ଦେଖନ୍ତୁ ଭାଇରଲ ଭିଡ଼ିଓ: କଥା କଥାରେ ଐଶ୍ୱର୍ଯ୍ୟା ରାୟଙ୍କୁ ପ୍ରେମ ନିବେଦନ କଲେ ନିକୋଲାସ ପୁରାନ୍

  1. Home
  2. Entertainment

ଦେଖନ୍ତୁ ଭାଇରଲ ଭିଡ଼ିଓ: କଥା କଥାରେ ଐଶ୍ୱର୍ଯ୍ୟା ରାୟଙ୍କୁ ପ୍ରେମ ନିବେଦନ କଲେ ନିକୋଲାସ ପୁରାନ୍

pooran and rai


ୱେଷ୍ଟଇଣ୍ଡିଜ୍ର ପୂର୍ବତନ ଅଧିନାୟକ ତଥା ବାମହାତୀ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ନିକୋଲାସ୍ ପୁରାନ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2023 ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (LSG) ପାଇଁ ଖେଳୁଛନ୍ତି। ଏହି ବିପଜ୍ଜନକ ବ୍ୟାଟ୍ସମ୍ୟାନ୍ ଚଳିତ ସିଜନରେ ଲକ୍ଷ୍ନୌ ପାଇଁ ଅନେକ ଭଲ ଇନିଂସ ଖେଳିଛନ୍ତି, ଯାହା ସାହାଯ୍ୟରେ ଲକ୍ଷ୍ନୌ ମଧ୍ୟ ମ୍ୟାଚ୍ ଜିତିଛି। 

ଟି -20 କ୍ରିକେଟ୍ ରେ ଦକ୍ଷତା ବ୍ୟତୀତ ୱେଷ୍ଟଇଣ୍ଡିଜ୍ ଖେଳାଳିମାନେ ମଧ୍ୟ ସେମାନଙ୍କର ଭିନ୍ନ ପସନ୍ଦ ପାଇଁ ପ୍ରସିଦ୍ଧ। ତେବେ ନିକୋଲାସ ସହ ଜଡିତ ଏହିପରି ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ କହିଥିଲେ ଯେ ଅମିତାଭ ବଚ୍ଚନଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟଙ୍କୁ ସେ ବହୁତ ପସନ୍ଦ କରନ୍ତି।

pooran and aishwarya

ଲକ୍ଷ୍ନୌ ସୁପର ଜିଆଣ୍ଟସର ଇନଷ୍ଟାଗ୍ରାମ ପେଜରେ ଏକ ଭିଡିଓ ସେୟାର କରାଯାଇଛି। ଏହି ଭିଡିଓରେ କ୍ରୁନାଲ ପାଣ୍ଡ୍ୟା ନିକୋଲାସ ପୁରାନଙ୍କ ସହ ଏକ ଆଙ୍କର୍ ସହିତ ନଜର ଆସିଛନ୍ତି।  ଏହି ସାକ୍ଷାତକାରରେ, ଯେତେବେଳେ ଆଙ୍କର୍ ନିକୋଲାସ୍ ପୁରାନଙ୍କୁ ତାଙ୍କର ପ୍ରିୟ ଅଭିନେତ୍ରୀ ବିଷୟରେ ପଚାରନ୍ତି, ସେ ସଙ୍ଗେ ସଙ୍ଗେ କୁହନ୍ତି, “ମୁଁ ଐଶ୍ୱର୍ଯ୍ୟା ରାୟଙ୍କୁ ପସନ୍ଦ କରେ”।

ଦେଖନ୍ତୁ ଭିଡ଼ିଓ:

ଆହୁରି ପଢ଼ନ୍ତୁ: WTC ର ଫାଇନାଲ୍ ମ୍ୟାଚ୍ ପାଇଁ ଟିମ୍‌ ଇଣ୍ଡିଆର ଘୋଷଣା ହେଲା 15 ଜଣିଆ ଦଳ, ପୁଣି ଏହି ଅଭିଜ୍ଞ ଖେଳାଳିଙ୍କୁ ମିଳିଲା ଦଳରେ ସ୍ଥାନ