ଦେଖନ୍ତୁ ଭିଡ଼ିଓ: ମ୍ୟାଚ ମଝିରେ କୋହଲିଙ୍କ ସହ ଦେଖା କରିବା ପାଇଁ ଆସିଗଲା ଅଜଣା ବ୍ୟକ୍ତି, ପୋଲିସ କାନ୍ଧରେ ଉଠାଇ ଟେକି ନେଲା

  1. Home
  2. IPL Top News

ଦେଖନ୍ତୁ ଭିଡ଼ିଓ: ମ୍ୟାଚ ମଝିରେ କୋହଲିଙ୍କ ସହ ଦେଖା କରିବା ପାଇଁ ଆସିଗଲା ଅଜଣା ବ୍ୟକ୍ତି, ପୋଲିସ କାନ୍ଧରେ ଉଠାଇ ଟେକି ନେଲା


କ୍ରିକେଟ ଖବର : ଆଇପିଏଲ ୨୦୨୨ର ଏଲିମିନେଟର ମ୍ୟାଚ୍ ସମୟରେ ଏକ ମଜାଳିଆ ଘଟଣା ଘଟିଥିଲା। ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି। ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ, RCB ର ଫିଲ୍ଡିଂ ସମୟରେ ବିରାଟ କୋହଲିଙ୍କ ଜଣେ ପ୍ରସଂଶକ ପଡ଼ିଆ ମଧ୍ୟରେ ପ୍ରବେଶ କରିଥିଲା। ଆଉ ବିରାଟଙ୍କ ପାଖକୁ ଦୌଡିବା ଆରମ୍ଭ କରିଥିଲା। କିନ୍ତୁ ସେହି ସମୟରେ କୋଲକାତା ପୋଲିସ ଏହି ବିରାଟ ପ୍ରସଂଶକଙ୍କୁ କାନ୍ଧରେ ଟେକି ପଡ଼ିଆ ପାର କରିଦେଇଥିଲା।

ଅନ୍ୟପଟେ ବିରାଟଙ୍କୁ ମଧ୍ୟ ବିଶ୍ଵାସ ହେଉନଥିଲା ଯେ, ଜଣେ ବ୍ୟକ୍ତି କିଭଳି ପୋଲିସ ବ୍ୟାରିକେଟ ଭାଙ୍ଗି ତାଙ୍କ ପାଖକୁ ଆସିଥିଲା। ଆଉ ପୋଲିସ ମଧ୍ୟ ସଂଗେ ସଙ୍ଗେ ଏଣ୍ଟ୍ରି ମାରି ବ୍ୟକ୍ତି ଜଣଙ୍କୁ କାନ୍ଧରେ ଟେକି ନେଇଥିଲା। ସେଠାରେ ଉପସ୍ଥିତ ଥିବା ଅନେକ ସୋସିଆଲ ମିଡିଆ ୟୁଜର୍ ଏହି ଘଟଣାର ଭିଡ଼ିଓ ଉତ୍ତୋଳନ କରି ସୋସିଆଲ୍ ସାଇଟରେ ଅପଲୋଡ଼ କରିଛନ୍ତି। ଯାହା ପରବର୍ତ୍ତୀ ସମୟରେ ଭାଇରାଲ୍ ହୋଇଛି।

IPL-2022-Kolkata-policeman-lifted

ଏହି ସବୁ ମଧ୍ୟରେ ବିରାଟଙ୍କର ହାବଭାବ ମଧ୍ୟ ନିଆରା ଥିଲା। ବିରାଟ ମଧ୍ୟ କୋଲକାତା ପୋଲିସର ନକଲ କରିଥିଲେ। ଆଉ ଉପସ୍ଥିତ ଥିବା ଜନତା ଏହି ଘଟଣାର ଭରପୁର ଆନନ୍ଦ ନେଇଥିଲେ। ତେବେ ଆଜି ଗୁଜୁରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରାଜସ୍ଥାନ ରର୍ୟାଲସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର  ମଧ୍ୟରେ ଦ୍ୱିତୀୟ କ୍ଵାଲିଫାୟାର୍ ମ୍ୟାଚ ଖେଳାଯିବ। ଆଉ ଯେଉଁ ଦଳ ଆଜିର ମ୍ୟାଚ ବିଜୟୀ ହେବ ସେହି ଦଳ ଆଇପିଏଲର ଫାଇନାଲରେ ପ୍ରବେଶ କରିବ। ଆଉ ଫାଇନାଲରେ ଗୁଜୁରାଟ ସହିତ ଏକ ଦମଦାର୍ ମ୍ୟାଚ୍ ଦେଖିବାକୁ ମିଳିବ।

ଦେଖନ୍ତୁ ଭିଡିଓ :