ଅମ୍ପାୟାର ସହ KKR ଜିତିଲା ମ୍ୟାଚ, ରାଜସ୍ଥାନ କୁ ଦୁହେଁ ମିଶି ହରାଇଲେ, ଖରାପ ଅମ୍ପାୟାରିଂ ପରେ ଟ୍ରୋଲ୍ ହେଉଛନ୍ତି ଅମ୍ପାୟାର

  1. Home
  2. IPL Top News

ଅମ୍ପାୟାର ସହ KKR ଜିତିଲା ମ୍ୟାଚ, ରାଜସ୍ଥାନ କୁ ଦୁହେଁ ମିଶି ହରାଇଲେ, ଖରାପ ଅମ୍ପାୟାରିଂ ପରେ ଟ୍ରୋଲ୍ ହେଉଛନ୍ତି ଅମ୍ପାୟାର

bad umpire


କ୍ରିକେଟ୍ ଖବର: IPL ୨୦୨୨ର ୪୭ତମ ମୁକାବିଲା ରାଜସ୍ଥାନ ରୟାଲସ ଓ କୋଲକାତା ନାଇଟ ରାଇଡର୍ସଙ୍କ ମଧ୍ୟରେ ୱାଙ୍ଖଡ଼େ ମଇଦାନରେ ଖେଳାଯାଇଥିଲା। ଯେଉଁଠି ଏହି ମ୍ୟାଚରେ ଖରାପ ଅମ୍ପାୟାରିଂକୁ ନେଇ ବେଶ୍ ଚର୍ଚ୍ଚା ମଧ୍ୟ ହୋଇଛି। ଏହି ମ୍ୟାଚରେ ନିମ୍ନସ୍ତରୀୟ ଅମ୍ପେୟାରିଂ ଦେଖିବାକୁ ମିଳିଥିଲା।

ଟସ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ରାଜସ୍ଥାନ ରୟାଲସ ଟିମର କ୍ୟାପ୍ଟେନ ସଞ୍ଜୁ ସାମସଙ୍ଗ ୫୪ ରନ୍ ଓ ହେଟମେୟର ୨୭ ରନର ପାଳି ଯୋଗୁଁ ରାଜସ୍ଥାନ ରୟାଲସ ୨୦ ଓଭରରେ ୫ ଉଇକେଟ ହରାଇ ୧୫୨ ରନ୍ କରିଥିଲା । ୧୫୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ମଇଦାନକୁ ଓହ୍ଲାଇଥିବା କୋଲକାତା ନାଇଟ ରାଇଡର୍ସ ଟିମ ୫ଟି ବଲ ବାକି ରଖି ମ୍ୟାଚଟିକୁ ନିଜ ହାତକୁ ନେଇଥିଲା।

sanju and umpire

କୋଲକାତା ନାଇଟ ରାଇଡର୍ସ ତରଫରୁ ନିତିଶ ରାଣା ସର୍ବାଧିକ ୪୮ ରନ୍ ସଂଗ୍ରହ କରିଥିଲେ । ରିଙ୍କୁ ସିଂହ ୨୩ଟି ବଲରେ ୬ଟା ଚୌକା ଓ ଗୋଟିଏ ଚୌକା ସହ ୪୨ ରନ୍ ସଂଗ୍ରହ କରିଥିଲେ। ଯେଉଁଠାରେ ଅମ୍ପାୟାରଙ୍କ ଭୁଲ ନିଷ୍ପତ୍ତିର ତ୍ରୁଟି ହେତୁ ସୋସିଆଲ ମିଡିଆରେ ଆଲୋଚନା ହେଉଛି।

ସୂଚନାଯୋଗ୍ୟ ଯେ, ମ୍ୟାଚର ୧୩ ତମ ଓଭରରେ ଟ୍ରେଣ୍ଟ ବୋଲ୍ଟ କୋଲକାତା ଦଳର ଅଧିନାୟକ ଆୟରଙ୍କୁ ଏକ ବଲ୍ ପକାଇଥିଲେ। ଯାହାକି ୱଇଡ ଲାଇନ ଅପରେ ଥିଲା। କିନ୍ତୁ ଆୟର୍ ଏହି ବଲଟିକୁ ଖେଳିବାକୁ ଚେଷ୍ଟା କରିଥିଲେ। ଯାହା ତାଙ୍କୁ ଭାରି ପଡିଥିଲା। ପ୍ରଥମେ ଫିଲ୍ଡ ଅମ୍ପାୟାର ଏହାକୁ ନ ଦେଖି ୱଇଡ ଘୋଷଣା କରିଥିଲେ। କିନ୍ତୁ ବଲ୍ ଟି ଆୟରଙ୍କର ଗ୍ଲୋଭସରେ ବାଜି କିପିଙ୍ଗରେ ଥିବା ସଂଜୁ ସାମସନଙ୍କ ହାତକୁ ଯାଇଥିଲା। ଆଉ ଏହା କ୍ୟାଚ ଆଉଟ୍ ଥିଲା। କିନ୍ତୁ ଅମ୍ପାୟାର ଏହାକୁ ଆଉଟ୍ ନ ଦେଇନଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତୃତୀୟ ଅମ୍ପାୟାର ଏହାକୁ ଆଉଟ୍ ବୋଲି କହିବା ପରେ , ଫିଲଡ଼ ଅମ୍ପାୟାର ନିଜ ଭୁଲ୍ ମାନି ଆୟର ଆଉଟ୍ ବୋଲି ଘୋଷଣା କରିଥିଲେ। ତେବେ ଏହି ଘଟଣାକୁ ନେଇ କ୍ରୀଡ଼ା ମହଲରେ ଆଲୋଚନା ଜୋର ଧରିଛି।