MI ପରେ ଏବେ CSK ମଧ୍ୟ IPL 2022 ରୁ ହେଲା ବାହାର, ଜାଡେଜାଙ୍କ ଏହି ସବୁ ବଡ଼ ଭୁଲ୍ ହେଲା ଚେନ୍ନାଇ ପାଇଁ କାଳ

  1. Home
  2. IPL Top News

MI ପରେ ଏବେ CSK ମଧ୍ୟ IPL 2022 ରୁ ହେଲା ବାହାର, ଜାଡେଜାଙ୍କ ଏହି ସବୁ ବଡ଼ ଭୁଲ୍ ହେଲା ଚେନ୍ନାଇ ପାଇଁ କାଳ

Dhoni-Jadeja


କ୍ରିକେଟ ଖବର: ୱାନଖେଡେ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ର 38 ତମ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଅଧିନାୟକ ରବିନ୍ଦ୍ର ଜାଡେଜା ଟସ୍‌ରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍) ଅଧିନାୟକ ମୟଙ୍କ ଅଗ୍ରୱାଲଙ୍କୁ ପରାସ୍ତ କରି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ମ୍ୟାଚ ପଞ୍ଜାବର ଅଭିଜ୍ଞ ବୋଲିଂ ଏବଂ ଚେନ୍ନାଇର ଅଭିଜ୍ଞ ବ୍ୟାଟିଂ ମଧ୍ୟରେ କହିଲେ ଭୁଲ ହେବ ନାହିଁ। 

ଏହା ପରେ ପଞ୍ଜାବ କିଙ୍ଗ୍ସ 20 ଓଭରରେ ଚାରି ୱିକେଟ୍ ହରାଇ 187 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ, ଦଳ 188 ର ଲକ୍ଷ୍ୟ ନେଇ ପଡ଼ିଆକୁ ଆସିଥିଲା। କିନ୍ତୁ ଅମ୍ବାତି ରାୟଡୁଙ୍କ ବିସ୍ଫୋରକ ବ୍ୟାଟିଂ ପରେ ମଧ୍ୟ ଦଳ 11 ରନରେ ମ୍ୟାଚ୍ ହାରିଥିଲା। 

csk

ଶିଖର ଧାୱନଙ୍କ ଅପରାଜିତ ଇନିଂସ କାରଣରୁ ପଞ୍ଜବ ଦଳ ମ୍ୟାଚ ଜିତିଛି। ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଉଭୟ ଓପନର୍ ଦଳକୁ ଭଲ ଆରମ୍ଭ ଦେଇଥିଲେ। ପାୱାର ପ୍ଲେ ର ଶେଷ ଓଭରରେ ଦଳର ଅଧିନାୟକ ମୟଙ୍କ ଅଗ୍ରୱାଲ ୱିକେଟ୍ ହରାଇଥିଲେ । ଯାହା ପରେ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଇନିଂସକୁ ଭଲ ଭାବରେ ପରିଚାଳନା କରିଥିଲେ।  ଶିଖର 59 ବଲରେ 88 ରନର ଅପରାଜିତ ଇନିଂସ ଖେଳିଛନ୍ତି।

ତେବେ ଏହି ପରାଜୟର ମୁଖ୍ୟ କାରଣ ହେଉଛନ୍ତି ନିଜେ ଅଧିନାୟକ ଜାଡେଜା, ସେ ଏକ ବଡ ଭୁଲ କରିଛନ୍ତି। ପ୍ରଥମେ ଶିବମ ଦୁବେ ଏବଂ ମିଚେଲ ସାଣ୍ଟନରଙ୍କୁ ପଡିଆକୁ ନ ଛାଡି ଅମ୍ବାତି ରାୟଡୁଙ୍କୁ ଖେଳିବା ପାଇଁ କ୍ରିଜକୁ ଛାଡିଥାନ୍ତେ, ତେଣୁ ଏହା ଏକ ଜାଡେଜାଙ୍କ ତରଫରୁ ଭୁଲ୍ ନିଷ୍ପତ୍ତି ରହିଥିଲା। ଏହା ପରେ ସେ ନିଜେ ନ ଆସି ଧୋନିଙ୍କୁ ପଡିଆକୁ ଛାଡିବାର ଥିଲା। ତେବେ କ୍ରିଜକୁ ଆସି ମଧ୍ୟ ସେ ବହୁତ ସ୍ଲୋ ଖେଳିଥିଲେ। ତେବେ କ୍ୟାପଟେନ ଜାଡେଜ ନିଜେ ଏଭଳି ଭୁଲ କରି ଟୁର୍ନାମେଣ୍ଟରୁ ବାହାରିଛନ୍ତି। ତେଣୁ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଅନେକ ୟୁଜର କହୁଛନ୍ତି ଯେ, ଜାଡେଜାଙ୍କୁ ଅଧିନାୟକ ପଦରେ ବସାଇବାର ଠିକ ହେଲା ନାହିଁ।