ବିରାଟଙ୍କ କ୍ୟାଚ୍ ଧରିବା ପରେ ଏହି ମିଷ୍ଟ୍ରି ଗାର୍ଲଙ୍କୁ ଫ୍ଲାଇଙ୍ଗ୍ KISS ଦେଲେ ଭେଙ୍କେଟେଶ ଆୟର୍, ଭାଇରଲ ହେଲା ଭିଡ଼ିଓ

କ୍ରିକେଟ ଖବର: 26 ଏପ୍ରିଲରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ଏକ ଚମତ୍କାର ଇନିଂସ ଖେଳିଥିଲେ। ବାଙ୍ଗାଲୋରର ଏମ ଚିନ୍ନାସ୍ୱାମୀ କ୍ରିକେଟ୍ ଷ୍ଟାଡିୟମରେ ପୁଣି ଥରେ ତାଙ୍କ ବ୍ୟାଟରୁ ରନ୍ ଦେଖିବାକୁ ମିଳିଥିଲା। କୋଲକାତା ବୋଲରମାନଙ୍କୁ ସେ କଡା ପ୍ରହାର କରି ରନ୍ ସ୍କୋର କରି ସିଜିନର ପଞ୍ଚମ ଅର୍ଦ୍ଧଶତକ ହାସଲ କରିଥିଲେ।
ଏହା ପରେ ବି ସେ ନିଜ ଦଳକୁ ମ୍ୟାଚ ଜିତାଇବାରେ ସଫଳ ହୋଇ ନଥିଲେ। କାରଣ ଏହି ମ୍ୟାଚରେ ଆଣ୍ଡ୍ରେ ରସେଲ ତାଙ୍କ ୱିକେଟ୍ ନେଇ ପାଭିଲିୟନକୁ ପଠାଇଥିଲେ। ଇନିଂସର 13 ତମ ଓଭରରେ ଏହି ଘଟଣା ଘଟିଥିଲା। ଓଭରର ପ୍ରଥମ ବଲରେ କୋହଲି କ୍ୟାଚ୍ ଆଉଟ୍ ହୋଇଥିଲେ। ତାଙ୍କ କ୍ୟାଚ ଭେଙ୍କେଟେଶ ଆୟର୍ ଧରିଥିଲେ। ଆୟର କୌଣସି ଭୁଲ ନକରି ଏକ ଚମତ୍କାର ଡ୍ରାଇଭ ମାରି ବାଉଣ୍ଡରି ଲାଇନରେ କୋହଲିଙ୍କ କ୍ୟାଚ୍ ଧରିଥିଲେ।
ତେବେ କୋହଲିଙ୍କ କ୍ୟାଚ ଧରିବା କରିବା ପରେ ଭେଙ୍କଟେଶ ଆୟର ଜଣେ ଆରସିବି ପ୍ରଶଂସକଙ୍କ ସହ ଏମିତି କିଛି କରିଥିଲେ, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବାସ୍ତବରର ଷ୍ଟାଡିୟମରେ ଉପସ୍ଥିତ ଥିବା ଆରସିବି ପ୍ରଶଂସକମାନେ ବିରାଟ କୋହଲିଙ୍କ ୱିକେଟ୍ ଖସିଯିବା ପରେ ନିରାଶ ହୋଇଯାଇଥିଲେ।
କିନ୍ତୁ, ଏହି ସମୟରେ ଷ୍ଟାଡିୟମରେ ବସିଥିବା ଜଣେ ମିଷ୍ଟ୍ରି ଗାର୍ଲ ଭେଙ୍କଟେଶ ଆୟରଙ୍କ ହୃଦୟ ଚୋରି କରି ନେଇଥିଲେ। ଏହା ପରେ ଆରସିବି ପ୍ରଶଂସକଙ୍କ ଦ୍ୱାରା ଦିଆଯାଇଥିବା ପ୍ରତିକ୍ରିୟା କ୍ରିକେଟରଙ୍କ ହୃଦୟ ଜିତିଥିଲା। ଯେତେବେଳେ ବିରାଟଙ୍କ ୱିକେଟ୍ ପଡିଥିଲା, ଏହି ରହସ୍ୟମୟି ଯୁବତୀ ଚକିତ ହୋଇଯାଇଥିଲେ, କିନ୍ତୁ ଭେଙ୍କଟେଶ ଆୟରଙ୍କ ଅଙ୍ଗଭଙ୍ଗୀ ଦେଖି ଲାଜରେ ଲାଲ ହୋଇଯାଇଥିଲା ଏବଂ ହସିବା ବନ୍ଦ କରିପାରି ନଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି।
ଦେଖନ୍ତୁ ଭିଡ଼ିଓ:
WHAT. A. CATCH 🔥🔥@Russell12A gets the big wicket of Virat Kohli as @venkateshiyer takes a stunning catch 👏🏻👏🏻#TATAIPL | #RCBvKKR pic.twitter.com/RNrIKSaqTs
— IndianPremierLeague (@IPL) April 26, 2023
ଆହୁରି ପଢ଼ନ୍ତୁ: ରାଜସ୍ଥାନ ର ବିଜୟ କେବଳ ଗୋଟିଏ ସଂଯୋଗ ବୋଲି କହିଲେ ଧୋନି, ନିଜ ବୟାନରେ RR ଦଳକୁ କଲେ ଥଟ୍ଟା