ସାହିଦ୍ ଆଫ୍ରିଦିଙ୍କ ଝିଅକୁ ବିବାହ କଲେ ଶାହିନ୍ ଆଫ୍ରିଦି, ବାବର-ସରଫରାଜ ପହଞ୍ଚି ଦେଲେ ଅଭିନନ୍ଦନ, ଭିଡିଓ ହେଲା ଭାଇରାଲ୍
କ୍ରିକେଟ ଖବର: ପାକିସ୍ତାନ କ୍ରିକେଟ୍ ଦଳର ଦ୍ରୁତ ବୋଲର ଶାହିନ୍ ଆଫ୍ରିଦି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ପୂର୍ବତନ ଭେଟେରାନ ବୋଲର ସାହିଦ ଆଫ୍ରିଦିଙ୍କ ଝିଅ ଅନ୍ସା ଆଫ୍ରିଦିଙ୍କୁ ବିବାହ କରିଛନ୍ତି। ଏହାପୂର୍ବରୁ ଉଭୟ କରୋନା ପୂର୍ବରୁ ନିର୍ବନ୍ଧ କରିଥିଲେ। କିନ୍ତୁ, କୋଭିଡ ହୋଇଥିବାରୁ ସେମାନଙ୍କ ବିବାହ ସ୍ଥଗିତ ରଖାଯାଇଥିଲା। ତେବେ ବର୍ତ୍ତମାନ ଉଭୟ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବିବାହ କରିଛନ୍ତି। ଏହା ସହ ଜଡିତ ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।
ପାକିସ୍ତାନ କ୍ରିକେଟ୍ ଦଳର ଯୁବ ବୋଲର ଶାହିନ୍ ଆଫ୍ରିଦି ପାକିସ୍ତାନ ସୁପର ଲିଗ୍ ଆରମ୍ଭ ପୂର୍ବରୁ ବିବାହ କରିଛନ୍ତି। ସେ ପୂର୍ବତନ ଅଲରାଉଣ୍ଡର ସାହିଦ ଆଫ୍ରିଦିଙ୍କ ସାନ ଝିଅକୁ ବିବାହ କରିଛନ୍ତି। ତେବେ ପାକିସ୍ତାନର ଏହି ଦ୍ରୁତ ବୋଲର ହଠାତ୍ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।
ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ସେମାନଙ୍କ ବିବାହ ପାଇଁ କେବଳ ନିକଟ ସମ୍ପର୍କୀୟଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହି ବିବାହ ଅତି ସରଳ ଏବଂ କୌଣସି ସାଜସଜ୍ଜା ବିନା ହୋଇଥିଲା। ଭାଇରାଲ ଭିଡିଓରେ ଶାହିନଙ୍କ ଶ୍ୱଶୁର ସାହିଦ ଆଫ୍ରିଦି, ବାବର ଆଜାମ ଏବଂ ପୁରା ପାକିସ୍ତାନ ଦଳର ଖେଳାଳିମାନେ ନଜର ଆସିଛନ୍ତି।
ଦେଖନ୍ତୁ ଭିଡ଼ିଓ:
Shaheen Shah Afridi has got nikkahfied to Shahid Afridi's daughter Ansha Afridi. Huge congratulations & good luck @iShaheenAfridi for the new innings of your life. #ShaheenShahAfridipic.twitter.com/F6wBG2Oe5I
— Ahtasham Riaz (@AhtashamRiaz_) February 3, 2023
ଆହୁରି ପଢ଼ନ୍ତୁ: ଦେଖନ୍ତୁ ଭିଡ଼ିଓ: ଭଙ୍ଗା ହାତ ସହିତ ଖେଳୁଥିଲେ ହନୁମା ବିହାରୀ, ଗୋଟିଏ ହାତରେ ମାରିଲେ ଚମତ୍କାର ସଟ୍, ଭିଡ଼ିଓ ହେଲା ଭାଇରଲ