ଦେଖନ୍ତୁ ଭିଡିଓ: ଅଜବ ଢ଼ଙ୍ଗରେ ଆଉଟ୍ ହେଲେ ରସଲ୍, କ୍ରିକେଟ୍ ଇତିହାସରେ ଆପଣ ଏପରି ଆଉଟ୍ କେବେ ଦେଖି ନଥିବେ

  1. Home
  2. Cric Special

ଦେଖନ୍ତୁ ଭିଡିଓ: ଅଜବ ଢ଼ଙ୍ଗରେ ଆଉଟ୍ ହେଲେ ରସଲ୍, କ୍ରିକେଟ୍ ଇତିହାସରେ ଆପଣ ଏପରି ଆଉଟ୍ କେବେ ଦେଖି ନଥିବେ


କ୍ରିକେଟ ଖବର : କ୍ରିକେଟ ପଡ଼ିଆରେ ଅନେକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି। ଏହିଧାରାରେ ବାଂଲାଦେଶ ପ୍ରିମିୟର ଲିଗ୍ ଅର୍ଥାତ୍ ବିପିଏଲ୍ ରେ ଏକ ଚମତ୍କାର ଆଉଟର ଦୃଶ୍ୟ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଗତ ଜାନୁଆରୀ ୨୧ ତାରିଖରେ ମିନିଷ୍ଟ୍ରର ଗ୍ରୁପ ଢାକା ସହିତ ଖୁନାଲ ଟାଇଗର୍ସଙ୍କ ମଧ୍ୟରେ ମ୍ୟାଚ ହୋଇଥିଲା। ଏହି ମ୍ୟାଚରେ ଏକ ଅବିଶ୍ୱସନୀୟ ରନ୍ ଆଉଟ୍ ଦେଖିବାକୁ ମିଳିଥିଲା। ଯାହା ଆଜି ପର୍ଯ୍ୟନ୍ତ କ୍ରିକେଟ୍ ଇତିହାସରେ କେବେ ହୋଇନାହିଁ।

 କ୍ରିକେଟ ଜଗତର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଆନ୍ଦ୍ରେ ରସଲ୍  ଏହି ରନ୍ଆଉଟ୍ ର ଶିକାର ହୋଇଥିଲେ। ସେପଟେ  ବିରୋଧୀ ଦଳ ସ୍ୱପ୍ନର ସୁଦ୍ଧା ଭାବି ନ ଥିଲେ ଯେ ଏହି ଉପାୟରେ ସେମାନେ ପାୱାର ହିଟର ଆନ୍ଦ୍ରେ ରସଲଙ୍କୁ ଆଉଟ୍ କରିପାରିବେ ବୋଲି। 

Andre russell

ଭିଡିଓରେ ଦେଖିବାକୁ ମିଳିଛି ଯେ, ଶ୍ରୀଲଙ୍କା ବୋଲର ଥିସାରା ପେରେରାଙ୍କ ମନ୍ଥର ବଲରେ ଆନ୍ଦ୍ରେ ରସଲ୍ ତୃତୀୟ ମ୍ୟାନ ଫିଲ୍ଡରଙ୍କ ଆଡକୁ ଏକ ସଟ୍ ଖେଳିଥିଲେ। ମିନିଷ୍ଟ୍ରର ଗ୍ରୁପ ଢାକାର ବ୍ୟାଟ୍ସମ୍ୟାନ୍ ମହମୁଦୁଲ୍ଲା ଏବଂ ରସେଲ ଏକ ରନ୍ ନେବାକୁ ଦୌଡ଼ିଥିଲେ।

ଦେଖନ୍ତୁ ଭିଡ଼ିଓ : 

ଯଦିଓ ମହମୁଦୁଲ୍ଲା ଷ୍ଟ୍ରାଇକ୍ ପାର୍ଶ୍ଵରେ ପହଂଚି ଯାଇଥିଲେ, କିନ୍ତୁ ନନ୍ ଷ୍ଟ୍ରାଇକ ଆଡ଼କୁ ଯାଉଥିବା ବିସ୍ଫୋରକ ଖେଳାଳି ଆନ୍ଦ୍ରେ ରସଲ୍ ଠିକ ସମୟରେ ପହଁଚିନଥିଲେ। କିନ୍ତୁ ବଲ ଫିଙ୍ଗିଥିବା ଫିଲଡ଼ର ଷ୍ଟ୍ରାଇକ ଆଡ଼କୁ ବଲ୍ ଥ୍ରୋ କରିଥିଲା, କିନ୍ତୁ ଭୁଲ୍ ବଶତଃ ବଲ୍ ଟି ନନ୍ ଷ୍ଟ୍ରାଇକ ଆଡ଼କୁ ପଳାଇଥିଲା। ଆଉ ସେତେବେଳକୁ ଆନ୍ଦ୍ରେ ରସଲ ଙ୍କ ନନ୍ ଷ୍ଟ୍ରାଇକରେ ପହଂଚି ନ ଥିଲେ। ଆଉ ସେ ଆଉଟ୍ ହୋଇ ଯାଇଥିଲେ। ତେବେ ଏହି ଆଉଟକୁ ପଡ଼ିଆରେ ଖେଳାଳିମାନେ ମଧ୍ୟ ବିଶ୍ୱାସ କରି ପାରିନଥିଲେ। କିନ୍ତୁ ବାସ୍ତବ ଚିତ୍ର ଆଉଟ୍ ଥିଲା।