କୋହଲିଙ୍କ ହମସକଲ୍ ରାସ୍ତା ରେ କରୁଥିଲେ ଏମିତି କାମ, କୋହଲି ରାଗିଯାଇ ବଡ଼ କାର୍ଯ୍ୟାନୁଷ୍ଠାନ କରିବାକୁ ଦେଲେ ଧମକ

  1. Home
  2. Entertainment

କୋହଲିଙ୍କ ହମସକଲ୍ ରାସ୍ତା ରେ କରୁଥିଲେ ଏମିତି କାମ, କୋହଲି ରାଗିଯାଇ ବଡ଼ କାର୍ଯ୍ୟାନୁଷ୍ଠାନ କରିବାକୁ ଦେଲେ ଧମକ


କ୍ରିକେଟ ଖବର : ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲିଙ୍କର ଦେଶବିଦେଶରେ କୋଟି କୋଟି ପ୍ରଶଂସକ ରହିଛନ୍ତି। ଏହି ଲୋକପ୍ରିୟତାର ଲାଭ ଉଠାଇବାକୁ ତାଙ୍କ ପରି ଦେଖାଯାଉଥିବା ଜଣେ ବ୍ୟକ୍ତି ବମ୍ବେର ରାସ୍ତାରେ ଜୋତା ବିକ୍ରି କରିବା ଆରମ୍ଭ କରିଛନ୍ତି। ଭାରତୀୟ ଟିମ୍‌ ଭଳି ଜର୍ସି ପିନ୍ଧି ସେ ବିରାଟଙ୍କ ଭଳି ଲୁକ୍‌ ଆପଣାଇଥିବାରୁ ଲୋକେ ତାଙ୍କ ସହ ସେଲଫି ନେଉଥିବା ଦେଖାଯାଉଛି।

kohli insta post

କୋହଲି ନିଜେ ଉକ୍ତ ବ୍ୟକ୍ତିଙ୍କ ଭିଡିଓକୁ ନିଜର ସୋସିଆଲ ଆକାଉଣ୍ଟରେ ଶେୟାର କରିଛନ୍ତି।ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ କୋହଲି ଭିଡିଓ ପୋଷ୍ଟ କରି କହିଛନ୍ତି, ହାଲୋ PUMA ଇଣ୍ଡିଆ କେହିଜଣେ ମୋର ନକଲ କରୁଛି। ମୁମ୍ବାଇର ରାସ୍ତାରେ ପ୍ୟୁମାର ପୋଷାକ, ଚପଲ ବିକ୍ରି କରୁଛି। ଏହାକୁ ତୁମେ(କମ୍ପାନୀ) ନୋଟିସ୍‌କୁ ନେବ କି ବୋଲି ସେ କହିଛନ୍ତି। ବାସ୍ତବରେ କୋହଲି ଏହି ପ୍ରସଙ୍ଗରେ ଆପତ୍ତି ଉଠାଇଛନ୍ତି କାରଣ ସେ ନିଜେ ପ୍ୟୁମା କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର ଅଟନ୍ତି।

ଆହୁରି ପଢ଼ନ୍ତୁ : ଏହି ଦୁଇଟି ବଡ଼ କାରଣରୁ ସଞ୍ଜୁ ଙ୍କୁ ଟିମ୍ ଇଣ୍ଡିଆରେ ମିଳୁନି ସୁଯୋଗ, ଜାଫର୍ କହିଲେ ଆଗକୁ ମଧ୍ୟ ସୁଯୋଗ ମିଳିବା କଷ୍ଟକର