ଏହି ଖେଳାଳିଙ୍କୁ ବ୍ୟାଟିଂ ଦେବା ପାଇଁ ନିଜକୁ ଆଉଟ୍ କରିବାକୁ ଚାହୁଁଥିଲେ ଅଧିନାୟକ ଡୁପ୍ଲେସିସ୍, ନିଜେ କଲେ ବଡ଼ ଖୁଲାସା

  1. Home
  2. IPL Top News

ଏହି ଖେଳାଳିଙ୍କୁ ବ୍ୟାଟିଂ ଦେବା ପାଇଁ ନିଜକୁ ଆଉଟ୍ କରିବାକୁ ଚାହୁଁଥିଲେ ଅଧିନାୟକ ଡୁପ୍ଲେସିସ୍, ନିଜେ କଲେ ବଡ଼ ଖୁଲାସା

faf said about dk


କ୍ରିକେଟ୍ ଖବର : ଦୀନେଶ କାର୍ତ୍ତିକ ଚଳିତବର୍ଷର ଆଇପିଏଲରେ ଏକ ଭଲ ଫର୍ମ ଦେଇ ଗତି କରୁଛନ୍ତି। ପ୍ରତ୍ୟେକ ମ୍ୟାଚରେ ସେ ବର୍ତ୍ତମାନ ଯେଉଁଭଳି ଖେଳୁଛନ୍ତି, ତାହା ଦେଖିଲେ ଜଣାପଡୁଛି ସେ ଟି-୨୦ ବିଶ୍ୱକପ୍ ଦଳରେ ସ୍ଥାନ ପାଇବାକୁ ନିଜର ଆପ୍ରାଣ ଚେଷ୍ଟା କରିବାରେ ଲାଗିଛନ୍ତି। ତେବେ ତାଙ୍କର ବିସ୍ଫୋରକ ଫର୍ମ ଦେଖି ଆରସିବି ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ ପଦକ୍ଷେପ ନେବାକୁ ଯାଉଥିଲେ। 

ଡୁ ପ୍ଲେସିସ୍ ନିଜେ କହିଛନ୍ତି:

ଡି.କେଙ୍କୁ ଅଧିକ ବଲ୍ ଖେଳିବାକୁ ଦେବା ପାଇଁ ସେ ଏହି ମ୍ୟାଚ୍ ସମୟରେ ରିଟାୟର ନେବାକୁ ଯୋଜନା କରୁଥିଲେ। ଯଦିଓ ଡୁ ପ୍ଲେସିସଙ୍କୁ ଏହିପରି କିଛି କରିବାକୁ ପଡି ନଥିଲା। ୧୯ ତମ ଓଭରର ଦ୍ୱିତୀୟ ବଲରେ ସେ ଆଉଟ୍ ହୋଇଥିଲେ। ଏହା ସହିତ କାର୍ତ୍ତିକ ମଧ୍ୟ ଅଧିକ ବଲ୍ ପାଇଥିଲେ। ସେ ଶେଷ ସମୟରେ ଆସି ମାତ୍ର ଆଠଟି ବଲରେ ୩୦ ରନ୍ ସ୍କୋର କରିଥିଲେ। ଏଥିରେ ୪ଟି ଛକା ଆଉ ଗୋଟିଏ ଚୌକା ରହିଥିଲା। ଯାହା ଫଳରେ ଦଳ ୩ ୱିକେଟ୍ ହରାଇ ୧୯୨ ରନ କରିବାରେ ସଫଳ ହୋଇଥିଲା। 

RCB-wicketkeeper-Dinesh-Karthik

ମ୍ୟାଚ୍ ପରେ ଡି.କେଙ୍କ ବିଷୟରେ କଥାବାର୍ତ୍ତା କରି ଡୁ ପ୍ଲେସିସ୍ କହିଛନ୍ତି ଯେ, 'ଯଦି ସେ ଏହିପରି ଛକା ଚୌକା  ମାରନ୍ତି, ତେବେ ଆମେ ସମସ୍ତେ ଚାହିଁବୁ ଯେ, ସେ ଅଧିକରୁ ଅଧିକ ବଲ୍ ବ୍ୟାଟିଂ କରନ୍ତୁ। ସତ କହିବାକୁ ଗଲେ ମୁଁ ଆଉଟ୍ ହେବାକୁ ଚେଷ୍ଟା କରୁଥିଲି କାରଣ ମୁଁ ବହୁତ ଥକି ଯାଇଥିଲି। ଏମିତିରେ କି ମୁଁ ରିଟାୟର ନେବାକୁ ଯୋଜନା କରୁଥିଲେ , କିନ୍ତୁ ଆଉଟ୍ ହୋଇଗଲି। 

ସୂଚନାଯୋଗ୍ୟ ଯେ, ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଆରସିବି ଦଳ ବହୁତ ଭଲ ପ୍ରଦର୍ଶନ କରିଥିଲେ। ଦଳ ପକ୍ଷରୁ ଅଧିନାୟକ ଡୁ ପ୍ଲେସିସ୍ ୫୦ ଟି ବଲ୍ ଖେଳି ୭୦ ରନ ସଂଗ୍ରହ କରିଥିବା ବେଳେ ରଜତ ପଟିଦାର ୩୮ ବଲରେ ୪୮ ରନ ଆଉ ମେକ୍ସୱଲେ୍ ୨୪ ବଲରେ ୩୩ ରନ ସଂଗ୍ରହ କରିଥିଲେ। ଆଉ ଶେଷରେ ଦିନେଶ କାର୍ତ୍ତିକ ମାତ୍ର ୮ ଟି ବଲ୍ ଖେଳି ଧୂଆଁଧାର ୩୦ ରନ ସଂଗ୍ରହ କରିଥିଲେ। ତେବେ କିଙ୍ଗ୍ କୋହଲି ଏହି ମ୍ୟାଚରେ ଶୁନ୍ ରନ କରି ପାଭିଲିୟନ ଫେରିଥିଲେ। ଅନ୍ୟପଟେ ୱାନିନ୍ଦୁ ହାସରାଙ୍ଗାଙ୍କ ବୋଲିଂ ସମ୍ମୁଖରେ ହାଇଦ୍ରାବାଦ ଦଳ ତିଷ୍ଠି ପାରିନଥିଲେ। ସେ ବୋଲିଂ କରି ୫ ୱିକେଟ୍ ଅକ୍ତିଆର କରିଥିଲେ। ଶେଷରେ ଦଳ ୬୭ ରନରେ ମ୍ୟାଚ ବିଜୟୀ ହୋଇଥିଲା।