ବିଶ୍ୱକପ 2023 ରୁ ବାହାର ହେଲା ପାକିସ୍ତାନ! ଗଣମାଧ୍ୟମକୁ ସୂଚନା ଦେଲେ ଏହି ପାକ ଖେଳାଳି

  1. Home
  2. Cric Special

ବିଶ୍ୱକପ 2023 ରୁ ବାହାର ହେଲା ପାକିସ୍ତାନ! ଗଣମାଧ୍ୟମକୁ ସୂଚନା ଦେଲେ ଏହି ପାକ ଖେଳାଳି

Ind vs pak


କ୍ରିକେଟ୍ ଖବର: ଭାରତ ଓ ପାକିସ୍ତାନ ଏହିପରି ଦୁଇଟି ଦେଶ ଯାହା କ୍ରିକେଟ୍ ପଡ଼ିଆ ଠାରୁ ଆରମ୍ଭ କରି ସୀମା ପର୍ଯ୍ୟନ୍ତ ଚିର ପ୍ରତିଦ୍ୱନ୍ଦ୍ୱୀ ବୋଲି ମନେ କରାଯାଏ । ଟି-20 ବିଶ୍ୱକପ ପରେ ଉଭୟ ଦେଶର ଦଳ କ୍ରିକେଟ୍ ପଡ଼ିଆରେ ମୁହାଁମୁହିଁ ହୋଇନାହାଁନ୍ତି। ଏହା ସତ୍ତ୍ୱେ ଭାରତ ଓ ପାକିସ୍ତାନ ମ୍ୟାଚକୁ ନେଇ ନିରନ୍ତର ଆଲୋଚନା ହେଉଛି।ଦିନିକିଆ ବିଶ୍ୱକପ୍ ୨୦୨୩ ଓ ଏସିଆ କପ୍ ଭଳି ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳର ମୁହାଁମୁହିଁକୁ ନେଇ କ୍ରିକେଟ ପ୍ରଶଂସକମାନେ ଉତ୍ସୁକତାର ସହ ଚାହିଁ ବସିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟଗୁଡିକକୁ ନେଇ ବିତର୍କ ଜାରି ରହିଛି। କିନ୍ତୁ ବର୍ତ୍ତମାନ ଏହି ବିତର୍କ ଏକ ନୂଆ ମୋଡ଼ ନେଉଥିବା ଜଣାପଡିଛି। 

ଉଲ୍ଲେଖନୀୟ କଥା ହେଉଛି, ଚଳିତ ବର୍ଷ ପାକିସ୍ତାନ ଏସିଆ କପ୍ ଆୟୋଜନ କରିବ। ଯେଉଁଥିପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଟିମ ଇଣ୍ଡିଆକୁ ପାକିସ୍ତାନ ଯିବାକୁ ସମ୍ପୂର୍ଣ୍ଣ ଭାବେ ମନା କରିଦେଇଛି। ଯାହା ପରେ ଏହାକୁ ନେଇ ବିତର୍କ ଜାରି ରହିଛି। ଏଥି ସହ ପାକିସ୍ତାନ ଦାବି କରିଛି ଯେ, ଯଦି ଭାରତ ଆମ ଦେଶକୁ ଆସେ ନାହିଁ, ତେବେ ଆମେ ODI ବିଶ୍ୱକପ ପାଇଁ ଭାରତ ଗସ୍ତ କରିବୁ ନାହିଁ। ତଥାପି, ଆନୁଷ୍ଠାନିକ ଭାବରେ ଏହି କଥା ଉପରେ ଏପର୍ଯ୍ୟନ୍ତ ମୋହର ଲାଗିନାହିଁ। 

Danish

ଏସବୁ ମଧ୍ୟରେ ପାକିସ୍ତାନର ପୂର୍ବତନ କ୍ରିକେଟର ଦାନିଶ କାନେରିଆ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ଦାନିଶ କାନେରିଆ ବିଶ୍ୱକପ ବିଷୟରେ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି ଯେ, "ପାକିସ୍ତାନୀ କ୍ରିକେଟ୍ ଦଳ ଆଗାମୀ ବିଶ୍ୱକପ ପାଇଁ ଭାରତ ଗସ୍ତ କରିବ ନାହିଁ। ଦୁଇ କିମ୍ବା ତିନି ଦିନ ମଧ୍ୟରେ ଏହା ନିଶ୍ଚିତ ହୋଇଯିବ। ଯଦି ଦୁବାଇ କିମ୍ବା କତାରରେ ଏସିଆ କପ୍ ଆୟୋଜନ କରିବାକୁ ପାକିସ୍ତାନ ପ୍ରସ୍ତୁତ ହୁଏ, ତେବେ ଏହା ଏକ ବଡ଼ କଥା ହେବ।"

ଏସିଆ କପ୍ ୨୦୨୩ (Asia Cup 2023) ର ଭେନ୍ୟୁକୁ ନେଇ ଏସୀୟ କ୍ରିକେଟ୍ ପରିଷଦର ବୈଠକ ଅନୁଷ୍ଠିତ ହୋଇସାରିଛି। ଯାହା ଉପରେ ସମ୍ପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରି ନାହିଁ। ଏହି ନିଷ୍ପତ୍ତି ଏସିସି ଦ୍ୱାରା ମାର୍ଚ୍ଚ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ତେବେ ଏସିଆ କପ୍‌ର ସ୍ଥାନ ସମ୍ପର୍କରେ ୟୁଏଇର ନାମ ଶୀର୍ଷରେ ରହିଛି। ମାର୍ଚ୍ଚରେ ଏହି ପ୍ରସଙ୍ଗରେ ଏକ ଆଧିକାରୀକ ନିଷ୍ପତ୍ତି ନିଆଯିବ।

ଆହୁରି ପଢ଼ନ୍ତୁ: IND vs AUS: ଦିଲ୍ଲୀ ଟେଷ୍ଟ ପାଇଁ ଭାରତୀୟ ଦଳରେ ହେବାକୁ ଯାଉଛି ଏକ ବଡ ପରିବର୍ତ୍ତନ, ରୋହିତ ଦେବେ ଏହି ଖେଳାଳିଙ୍କୁ ସୁଯୋଗ