"ମୋ ସହ କଫି ପିଇଥିଲେ ସୂର୍ଯ୍ୟକୁମାର ଭଳି ଶତକ ମରିଥାନ୍ତ" ଏହି ଅଭିନେତ୍ରୀ ଶ୍ରେୟାସ ଆୟରଙ୍କ ପଛରେ ହାତ ଧୋଇ ପଡିଛନ୍ତି

  1. Home
  2. Entertainment

"ମୋ ସହ କଫି ପିଇଥିଲେ ସୂର୍ଯ୍ୟକୁମାର ଭଳି ଶତକ ମରିଥାନ୍ତ" ଏହି ଅଭିନେତ୍ରୀ ଶ୍ରେୟାସ ଆୟରଙ୍କ ପଛରେ ହାତ ଧୋଇ ପଡିଛନ୍ତି


କ୍ରିକେଟ ଖବର : ନିକଟରେ ଶେଷ ହୋଇଛି ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ତିନି ମ୍ୟାଚ୍ ବିଶିଷ୍ଟ ଟି -20 ସିରିଜ। ଏହି ସିରିଜକୁ ଟିମ୍ ଇଣ୍ଡିଆ 1-0 ଜିତିନେଇଥିଲା। ତେବେ ସିରିଜର ଦ୍ୱିତୀୟ ମ୍ୟାଚ ହିଁ ଟିମ୍ ଇଣ୍ଡିଆ 65 ରନରେ ଜିତିଥିଲା। ଆଉ ବାକି ମ୍ୟାଚରେ ବର୍ଷା ବାଧକ ସାଜିଥିଲା। ଏଥି ସହ ଏହି ମ୍ୟାଚର ହିରୋ ଥିଲେ ସୂର୍ଯ୍ୟକୁମାର ଯାଦବ। ଯିଏକି 111 ରନର ଅପରାଜିତ ଇନିଂସ ଖେଳିଥିଲେ।

ind vs sa 2nd-odi-shreyas-iyer-century

ତେବେ ଦୀର୍ଘ ସମୟ ପରେ ଦଳକୁ ଫେରୁଥିବା ଶ୍ରେୟସ୍ ଆୟର ଏହି ମ୍ୟାଚରେ ଖେଳୁଥିବା ଏକାଦଶରେ ଅନ୍ତର୍ଭୁକ୍ତ ହୋଇଥିଲେ।  କିନ୍ତୁ ଆୟର ବ୍ୟାଟ୍ ସହିତ କୌଣସି ବିଶେଷ ପ୍ରଦର୍ଶନ କରିପାରିନଥିଲେ ଏବଂ ଆଉଟ୍ ହୋଇ ପ୍ୟାଭିଲିୟନକୁ ଫେରିଥିଲେ। ଏହା ପରେ ବଲିଉଡର ଏହି ଅଭିନେତ୍ରୀ ଶ୍ରେୟାସ ଆୟରଙ୍କ ଫ୍ଲପ ବ୍ୟାଟିଂରେ ଇନଷ୍ଟାଗ୍ରାମରେ ଷ୍ଟୋରି ସେୟାର କରିଥିଲେ। 

ଆହୁରି ପଢ଼ନ୍ତୁ : ରମିଜ ରାଜା ଭାରତ କୁ ଦେଲେ ଧମକ, କହିଲେ "ଯଦି ଏମିତି ହୁଏ ତେବେ 2023 ବିଶ୍ୱକପ ପାଇଁ ଆମେ ଭାରତ ଯିବୁ ନାହିଁ"

ଭାରତୀୟ ଦଳର ମଧ୍ୟମ ଅର୍ଡରର ମେରୁଦଣ୍ଡ କୁହାଯାଉଥିବା ଶ୍ରେୟସ୍ ଆୟର ହିଟ ୱିକେଟ୍ ହୋଇ ହେଡଲାଇନରେ ରହିଛନ୍ତି। ବାସ୍ତବରେ ରବିବାର ଦିନ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି -20 ସିରିଜର ଦ୍ୱିତୀୟ ମ୍ୟାଚରେ ସେ 13 ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ଅନ୍ୟପକ୍ଷରେ ଏହି ମ୍ୟାଚ୍‌ରେ ମିଷ୍ଟର 360 କୁହାଯାଉଥିବା ସୂର୍ଯ୍ୟକୁମାର ଯାଦବ 111 ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ।

Ashweenee-Aher

ଯେଉଁଥିରେ ବଲିଉଡ ଅଭିନେତ୍ରୀ ତଥା ମଡେଲ ଅଶ୍ୱାନୀ ଆହେର ଇନଷ୍ଟାଗ୍ରାମରେ ଶ୍ରେୟାସ ଆୟରଙ୍କ ଖରାପ ବ୍ୟାଟିଂକୁ ଉପଭୋଗ କରିଛନ୍ତି। ଯାହାର ସ୍କ୍ରିନ ସଟ ସୋସିଆଲ ମିଡିଆରେ ଭୟଙ୍କର ଭାଇରାଲ ହେବାରେ ଲାଗିଛି।  ତାଙ୍କ ଇନଷ୍ଟାଗ୍ରାମ ର ଷ୍ଟୋରିରେ ବଲିଉଡ ଅଭିନେତ୍ରୀ ତଥା ମଡେଲ ଅଶ୍ୱାନୀ ଲେଖିଛନ୍ତି ଯେ ଯଦି ଶ୍ରେୟସ ଆୟର ମ୍ୟାଚ ପୂର୍ବରୁ ମୋ ସହ କଫି ପିଇଥାନ୍ତେ, ତେବେ ସେ ମଧ୍ୟ SKY (ସୂର୍ଯ୍ୟକୁମାର ଯାଦବ)ଙ୍କ ପରି ଏକ ଶତକ ମାରିଥାନ୍ତେ। ଯେଉଁଥିରେ ପ୍ରଶଂସକମାନେ ସେମାନଙ୍କର ପ୍ରତିକ୍ରିୟା ଦେଉଛନ୍ତି।