ଦେଖନ୍ତୁ ଭିଡ଼ିଓ: ବିରାଟ କୋହଲିଙ୍କୁ ଲିପ୍‌ କିସ୍‌ କଲେ ଯୁବତୀ ! ସୋସିଆଲ ମିଡ଼ିଆ ରେ ଭାଇରାଲ ହେଇଛି ଭିଡିଓ

  1. Home
  2. Entertainment

ଦେଖନ୍ତୁ ଭିଡ଼ିଓ: ବିରାଟ କୋହଲିଙ୍କୁ ଲିପ୍‌ କିସ୍‌ କଲେ ଯୁବତୀ ! ସୋସିଆଲ ମିଡ଼ିଆ ରେ ଭାଇରାଲ ହେଇଛି ଭିଡିଓ

virat-kohli-gets-lip-kiss-from-female-fan


କ୍ରିକେଟ୍ ଖବର: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଲୋକମାନେ ବିରାଟଙ୍କର ଏକ ଝଲକ ପାଇବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ହୋଇ ଯାଆନ୍ତି। ଭାରତ ବ୍ୟତୀତ ବିରାଟ କୋହଲି ବିଦେଶରେ ମଧ୍ୟ ଭଲ ଲୋକପ୍ରିୟତା ପାଇଛନ୍ତି।  ସେ ରନ୍ ମେସିନ୍ ଭାବରେ ମଧ୍ୟ ଜଣାଶୁଣା। ପଡ଼ିଆରେ ତାଙ୍କର ଲୋକପ୍ରିୟତା କେବେବି କମ୍ ନୁହେଁ। ତେବେ ତାଙ୍କୁ ନେଇ ଏକ ଭିଡ଼ିଓ ଭାଇରାଲ୍ ହେଉଛି। 

ଭିଡିଓରେ ଜଣେ ମହିଳା ଫ୍ୟାନ୍ସ, ବିରାଟ କୋହଲିଙ୍କୁ କିସ୍ କରୁଥିବା ଦେଖାଯାଇଛି। ତେବେ ଏହି ମହିଳା ଫ୍ୟାନ୍ସ ଜଣଙ୍କ ବିରାଟଙ୍କ ଏକ ଷ୍ଟାଚ୍ୟୁକୁ କିସ୍‌ କରୁଛନ୍ତି। ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଜଣେ ଯୁବତୀ କ୍ରିକେଟର ବିରାଟ କୋହଲିଙ୍କ ମହମରେ ତିଆରି ଷ୍ଟାଚ୍ୟୁକୁ ଚୁମ୍ବନ ଦେଉଥିବାର ଦେଖାଯାଇଛି। ଆଉ ଖୁବ୍‌ ସୁନ୍ଦର ଚାହାଣୀରେ ମଧ୍ୟ ବିରାଟଙ୍କ ଷ୍ଟାଚ୍ୟୁକୁ ସେ ଚାହୁଁଛନ୍ତି। 

woman-kisses-virat-kohli-wax-statue

ଅନ୍ୟପକ୍ଷରେ ଯୁବତୀଙ୍କ ଏହି ହରକତକୁ କେହିଜଣେ ତାଙ୍କ ମୋବାଇଲ୍‌ରେ ରେକର୍ଡ କରୁଥିବା ଦେଖିବାକୁ ମିଳିଥିଲା। ଭିଡିଓଟିକୁ ସୋସିଆଲ ମିଡିଆ ଟ୍ୱିଟରରେ ଜଣେ ୟୁଜର୍ସ ସେୟାର କରିଥିବା ବେଳେ ଅନେକ ଦର୍ଶକ ଖୁବ୍‌ ପସନ୍ଦ ମଧ୍ୟ କରିଛନ୍ତି। ବହୁ ୟୁଜର୍ସ ଭିଡିଓରେ ତାଙ୍କର ମତାମତ ଦେଇଥିବା ଦେଖିବାକୁ ମିଳିଛି। ମାତ୍ର କିଛି ଘଣ୍ଟାର ପୋଷ୍ଟ ପରେ ଭିଡିଓଟିକୁ 1 ମିଲିୟନରୁ ଅଧିକ ଦର୍ଶକ ଦେଖିସାରିଥିବା ବେଳେ 20 ହଜାରରୁ ଅଧିକ ଦର୍ଶକ ଲାଇକ୍‌ କରିଛନ୍ତି। ଏହି ଭିଡ଼ିଓ ଭାଇରାଲ୍ ହେବା ପରେ ବିରାଟଙ୍କୁ ନେଇ କିଛି ଦର୍ଶକ ମଜାଦାର କମେଣ୍ଟ କରିଥିବା ମଧ୍ୟ ଦେଖିବାକୁ ମିଳିଛି । 

ଏହି ଭିଡିଓଟି ଦିଲ୍ଲୀର ମ୍ୟାଡାମ୍ ତୁସାଦ୍ ମିଯ୍ୟୁମର୍ ବୋଲି ଆଲୋଚନା ହେଉଛି। ଏହି ଭିଡିଓରେ ଆପଣ ଦେଖିପାରୁଛନ୍ତି ଯେ, ଯୁବତୀ ଜଣକ ବିରାଟଙ୍କ କାନ୍ଧରେ ହାତ ରଖି ତାଙ୍କୁ ଆଖିରେ ଆଖି ମିଶାଇ ଚୁମ୍ବନ ଦେଉଛନ୍ତି। ଏହା ଦେଖାଯାଏ ଯେ ବିରାଟଙ୍କୁ ଚୁମ୍ବନ ଦେବା ସମୟରେ ଯୁବତୀ ଜଣକ ବହୁତ ଉତ୍ସାହିତ ଅଛନ୍ତି। ବର୍ତ୍ତମାନ ଏହି ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥି ସହିତ, ପ୍ରଶଂସକମାନେ କ୍ରମାଗତ ଭାବରେ ଏହି ଭାଇରାଲ୍ ଭିଡିଓ ଉପରେ ମଜାଳିଆ ମନ୍ତବ୍ୟ ଦେଉଛନ୍ତି।

ଦେଖନ୍ତୁ ଭିଡ଼ିଓ:

ଆହୁରି ପଢ଼ନ୍ତୁ: ଦେଖନ୍ତୁ ଭିଡିଓ: 'ସାର୍ ମୋତେ ବୋଲିଂ ଦେଉନାହାନ୍ତି', ଅକ୍ସର ପଟେଲ କଲେ ରବିନ୍ଦ୍ର ଜାଡେଜାଙ୍କ ନିକଟରେ ଅଭିଯୋଗ