"ମୁ ଏକା 600 ରନ୍ କରିଛି, ଆଉ ଜିତିବା ହାରିବା ତ" ଲକ୍ଷ୍ନୌ ହାରିବା ପରେ ଏମିତି କଣ କହିଦେଲେ ରାହୁଲ, ଲୋକେ କରୁଛନ୍ତି ଟ୍ରୋଲ

  1. Home
  2. IPL Top News

"ମୁ ଏକା 600 ରନ୍ କରିଛି, ଆଉ ଜିତିବା ହାରିବା ତ" ଲକ୍ଷ୍ନୌ ହାରିବା ପରେ ଏମିତି କଣ କହିଦେଲେ ରାହୁଲ, ଲୋକେ କରୁଛନ୍ତି ଟ୍ରୋଲ


କ୍ରିକେଟ ଖବର : ଶେଷସ୍ତରରେ ଆଇପିଏଲ୍ ୨୦୨୨। ଗତକାଲି ଲକ୍ଷ୍ନୌ ସୁପରଜାଏଣ୍ଟସ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଏଲିମିନେଟର ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ବାଙ୍ଗାଲୋର ଦଳ ୧୪ ରନରେ ବିଜୟ ହାସଲ କରିଛି।  ପ୍ରଥମେ ବ୍ୟଟିଂ କରି RCB ଦଳ ନିର୍ଦ୍ଧାରିତ ଓଭରରେ ୪ ୱିକେଟ୍ ହରାଇ ୨୦୭ ରନ କରିଥିଲା। ଜବାବରେ ଲକ୍ଷ୍ନୌ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୯୩ ରନ କରିବାକୁ ସକ୍ଷମ ହୋଇଥିଲା। 

ଏହି ମ୍ୟାଚରେ ଲକ୍ଷ୍ନୌ ଦଳର ଅଧିନାୟକ ଲୋକେଶ ରାହୁଲ ପୁଣି ଥରେ ଭଲ ବ୍ୟାଟିଂ କରିଥିଲେ। କିନ୍ତୁ ନିଜ ଦଳକୁ ଜିତାଇ ପାରିନଥିଲେ। ସେ ୫୮ ଟି ବଲରେ ୭୯ ରନ ସଂଗ୍ରହ କରିଥିଲେ। କିନ୍ତୁ ସେ ଯେଉଁ ପ୍ରକାରର ଖେଳ ଖେଳୁଥିଲେ ତାହା ସବୁଠାରୁ ଆଶ୍ଚର୍ଯ୍ୟର କଥା ଥିଲା।

rcb win

କାରଣ ସେ ୪୩ ଟି ବଲ୍ ଖେଳି ନିଜର ଅର୍ଦ୍ଧଶତକ ପୁରଣ କରିଥିଲେ। ସେ ସମ୍ପୂର୍ଣ୍ଣ ଧିମା ଗତିରେ ନିଜର ଖେଳ ପ୍ରଦର୍ଶନ କରୁଥିଲେ। ଯାହା ପରବର୍ତ୍ତୀ ସମୟରେ ତାଙ୍କ ଦଳ ହାରିବାର କାରଣ ସାଜିଥିଲା। ଯେଉଁଥି ପାଇଁ ତାଙ୍କୁ ସୋସିଆଲ ମିଡିଆରେ ଅନେକ କଥା ଶୁଣାଇଛନ୍ତି ଆଇପିଏଲ୍ ପ୍ରସଂଶକ। 

rahul said

ସୋସିଆଲ୍ ମିଡିଆରେ ଜୋରଦାର ଟ୍ରୋଲ୍ ହେଉଛନ୍ତି ଲୋକେଶ ରାହୁଲ। ଜଣେ ୟୁଜର୍ ଲେଖିଛନ୍ତି ଯେ, ରାହୁଲ କେବଳ ଅରେଞ୍ଜ କ୍ୟାପ୍ ପାଇଁ ଆଇପିଏଲ୍ ଖେଳନ୍ତି। ସେ ଦଳକୁ ଗୁରୁତ୍ୱ ଦିଅନ୍ତି ନାହିଁ। ଆଉ ଜଣେ ୟୁଜର୍ ଲେଖିଛନ୍ତି , ସେ ଆଇପିଏଲର ୧୫ ତମ ସିଜନରେ ୬୦୦ ରନ ସଂଗ୍ରହ କରିଥିବାରୁ ସେ ଖୁସି ଅଛନ୍ତି। ବାକି ହାରିବା ଆଉ ଜିତିବା ଖେଳର ନିୟମ ଅଟେ।