ରୋହିତ ଏବଂ ଧୋନିଙ୍କ ମଧ୍ୟରୁ କିଏ ବେଷ୍ଟ କ୍ୟାପଟେନ୍ ? ନିଜର ମତ ରଖିଲେ ଗୌତମ ଗମ୍ଭୀର, ତେବେ ରାଗିଲେ ପ୍ରଶଂସକ

  1. Home
  2. Cric Special

ରୋହିତ ଏବଂ ଧୋନିଙ୍କ ମଧ୍ୟରୁ କିଏ ବେଷ୍ଟ କ୍ୟାପଟେନ୍ ? ନିଜର ମତ ରଖିଲେ ଗୌତମ ଗମ୍ଭୀର, ତେବେ ରାଗିଲେ ପ୍ରଶଂସକ

gautam gambhir on dhoni rohit


କ୍ରିକେଟ୍ ଖବର: ମୁମ୍ବାଇ ଇଣ୍ଡିଆନ୍ ଅଧିନାୟକ ରୋହିତ ଶର୍ମା ବର୍ତ୍ତମାନ ଆଇପିଏଲ୍ ଇତିହାସରେ ସବୁଠାରୁ ସଫଳ ଅଧିନାୟକ, ଆଉ ଦ୍ୱିତୀୟ ସ୍ଥାନରେ ରହିଛନ୍ତି କିମ୍ବଦନ୍ତୀ ଭାରତୀୟ ବିଶ୍ୱକପ୍ ବିଜେତା ଅଧିନାୟକ ଏମ୍.ଏସ୍ ଧୋନି। ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସକୁ ବର୍ତ୍ତମାନର ସବୁଠାରୁ ସଫଳ ଫ୍ରାଞ୍ଚାଇଜ୍ର ଅଧିନାୟକ ଭାବରେ ମୋଟ 5ଟି ଆଇପିଏଲ୍ ଟାଇଟଲ୍ ଜିତାଇଥିବା ବେଳେ ଏମ୍ଏସ୍ ଧୋନି ଚେନ୍ନାଇ ଦଳକୁ 4 ଟି ଆଇପିଏଲ୍ ଟାଇଟଲ୍ ଜିତାଇଛନ୍ତି। 

ଏହି ଦୁଇଜଣଙ୍କ ପଛରେ ତୃତୀୟ ସ୍ଥାନରେ ରହିଛନ୍ତି କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ର ପୂର୍ବତନ ଅଧିନାୟକ ଗୌତମ ଗମ୍ଭୀର, ଯିଏକି ଆଜି ପର୍ଯ୍ୟନ୍ତ କୋଲକାତା ଫ୍ରାଞ୍ଚାଇଜର ନେତୃତ୍ୱ ନେଇ ତାଙ୍କ ଅଧିନାୟକତ୍ୱରେ ଦଳକୁ 2012 ଏବଂ 2014 ରେ 2 ଟି ଆଇପିଏଲ୍ ଟାଇଟଲ୍ ଜିତାଇଥିଲେ। 

Dhoni-and-Sharma

ସମ୍ପ୍ରତି, ଚାଲିଥିବା ବୋର୍ଡର୍-ଗାଭାସ୍କର ଟ୍ରଫି 2023 ର  ୨ୟ ମ୍ୟାଚର 2 ଦିନର ଖେଳ ସମୟରେ ସମୀକ୍ଷକ ଦୀପ ଦାସ ଗୁପ୍ତା ତାଙ୍କ ସହ-ସମୀକ୍ଷକ ଗୌତମ ଗମ୍ଭୀରଙ୍କୁ ଶ୍ରେଷ୍ଠ ଆଇପିଏଲ୍ ଅଧିନାୟକ ବାଛିବା ପାଇଁ କହିଥିଲେ।ତେବେ ଭାରତର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ଗମ୍ଭୀର, ରୋହିତ ଶର୍ମାଙ୍କୁ ଏମଏସ ଧୋନିଙ୍କଠାରୁ ଶ୍ରେଷ୍ଠ ଆଇପିଏଲ ଅଧିନାୟକ ଭାବରେ ବାଛିଥିଲେ। ତେବେ ଏହା ଜାଣିବା ପରେ ଏମଏସ ଧୋନିଙ୍କ ପ୍ରଶଂସକମାନେ ତାଙ୍କ ବିବୃତ୍ତିକୁ ପସନ୍ଦ କରିନଥିଲେ। ଆଉ ୟୁଜର୍ ଗମ୍ଭୀରଙ୍କୁ କଡା ସମାଲୋଚନା କରିଛନ୍ତି। 

ଆହୁରି ପଢ଼ନ୍ତୁ: LIVE ମ୍ୟାଚ ରେ RCB ନାରା ଶୁଣି ରାଗିଲେ କୋହଲି, ଦେଶକୁ IPL ଠୁ ଅଧିକ ରଖିବାକୁ ପ୍ରଶଂସକଙ୍କୁ କଲେ ଦାବି, ଭିଡିଓ ଭାଇରାଲ