ଦେଖନ୍ତୁ ଭିଡ଼ିଓ: ଦୁଇ ଥର ବାଜିଲା ବ୍ୟାଟରେ ବଲ୍, ଆଭେଶ ଖାନ୍ ମାରିଲେ ରଶିଦ୍ ଙ୍କ ବଲରେ ଅଜବ ଛକା, ରଶିଦ୍ ମଧ୍ୟ ହେଲେ ତାଯୁବ

  1. Home
  2. IPL Top News

ଦେଖନ୍ତୁ ଭିଡ଼ିଓ: ଦୁଇ ଥର ବାଜିଲା ବ୍ୟାଟରେ ବଲ୍, ଆଭେଶ ଖାନ୍ ମାରିଲେ ରଶିଦ୍ ଙ୍କ ବଲରେ ଅଜବ ଛକା, ରଶିଦ୍ ମଧ୍ୟ ହେଲେ ତାଯୁବ

avesh khan six


କ୍ରିକେଟ ଖବର : ଆଇପିଏଲ୍ ୨୦୨୨ର ୫୭ ତମ ମ୍ୟାଚ ଗୁଜୁରାଟ ଆଉ ଲକ୍ଷ୍ନୌ ଦଳ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଗୁଜୁରାଟ ଟାଇଟନ୍ସ ୬୨ ରନରେ ବିଜୟ ହାସଲ କରିଛି। ଏହି ବିଜୟ ସହିତ ଦଳ ପ୍ଲେ ଅଫ୍ ରେ ମଧ୍ୟ ପ୍ରବେଶ କରିଛି। ଏହି ମ୍ୟାଚରେ ଲକ୍ଷ୍ନୌ ଦଳର ବ୍ୟାଟିଂ ନୈରାଶ୍ୟଜନକ ରହିଥିଲା। ଦଳ ମାତ୍ର ୮୨ରନରେ ଆଲଆଉଟ୍ ହୋଇଯାଇଥିଲା।  

ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡ଼ିଓ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଛି। କାରଣ ଲକ୍ଷ୍ନୌ ଦଳର ବୋଲର୍ ଆଭେଶ ଖାନ୍ ବ୍ୟାଟିଂ କରିବାକୁ ଆସି ଦୁଇ ଦୁଇଟି ବିଶାଳ ଛକା ମାରିଥିଲେ। ଏମିତିକି ଗୋଟିଏ ଛକା ତ ବହୁତ ଚମତ୍କାର ରହିଥିଲା। ନିଜେ ବୋଲିଂ ପକାଉଥିବା ବୋଲର୍ ରଶିଦ୍ ଖାନ୍ ବି ଏହି ଛକା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। 

Avesh Khan

୧୪ ତମ ଓଭରର ଦ୍ଵିତୀୟ ବଲରେ ହିଁ ଆଭେଶ ଏକ ଛକା ମାରିଥିଲେ। ଏହା ପରେ ପରେ ସେ ତୃତୀୟ ବଲରେ ବି ଆଉ ଏକ ଛକା ମାରିଥିଲେ। ଆଉ ଯାହା ଦେଖି ସଭିଏଁ ଆଶ୍ଚର୍ଯ୍ୟ ହୋଇଥିଲେ। କାରଣ ତୃତୀୟ ବଲଟି ଆଭେଶଙ୍କର ବ୍ୟାଟକୁ ଦୁଇ ଥର ସ୍ପର୍ଶ କରି ଛକା ହୋଇଥିଲା। ଆଉ ଗୁଜୁରାଟର ବୋଲର୍ ରଶିଦ୍ ଖାନ୍ ଏହି ଛକା ଦେଖି ଅବାକ୍ ହୋଇଯାଇଥିଲେ। ତେବେ ଏହି ସମୟର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି।

ଦେଖନ୍ତୁ ଭିଡିଓ :