ପ୍ରଥମେ ହାର୍ଦ୍ଦିକ ଦେଲେ ଧୋକା ଆଉ ବର୍ତ୍ତମାନ ରୋହିତ କଲେ ଅଣଦେଖା, ଭଲ ପ୍ରଦର୍ଶନ କରି ମଧ୍ୟ ଦଳରେ ମିଳୁନି ସୁଯୋଗ

  1. Home
  2. Cric Special

ପ୍ରଥମେ ହାର୍ଦ୍ଦିକ ଦେଲେ ଧୋକା ଆଉ ବର୍ତ୍ତମାନ ରୋହିତ କଲେ ଅଣଦେଖା, ଭଲ ପ୍ରଦର୍ଶନ କରି ମଧ୍ୟ ଦଳରେ ମିଳୁନି ସୁଯୋଗ

chahal out


କ୍ରିକେଟ ଖବର: ଟେଷ୍ଟ ସିରିଜ ସରିବା ପରେ ବର୍ତ୍ତମାନ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ସରିଛି। ଏହି ସିରିଜକୁ ଅଷ୍ଟ୍ରେଲିଆ ଦଳ 2-1 ରେ ଜିତିଛି। ଏହି ସିରିଜର ପ୍ରଥମ ମ୍ୟାଚ୍ ମୁମ୍ୱାଇରେ ଖେଳାଯାଇଥିଲା ଓ ଏହି ଟିମ୍ ଇଣ୍ଡିଆ 6 ୱିକେଟରେ ଜିତିଥିଲା। କିନ୍ତୁ ପରବର୍ତ୍ତୀ ଦୁଇଟି ମ୍ୟାଚରେ ଟିମ୍ ଇଣ୍ଡିଆ ହାରିଥିଲା। ତେବେ ଏହି ସିରିଜରେ ଜଣେ ଖେଳାଳିଙ୍କ ଆଶା ପୁଣି ଥରେ ନିରାଶାରେ ପରିଣତ ହୋଇଥିଲା। ସେ ବାରମ୍ବାର ସୁଯୋଗ ପାଉନାହାଁନ୍ତି।

ଆମେ କହୁଚୁ ୟୁଜଭେନ୍ଦ୍ର ଚହଲଙ୍କ ବିଷୟରେ:

ଗତ ODI ରେ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟା ନିଜ ଅଧିନାୟକତ୍ୱରର ୟୁଜଭେନ୍ଦ୍ର ଚହଲକୁ ଦଳରେ ସାମିଲ କରିନଥିଲେ। ବର୍ତ୍ତମାନ ବି ଅଷ୍ଟ୍ରେଲିଆ ବିପକ୍ଷରେ ୟୁଜଭେନ୍ଦ୍ର ଚହଲଙ୍କୁ ତିନୋଟି ଯାକ ଦିନିକିଆରେ ଦଳର ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇ ନଥିଲା। ପ୍ରଥମ ODI ରେ ହାର୍ଦ୍ଦିକ ସୁଯୋଗ ନ ଦେବା ପରେ ତାଙ୍କର ଆଶା ରହିଥିଲା ଯେ ସେ ନିଶ୍ଚିତ ଭାବେ ଦ୍ଵିତୀୟ ODI ରେ ସେ ଖେଳିବେ। କିନ୍ତୁ ଏପରି ହେଲା ନାହିଁ। 

chahal

ଦ୍ୱିତୀୟ ODI ରେ ମଧ୍ୟ ରୋହିତ ଶର୍ମା ତାଙ୍କୁ ଦଳରେ ସାମିଲ କରିନଥିଲେ। ଗତ 8 ଟି ଦିନିକିଆରେ ସେ ମାତ୍ର 2 ଟି ଦିନିକିଆରେ ସ୍ଥାନ ପାଇଛନ୍ତି। ଚହଲ 10 ଜାନୁୟାରୀ 2023 ରେ ଶ୍ରୀଲଙ୍କା ବିପକ୍ଷରେ ଗୋଟିଏ ଦିନିକିଆ ମ୍ୟାଚ ଖେଳିଥିଲେ। ଏହା ପରେ ସେ ଜାନୁଆରୀ 24 ତାରିଖରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଆଉ ଗୋଟିଏ ଦିନିକିଆ ଖେଳିଥିଲେ। ଏହା ପରେ ସେ ଗୋଟିଏ ବି ODI ମ୍ୟାଚ ଖେଳି ନାହାଁନ୍ତି। 

ୟୁଜଭେନ୍ଦ୍ର ଚହଲ ୱିକେଟ୍ ନେଉଥିବା ବୋଲର ଭାବରେ ଜଣାଶୁଣା। ସେ ଅନେକ ସମୟରେ କଠିନ ପରିସ୍ଥିତିରେ ୱିକେଟ୍ ନେଇଥାନ୍ତି। ସେ ଏପର୍ଯ୍ୟନ୍ତ 72 ଟି ଦିନିକିଆରେ 121ଟି ୱିକେଟ୍ ନେଇଛନ୍ତି। ସେ 2016 ମସିହାରେ ODI କ୍ରିକେଟରେ ଡେବ୍ୟୁ କରିଥିଲେ।

ଆହୁରି ପଢ଼ନ୍ତୁ: ଏଡ଼ମ ଜାମ୍ପା "ପ୍ଲେୟାର୍ ଅଫ୍ ଦି ମ୍ୟାଚ" ଦେଖାଇଲେ ନିଜର ଉଦାରତା, କହିଲେ ମୁ ନୁହଁ ଏହି ଖେଳାଳି ଭାରତ ଠାରୁ ବିଜୟ ନେଇଗଲା