ଏହି ଦୁଇଟି ବଡ଼ କାରଣରୁ ସଞ୍ଜୁ ଙ୍କୁ ଟିମ୍ ଇଣ୍ଡିଆରେ ମିଳୁନି ସୁଯୋଗ, ଜାଫର୍ କହିଲେ ଆଗକୁ ମଧ୍ୟ ସୁଯୋଗ ମିଳିବା କଷ୍ଟକର

  1. Home
  2. Cricket News

ଏହି ଦୁଇଟି ବଡ଼ କାରଣରୁ ସଞ୍ଜୁ ଙ୍କୁ ଟିମ୍ ଇଣ୍ଡିଆରେ ମିଳୁନି ସୁଯୋଗ, ଜାଫର୍ କହିଲେ ଆଗକୁ ମଧ୍ୟ ସୁଯୋଗ ମିଳିବା କଷ୍ଟକର


କ୍ରିକେଟ ଖବର : ଭାରତୀୟ ଦଳର ପୂର୍ବତନ ଖେଳାଳି ୱାସିମ ଜାଫର ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି। ଜାଫର୍ ତାଙ୍କ ଟ୍ୱିଟ୍ ଏବଂ ମଜାଳିଆ ମିମ୍ସ ସୋସିଆଲ ମିଡ଼ିଆରେ ସେୟାର କରିବା ପାଇଁ ବେଶ୍ ଜଣାଶୁଣା, କିନ୍ତୁ ଏଥର ସେ ଚୂଡାନ୍ତ ଏକାଦଶରେ ଯୁବ ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନଙ୍କୁ ଅନ୍ତର୍ଭୁକ୍ତ ନକରିବା ଉପରେ ନିଜର ନୀରବତା ଭାଙ୍ଗିଛନ୍ତି। ଯଦିଓ ସଞ୍ଜୁ ଭଲ ଫର୍ମରେ ଅଛନ୍ତି ତଥାପି ତାଙ୍କୁ ଦଳରେ ସୁଯୋଗ ମିଳୁନାହିଁ। ସେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ODI ରେ 36 ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। କିନ୍ତୁ ଏହା ସତ୍ତ୍ୱେ ସାମସନଙ୍କୁ ଦ୍ୱିତୀୟ ମ୍ୟାଚ୍‌ରୁ ବାଦ୍ ଦିଆଯାଇଥିଲା।

ୱାସିମ ଜାଫର କହିଲେ ସଞ୍ଜୁଙ୍କୁ କାହିଁକି ଦଳରେ ସୁଯୋଗ ମିଳୁନାହିଁ :

Sanju samson

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡର ଦ୍ୱିତୀୟ ODI ମ୍ୟାଚ୍ ରବିବାର ଅର୍ଥାତ୍ 27 ନଭେମ୍ବରରେ ହାମିଲଟନ୍ ର ସେଡନ୍ ପାର୍କରେ ଖେଳାଯାଇଥିଲା। ଏହି ମ୍ୟାଚରେ ସଞ୍ଜୁ ସାମସନଙ୍କ ସ୍ଥାନରେ ଦୀପକ ହୁଡାଙ୍କୁ ଦଳରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଯାହା ପରେ #justiceforsanju ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଥିଲା। ଏହି ପ୍ରସଙ୍ଗରେ ତାଙ୍କ ମତାମତ ଦେଇଛନ୍ତି ୱାସିମ ଜାଫର। ସେ ଦୁଇଟି ପଏଣ୍ଟରେ ନିଜର ମତ ବ୍ୟାଖ୍ୟା କରିଛନ୍ତି। 

ପ୍ରଥମ କାରଣ :

Venkatesh-Iyer-Hardik-Pandya

ଆମେ ଅଲରାଉଣ୍ଡରଙ୍କୁ ଭଲ ପରିଚାଳନା କରୁନାହୁଁ।  କାରଣ ଆମର ଅନେକ ଅଲରାଉଣ୍ଡର ନାହାଁନ୍ତି, ଆମେ ସେମାନଙ୍କୁ ଆନ୍ତର୍ଜାତୀୟ ସ୍ତରରେ ଖେଳାଇବାରେ ତତ୍ପର, କିନ୍ତୁ କିଛି ଖରାପ ମ୍ୟାଚ୍ ପରେ ସେମାନେ ଦଳକୁ ଆସିବା ମାତ୍ରେ ବାହାରି ଯାଆନ୍ତି। ବିଜୟ ଶଙ୍କର, ଭେଙ୍କଟେଶ ଆୟର୍, ଶିବମ୍ ଦୁବେ, କ୍ରୁନାଲ ପାଣ୍ଡ୍ୟା ଏହିପରି କିଛି ଉଦାହରଣ ଅଟନ୍ତି। ଅଲରାଉଣ୍ଡର ଯଦି ଦଳରେ ରହିବେ ତେବେ ସଞ୍ଜୁ ଭଳି ଅତିରିକ୍ତ ବ୍ୟାଟ୍ସମେନ୍ ଙ୍କୁ ଦଳରେ ସୁଯୋଗ ମିଳିବ।

ଆହୁରି ପଢ଼ନ୍ତୁ : IND vs NZ 2nd ODI: ପନ୍ତ ବଦଳରେ ସଞ୍ଜୁ ସାମସନ୍ ଙ୍କୁ ଦଳରୁ କାହିଁକି ବାହାର କରାଗଲା? ଶିଖର ଧାୱନ କହିଲେ "ସଞ୍ଜୁ ଆମ ପାଖରେ ...

ଦ୍ଵିତୀୟ କାରଣ:

rohit-sharma_net-practice

ବୋଲିଂ ମେସିନ୍ ଏବଂ ଥ୍ରୋଡାଉନ୍ ବିଶେଷଜ୍ଞ ହୋଇଥିବାରୁ ବ୍ୟାଟ୍ସମ୍ୟାନମାନେ ନେଟରେ ବୋଲିଂ ବନ୍ଦ କରି ଦେଇଛନ୍ତି। ବର୍ତ୍ତମାନ ଟିମ୍ ଇଣ୍ଡିଆର ଶ୍ରେଷ୍ଠ ଚାରି-ପାଞ୍ଚ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ କେହି ନାହାଁନ୍ତି, ଯିଏ ପାର୍ଟ ଟାଇମ୍ ମଧ୍ୟ ବୋଲିଂ କରିପାରନ୍ତି ଏବଂ ଟିମ୍ ଇଣ୍ଡିଆ ଏହି କାରଣରୁ ଅଧିକ ସମସ୍ୟା ରେ ରହୁଛି, ଏବଂ ଏହି ମାମଲାରେ ସଞ୍ଜୁ ମଧ୍ୟ ପର୍ତ ଟାଇମ ବୋଲିଂ କରିବାରେ ଅସମର୍ଥ।