଲ 2022ର 46ତମ ମୁକାବିଲାରେ ରବିବାର ଚେନ୍ନାଇ ସୁପରକିଙ୍ଗସର ସାମ୍ନା କେନ୍ ଉଇଲିୟମସଙ୍କ ସନରାଇଜର୍ସ ସହିତ ହୋଇଥିଲା । ଚେନ୍ନାଇ ପ୍ରଥମ ବ୍ୟାଟିଂର ରୁତୁରାଜ ଗାୟକୱାଡ ଓ  ଡେଭନ କାୱ ସିଏସକେକୁ ଶାନଦାର ଆରମ୍ଭ କରି 107 ବଲରେ 182 ରନ ସଂଗ୍ରହ କରିଥିଲେ । ସିଏସକେ  ଏସଆରଏଚକୁ 203ର ଟାର୍ଗେଟ ଦେଇଥିଲେ ।

ଏହି ମ୍ୟାଚରେ  ସିଏସକେ ବହୁତ ଗୁଡ଼ିଏ ରେକର୍ଡ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛି । ରୁତୁରାଜ ଗାୟକୱାଡ଼ 57 ବଲରେ 99 ରନର ପାଳି ଖେଳିଥିଲେ । ନିଜ ପାଳିରେ ଗାୟକୱାଡ଼ା ସଚିନ ତେନ୍ଦୁଲକରଙ୍କ ଏକ ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇଛନ୍ତି । ଗାୟକୱାଡ ନିଜର ପ୍ରଥମ 31 ଆଇପିଏଲ ପାଳିରେ 1076 ରନ୍  ସଂଗ୍ରହ କରିଥିଲେ। ସୂଚନାଯୋଗ୍ୟ ଯେ, 2021 ମସିହାରେ ଗାଇକୱାଡ CSK ପାଇଁ 635 ରନ୍ ସଂଗ୍ରହ କରିଥିଲେ। 

csk
 
ଚେନ୍ନାଇ ସୁପର କିଙ୍ଗ୍ସ ପୁଣି ଥରେ ଦେଖାଇ ଦେଇଛି ଯେ ସେମାନେ ହିଁ ଆଇପିଏଲର ଶ୍ରେଷ୍ଠ ଦଳ ଅଟନ୍ତି। ଶନିବାର ଦିନର ମ୍ୟାଚରେ ଦଳ 202 ରନ କରି ଆଉ ଏକ ରେକର୍ଡ ସୃଷ୍ଟି କରିଛି। ଆଇପିଏଲ୍ 2022 ଆରମ୍ଭ ପୂର୍ବରୁ, ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିକାଂଶ ଥର 200 ରୁ ଅଧିକ ରନ୍ ସଂଗ୍ରହ କରିଛି। କିନ୍ତୁ ବର୍ତ୍ତମାନ  ଚେନ୍ନାଇ ଚଳିତ ସିଜନରେ ତିନିଥର ଏହି କୀର୍ତ୍ତିମାନ କରି  ଆରସିବିର ଏହି ରେକର୍ଡକୁ ଭାଙ୍ଗିଛି। ଚେନ୍ନାଇ ଆଇପିଏଲ୍ ଇତିହାସରେ 20 ଥର 200 ରୁ ଅଧିକ ରନ କରିଛି।

ଉମ୍ରାନ ମଲିକ ଆଇପିଏଲ୍ 2022 ରେ ନିଜର ଦ୍ରୁତ ବୋଲିଂ ସହିତ କ୍ରମାଗତ ଭାବରେ ପ୍ରଶଂସକମାନଙ୍କୁ ମନୋରଞ୍ଜନ କରୁଛନ୍ତି। ନଅଟି ମ୍ୟାଚ୍ ଖେଳି SRH ପାଇଁ ସେ 15 ୱିକେଟ୍ ନେଇଛନ୍ତି। CSK ବିପକ୍ଷରେ ଏହି ବୋଲର୍ ଘଣ୍ଟାପ୍ରତି 154 କିଲୋମିଟର ବେଗରେ ବୋଲିଂ କରିଥିଲେ। 18 ତମ ଓଭରର ତୃତୀୟ ବଲରେ, ସେ CSK ଅଧିନାୟକ ଏମଏସ ଧୋନିଙ୍କୁ ଏକ ୟର୍କର ବଲ୍ ବୋଲିଂ କରିଥିଲେ, ଯାହାର ଗତି ଘଣ୍ଟାପ୍ରତି 154 କିମିଥିଲା। ଆଇପିଏଲ ଇତିହାସରେ କୌଣସି ଭାରତୀୟ ବୋଲରଙ୍କ ଦ୍ୱାରା ଏହା ଦ୍ରୁତତମ ବଲ୍ ଥିଲା।  ତେବେ ଏହି ବଲରେ ମାହି କେବଳ ଗୋଟିଏ ରନ୍ ନେଇପାରିଥିଲେ।